ଲଣ୍ଡନ: ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ COP-26 ବୈଠକରେ ସାମିଲ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କେଙ୍କୁ ମଧ୍ୟ ସାକ୍ଷାତ କରିବା ସହ ଆଲୋଚନା କିରଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ଦ୍ବୀପପୂଞ୍ଜ ଦେଶ ସମୂହର ଭିତ୍ତିଭୂମି ବିକାଶ ଯୋଜନା infrastructure Resilient Island States (IRIS) ପାଇଁ ଏକାଧିକ ପଦକ୍ଷେପ ଆରମ୍ଭ କରିଛନ୍ତି । COP-26 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଗ୍ଲାସ୍ଗୋରେ ପହଞ୍ଚିଥିଲେ । ଆଜି (ସୋମବାର) ପିଏମ ମୋଦି COP-26 ବୈଠକରେ ବୋରିସ୍ ଜନସନଙ୍କୁ ଭେଟିଥିଲେ। ଏହି ସାକ୍ଷାତକାରରେ ମୋଦି ବୋରିଶଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ତେବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପୂର୍ବରୁ ମୋଦି ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ଭେଟିଥିଲେ ।
ଇଟାଲୀ ଓ ସହ ବ୍ରିଟେନର ମିଳିତ ସହଭାଗୀତାରେ ଚଳିତବର୍ଷର COP-26 ବୈଠକ ଗ୍ଲାସ୍ଗୋରେ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀକୁ ମଧ୍ୟ WLS ବା ବିଶ୍ବ ନତୃତ୍ବ ସମ୍ମିଳନୀ ବୋଲି ମଧ୍ୟ କୁହାଯାଏ । ଏଥିରେ 120ରୁ ଉର୍ଦ୍ଧ୍ବ ଦେଶର ମୁଖ୍ୟ ଅଂଶଗ୍ରହଣ କରନ୍ତି । ଏହି ଆନ୍ତର୍ଜାତୀୟ ବୈଠକରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ରୋମରୁ ଗ୍ଲାସ୍ଗୋ ଅଭିମୁଖେ ବାହାରିଥିଲେ । ତେବେ ଆଜି କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।
(ANI)