ETV Bharat / bharat

ରାଜଧାନୀ ଏକ୍ସପ୍ରେସରେ ଛାତ୍ରୀଙ୍କୁ ଅସଦାଚରଣ କରି ଦୁଇ ଯବାନ ଗିରଫ

author img

By

Published : Jan 18, 2023, 9:25 PM IST

ରାଜଧାନୀ ଏକ୍ସପ୍ରେସରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିହାରରେ 2 ଯବାନଙ୍କୁ ବାନ୍ଧିଲା ରେଳବାଇ ପୋଲିସ । ଅଧିକ ପଢନ୍ତୁ

ଟ୍ରେନରେ ଛାତ୍ରୀଙ୍କୁ ଅସଦାଚରଣ କରି ଦୁଇ ଯବାନ ଗିରଫ

ହାଇଦ୍ରାବାଦ: ଟ୍ରେନରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆଟିବିପିର ଦୁଇ ଯବାନଙ୍କୁ ବାନ୍ଧିଲା ରେଳବାଇ ପୋଲିସ । ବିହାର ଛାପ୍ରା ଜଙ୍କସନରେ ଆସାମ ଦିବୃଗଡରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ କିଛି ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗରେ ରେଳବାଇ ପୋଲିସ ଇଣ୍ଡୋ ତିବ୍ବତ ବର୍ଡର ପୋଲିସର ଦୁଇ ଯବାନଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗରୁ କିଛି ଛାତ୍ରୀ ଷ୍ଟଡିଟୁରରେ ଦିଲ୍ଲୀ ଯାଉଥିଲେ । ଉକ୍ତ ବଗିରେ ଏହି ଦୁଇ ଯବାନ ମଧ୍ୟ ଯାତ୍ରା କରୁଥିଲେ । ତେବେ ଏହି ଦୁଇ ଯବାନ ନିଶାସକ୍ତ ଅବସ୍ଥାରେ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ରେଳବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଛାପ୍ରା ଜଙ୍କସନରେ ଉଭୟ ଯବାନଙ୍କୁ ଗିରଫ କରାଯାଇଛି ।

ନବୋଦୟ ବିଦ୍ୟାଳୟର କିଛି ଛାତ୍ରୀ ଦିଲ୍ଲୀ ଯାଉଥିଲେ । ଏମାନେ ଜଲପାଇଗୁଡିରୁ ଟ୍ରେନ ଚଢିଥିଲେ । ଉକ୍ତ ବଗିରେ ପୂର୍ବରୁ ଥିବା ଏହି ଦୁଇ ଯବାନ ସେମାନଙ୍କୁ ଅସଦାଚରଣ କରିଥିଲେ । ଏନେଇ ଛାତ୍ରୀମାନେ ରେଳବାଇ ଏସ୍କକର୍ଟ ଟିମକୁ ଅବଗତ କରିଥିଲେ । ଏସ୍କକର୍ଟ ଟିମ ଷ୍ଟେସନ ପୋଷ୍ଟକୁ ଘଟଣା ସମ୍ପର୍କରେ ଜଣାଇଥିଲା । ଉଭୟ ଯବାନଙ୍କୁ ଗିରଫ କରିବା ପାଇଁ ରେଳବାଇ ପୋଲିସର ଏକ ଟିମ ପ୍ରସ୍ତୁତି ଆରମ୍ଭ କରିଥିଲା । ଟ୍ରେନ ଛାପ୍ରା ଜଙ୍କସନରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଟିମ ଉଭୟ ଯବାନଙ୍କୁ ଗିରଫ କରି ହେପାଜତକୁ ନେଇଥିଲା । ତେବେ ଉଭୟ ଯବାନ ନିଶାସକ୍ତ ଅବସ୍ଥାରେ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଗିରଫ ଦୁଇ ଯବାନଙ୍କ ପରିଚୟ ମଧ୍ୟ ସାମ୍ନାକୁ ଆସିଛି । ଜଣେ ଜମ୍ମୁ କାଶ୍ମୀର ବାସିନ୍ଦା ଅମରଜିତ ସିଂ ହୋଇଥିବା ବେଳେ ଅନ୍ୟ ଜଣେ ପଞ୍ଜାବର ବାସିନ୍ଦା ମୁକେଶ କୁମାର ସିଂ ବୋଲି ଜଣାପଡିଛି । ଉଭୟ ଆସାମର ଦିବୃଗଡରେ ଇଣ୍ଡୋ ତିବ୍ବତ ବର୍ଡର ପୋଲିସ(ITBP)ରେ ପୋଷ୍ଟିଂ ହୋଇଥିବା ବେଳେ ଦିଲ୍ଲୀ ଯାଉଥିଲେ । ଆଜି ଘଟଣା ସମ୍ପର୍କରେ ପ୍ରେସମିଟରେ ରେଳବାଇ ପୋଲିସ ସୂଚନା ଦେଇଛି । ଏବେ ଉଭୟ ଯବାନଙ୍କୁ ଗିରଫ କରାଯାଇ ଜେରା ଚାଲିଛି । ସେମାନଙ୍କ ବିରୋଧରେ ସମସ୍ତ ଆବଶ୍ୟକ ଦଫା ମଧ୍ୟ ଲଗାଯାଇଛି । ଉଭୟଙ୍କୁ କୋର୍ଟରେ ହାଜର କରାଯିବା ନେଇ ସ୍ଥାନୀୟ ଜିଆରପି ପୋଲିସ ଅଧିକାରୀ କହିଛନ୍ତି । ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ନେଇ ରେଳ ମନ୍ତ୍ରଣାଳୟ ପୋଲିସ ଫୋର୍ସ ମୁତୟନ କରୁଥିବା ବେଳେ ସେନା ଯବାନଙ୍କର ଏପରି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.