ETV Bharat / bharat

Good Friday: ଜାଣନ୍ତୁ କଣ ରହିଛି ଦିନର ବିଶେଷତ୍ବ

author img

By

Published : Apr 7, 2023, 12:17 PM IST

ଖୀଷ୍ଟିଆନ ସମ୍ପ୍ରଦାୟଙ୍କ ପାଇଁ ଗୁଡ ଫ୍ରାଇଡେ ଏକ ଗୁରୁତ୍ବପୂର୍ଣ୍ଣ ଦିନ । କଣ ରହିଛି ଏହି ଦିନର ବିଶେଷତ୍ବ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

good friday history and significance
Good Friday

ନୂଆଦିଲ୍ଲୀ: ଆଜି ଶୁଭ ଶୁକ୍ରବାର ବା ଗୁଡ ଫ୍ରାଇଡେ । ଖୀଷ୍ଟିଆନ ସମ୍ପ୍ରଦାୟଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ । ପ୍ରତିବର୍ଷ ଇଷ୍ଟର ପୂର୍ବରୁ ଏହା ପାଳନ କରାଯାଏ । ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସ ଭାବେ ଏହି ଦିନକୁ ପାଳନ କରୁଛି ବିଶ୍ବ । ଯୀଶୁ ଖ୍ରୀଷ୍ଟଙ୍କ ସାହାସ ଓ ବଳିଦାନକୁ ସମସ୍ତେ ମନେ ପକାଉଛନ୍ତି । ଗୁଡ ଫ୍ରାଇଡେ ଅବସରରେ ସାମୁହିକ ଶୋଭାଯାତ୍ରା, ପ୍ରାର୍ଥନା ଆଦି ଆୟୋଜିତ ହୋଇଛି । କଣ ପାଇଁ ଏହି ଦନଟି ସ୍ବତନ୍ତ୍ର କଣ ରହିଛି ଏହାର ବିଶେଷତ୍ବ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

କାହିଁକି ପାଳନ ହୁଏ ଗୁଡ ଫ୍ରାଇଡେ: ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହି ପର୍ବ ବହୁତ ସ୍ବତନ୍ତ୍ର । ଆଜିର ଦିନରେ ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଯାଇଥିଲା । ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଇ ଗୁଡ ଫ୍ରାଇଡେ ପାଳନ କରିଥାନ୍ତି । ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଚର୍ଚ୍ଚକୁ ଯାଇ ବାଇବେଲ ପାଠ କରିବା ସହ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଥାନ୍ତି । ବିଶେଷ କରି ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଦିନରେ ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଇଷ୍ଟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଇଷ୍ଟର ପୂର୍ବ ଶୁକ୍ରବାରକୁ ଗୁଡ ଫ୍ରାଇଡେ ପାଳନ କରାଯାଏ । ଗୁଡ ଫ୍ରାଇଡେକୁ ବ୍ଲାକ ଫ୍ରାଇଡେ, ଗ୍ରେଟ ଫ୍ରାଇଡେ ଏବଂ ହୋଲି ଫ୍ରାଇଡେ ବୋଲି ମଧ୍ୟ ପାଳନ କରାଯାଏ । ଏ ଦିନ ଆମିଷ ନ ଖାଇ ପାରମ୍ପିକ ଖାଦ୍ୟ ଖାଇଥାନ୍ତି । ଚର୍ଚ୍ଚରେ ସ୍ବତନ୍ତ୍ର ପ୍ରାର୍ଥନା ହୋଇଥାଏ ।

ଏହା ବି ପଢନ୍ତୁ...Good Friday: ବାଲୁକା କଳାରେ ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଇସାଇ ଧାର୍ମିକ ଗ୍ରନ୍ଥ ବାଇବେଲ ଅନୁସାରେ, ଜ୍ଞାନ, ପ୍ରେମ ଏବଂ ସମାନତା ସନ୍ଦେଶ ଦେଉଥିବା ଇସା ମସିହଙ୍କ ପ୍ରସିଦ୍ଧିରେ ଭୟଭୀତ ହୋଇ ତାଙ୍କୁ କୁଶବିଦ୍ଧ କରାଯାଇଥିଲା । ଆଜିର ଦିନରେ ଇସା ମସିହ ମାନବତା ପାଇଁ ବଳିଦାନ ଦେଇଥିଲେ । ତଥାପି ଏହି ଦିନକୁ ଆମେ ଗୁଡ ଫ୍ରାଇଡେ ଭାବେ ପାଳନ କରିଥାଉ । ଏହାକୁ ଗୁଡ ଫ୍ରାଇଡେ ଏଥି ପାଇଁ କୁହାଯାଏ ଇସା ମସିହ ମାନବ ଜାତିର ସୁରକ୍ଷା ପାଇଁ ଜୀବନ ଦେଇଥିଲେ । ଇସା ମସିହଙ୍କୁ 6 ଘଣ୍ଟା ଯାଏ କୁଶବିଦ୍ଧ କରି ଲଟକା ଯାଇଥିଲା । ଏହାର 3 ଦିନ ପରେ ସେ ଜୀବିତ ଥିଲେ । ତେଣୁ ଗୁଡ ଫ୍ରାଇଡେର 3 ଦିନ ପରେ ଇସାଇ ସମାଜ ଲୋକ ଇଷ୍ଟର ସନଣ୍ଡେ ପାଳନ କରନ୍ତି । ଇସାଇ ମସିହ ଲୋକ ସତ୍ୟପଥରେ ଚାଲିବାକୁ ସନ୍ଦେଶ ଦିଅନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.