ETV Bharat / bharat

ଇଣ୍ଡିଗୋ ବିମାନ ତଳେ ପଶିଗଲା ଗୋ-ଫାଷ୍ଟ କାର - ଇଣ୍ଡିଗୋ ବିମାନ ତଳେ ପଶିଗଲା କାର

ଦିଲ୍ଲୀ ବିମାନ ବନ୍ଦରରେ ଅଭାବନୀୟ ଘଟଣା । ଉଡାଣ ପାଇଁ ପାର୍କିଂରେ ପ୍ରସ୍ତୁତ ହେଉଥିବା ଇଣ୍ଡିଗୋ ବିମାନ ତଳେ ପଶିଗଲା କାର । ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ଆରମ୍ଭ ହୋଇଛି ତଦନ୍ତ । ଅଧିକ ପଢନ୍ତୁ

ଇଣ୍ଡିଗୋ ବିମାନ ତଳେ ପଶିଗଲା ଗୋ-ଫାଷ୍ଟ ଟ୍ୟାକ୍ସି

author img

By

Published : Aug 2, 2022, 4:02 PM IST

ନୂଆଦିଲ୍ଲୀ: ପାର୍କିଂରେ ଛିଡା ହୋଇଥିବା ଏକ ଇଣ୍ଡିଗୋ ବିମାନ ତଳେ ପିଶିଗଲା ଅନ୍ୟ ଏକ ବିମାନ କମ୍ପାନୀର କାର । ବିମାନର ଆଗ ଚକରେ ଧକ୍କା ଖାଇବାରୁ ଅଳ୍ପକେ ବର୍ତ୍ତିଯାଇ କାରଟି ବିମାନ ତଳେ ଅତିକ୍ରମ କରିଯାଇଥିଲା । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ । ଉକ୍ତ କାରଟି ଗୋ-ଫାଷ୍ଟ ବିମାନ କମ୍ପାନୀର ବୋଲି ଜଣାପଡିଛି । ତେବେ ଏପରି ହେବାର କାରଣ ନେଇ କିଛି ସ୍ପଷ୍ଟ ହୋଇ ପାରିନଥିବା ବେଳେ ତଦନ୍ତ ଜାରି ରହିଛି ।

  • #WATCH | A Go Ground Maruti vehicle stopped under the nose area of the Indigo aircraft VT-ITJ that was parked at Terminal T-2 IGI airport, Delhi. It was an Indigo flight 6E-2022 (Delhi–Patna) pic.twitter.com/dxhFWwb5MK

    — ANI (@ANI) August 2, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଇଣ୍ଡିଗୋ ଏୟାର ଲାଇନ୍ସର ଏହି A320-neo ବିମାନଟି ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହୋଇଥିଲା । ବିମାନରେ ଯାତ୍ରୀଙ୍କ ବୋର୍ଡିଂ ମଧ୍ୟ ସରିଥିଲା । ବିମାନଟି ଆଉ କିଛି ସମୟ ମଧ୍ୟରେ ଉଡାଣ ଭରିବା ପାଇଁ ରନ-ଓ୍ବେ ଅଭିମୁଖେ ଯିବା ପୂର୍ବରୁ 2 ନମ୍ବର ଟର୍ମିନାଲରେ ଛିଡା ହୋଇଥିଲା । ହଠାତ ସେହି ସ୍ଥାନରେ ଏକ ମାରୁତି ସୁଜୁକି କାର ବିମାନ ତଳେ ପଶି ସେପଟକୁ ଅତିକ୍ରମ କରିଥିଲା । ବିମାନର ଆଗ ଚକରେ କାରଟି ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ବିମାନର ସେହି ଅଂଶଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏହି ଘଟଣାରେ କେହି ଯାତ୍ରୀ କିମ୍ବା ବିମାନ ଗ୍ରାଉଣ୍ଡ କ୍ର୍ୟୁ ସଦସ୍ୟ ମଧ୍ୟ ଆହତ ହୋଇ ନଥିବା ସୂଚନା ମିଳିଛି । ତେବେ ସମ୍ପୃକ୍ତ କାରର ଡ୍ରାଇଭର ଜଣଙ୍କ କାହିଁକି ଏପରି କଲେ ତାହା ମଧ୍ୟ ଏଯାଏ ଜଣା ପଡିନାହିଁ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଲୟ (DGCA) । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ଯ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.