ETV Bharat / bharat

ଯୁବରାଜଙ୍କ ଘରେ ପହଞ୍ଚିଲା ଗୋଆ ପର୍ଯ୍ୟଟନ ବିଭାଗର ନୋଟିସ - ନୋଟିସ କଲା ଗୋଆ ପର୍ଯ୍ୟଟନ ବିଭାଗ

ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କୁ ନୋଟିସ୍‌ ଜାରି କରିଛି ଗୋଆ ପର୍ଯ୍ୟଟନ ବିଭାଗ । ମୋରଜିମ୍‌ରେ ଯୁବରାଜଙ୍କ ସିଂହଙ୍କ ଏକ ଭିଲା ରହିଛି । ଅଧିକ ପଢ଼ନ୍ତୁ

Goa Tourism Department issues notice to former cricketer Yuvraj Singh over villa
ଗୋଆରେ ଯୁବରାଜଙ୍କ ଭିଲା, ନୋଟିସ କଲା ଗୋଆ ପର୍ଯ୍ୟଟନ ବିଭାଗ
author img

By

Published : Nov 23, 2022, 11:00 PM IST

ପାନାଜୀ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କୁ ନୋଟିସ୍‌ ଜାରି କରିଛି ଗୋଆ ପର୍ଯ୍ୟଟନ ବିଭାଗ । ମୋରଜିମ୍‌ରେ ଯୁବରାଜଙ୍କ ସିଂହଙ୍କ ଏକ ଭିଲା ରହିଛି । ତେବେ ଏହାକୁ ଗୋଆ ପର୍ଯ୍ୟଟନ ବିଭାଗ ପାଖରେ ଯୁବରାଜ ପଞ୍ଜୀକୃତ କରାଇନଥିବା ଅଭିଯୋଗ ହୋଇଛି । ପଞ୍ଜୀକୃତ ନକରି ଏହାକୁ ବ୍ୟବସାୟ ଲଗାଇବାକୁ ବିଜ୍ଞପ୍ତି ଦେଇଛନ୍ତି ଯୁବରାଜ । ଏହାକୁ ନେଇ ତାଙ୍କ ନିକଟକୁ ନୋଟିସ୍‌ କରାଯାଇଛି ।

ଏହି ନୋଟିସ୍‌କୁ ନେଇ ଡିସେମ୍ବର ୮ ତାରିଖ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି । ନୋଟିସ୍‌ ପରେ ଯୁବରାଜଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି ଗୋଆ ପର୍ଯ୍ୟଟନ ବିଭାଗ । ଟୁରିଷ୍ଟ ଟ୍ରେଡ୍‌ ଆକ୍ଟରେ ଏହି ଭିଲା ପଞ୍ଜୀକୃତ କରିବାର ଥିଲା । ତେବେ ତାହା ନକରି ଯୁବରାଜ ବିଭିନ୍ନ ସାଇଟ୍‌ରେ ଭିଲାରେ ରହିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହାକୁ ନେଇ ଯୁବରାଜଙ୍କ ଏକ ଟ୍ବିଟ୍‌କୁ ନଜରରେ ରଖିଛି ।

ଏହି ନୋଟସ୍‌ର କୌଣସି ଜବାବ ନଦେଲେ ଗୋଆ ପର୍ଯ୍ୟଟନ ନିୟମ ଏହା ଉଲ୍ଲଂଘନ ବୋଲି ଧରାଯିବ । ଯାହାଫଳରେ ଯୁବରାଜଙ୍କୁ ଏଲ ଲକ୍ଷ ଟଙ୍କା ଫାଇନ୍‌ ଦେବାକୁ ହେବ ।

ଯୁବରାଜ ଟ୍ବିଟ୍‌ କରି କହିଥିଲେ, "ଗୋଆରେ ଥିବା ଭିଲାରେ ମୁଁ ଏକ ୬ ଜଣଙ୍କ ପାଇଁ ରହଣି ବ୍ୟବସ୍ଥା କରିଛି । ଏଠାରେ ମୁଁ ମୋର ପ୍ରିୟଜନଙ୍କ ସହ ସମୟ ବିତାଇଥାଏ । ମୋର ସ୍ମୃତିରେ ଘରଟି ପରିପୂର୍ଣ୍ଣ ।"

ଏହାକୁ ନେଇ ଗୋଆ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି, "ପର୍ଯ୍ୟଟନ ବିଭାଗ ନିକଟରେ ଆପଣଙ୍କୁ ଡିସେମ୍ବର ୮ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖନ୍ତୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.