ETV Bharat / bharat

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ, ୨ୟ ଡୋଜ କିମ୍ବା RT-PCR ନେଗେଟିଭ ବାଧ୍ୟତାମୂଳକ - କୋଭିଡ କଟକଣା ମଧ୍ୟରେ ଖୋଲିଲା ଗୋଆ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ । କିନ୍ତୁ ୨ ଡୋଜ ଟିକା ନେଇଥିବା ଜରୁରୀ । ଅଧିକ ପଢନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ, ୨ୟ ଡୋଜ କିମ୍ବା RT-PCR ବାଧ୍ୟତାମୂଳକ

author img

By

Published : Aug 7, 2021, 6:50 PM IST

ପାନାଜୀ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ । କିନ୍ତୁ ଗୋଆରେ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଚକଙ୍କ ପାଇଁ କୋଭିଡ ଭ୍ୟାକସିନର ୨ଟି ଡୋଜ ନେଇଥିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ୨ଟି ଡୋଜ ନେଇ ନ ଥିବା ବ୍ୟକ୍ତି RT-PCR ନେଗେଟିଭ ରିପୋର୍ଟ ମାଧ୍ୟମରେ ମଧ୍ୟ ଗୋଆ ଭ୍ରମଣ ପାଇଁ ଅନୁମତି ପାଇପାରିବେ । ଏନେଇ ଗୋଆ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ପର୍ଯ୍ୟଟନ ସ୍ଥାନରେ କୋଭିଡ କଟକଣାକୁ କଡାକଡି ଅନୁପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି । ସର୍ବସାଧାରଣ ସ୍ଥାନରେ ଭିଡକୁ ଏଡାଇବା ସହ ସାମାଜିକ ଦୂରତାକୁ ଗୁରୁତ୍ବ, ଫେସ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଭ୍ୟାକ୍ସିନେସନ ଓ RT-PCR ନେଗେଟିଭ ରିପୋର୍ଟ ବିନାରେ ଗୋଆରେ ପ୍ରବେଶ ଅନୁମତି ଦିଆଯାଉନାହିଁ ।

ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଗୋଆରେ ବର୍ଷ ସାରା ଦେଶବିଦେଶର ପର୍ଯ୍ୟଟକଙ୍କ ଭିଡ ଲାଗି ରହୁଥିବାବେଳେ ଗତ କିଛି ମାସ ହେବ କୋଭିଡ ସଂକ୍ରମଣ ପାଇଁ ପର୍ଯ୍ୟଟନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ କୋଭିଡ ଗାଇଡଲାଇନ ମଧ୍ୟରେ ପୁଣି ଗୋଆକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.