ରାୟପୁର: ଚାଲିଥିଲା ବିବାହ ଉତ୍ସବ । ହେଲେ ବଇରି ସାଜିଲା ପୁରୁଣା ସମ୍ପର୍କ । ହଠାତ ଖୁସିର ମୁହୂର୍ତ୍ତ ମଧ୍ୟରେ ବରକନ୍ୟାଙ୍କ ଉପରକୁ ହେଲା ଏସିଡ ମାଡ଼ । ପୁରୁଣା ବାନ୍ଧବୀ ପ୍ରତିଶୋଧ ପରାୟଣ ହୋଇ ନିଜ ପ୍ରେମିକଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଏଭଳି ଘଟଣା ଛତିଶଗଡ଼ ବସ୍ତର ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ପୋଲିସ ଅଭିଯୁକ୍ତି ପ୍ରେମିକାଙ୍କୁ ଗିରଫ କରିଛି ।
ଏଏସପି ନିବେଦିତା ପାଲ ଏ ନେଇ କହିଛନ୍ତି, " ଚଳିତ ମାସ ୧୯ ତାରିଖରେ ଶାମ ଛୋଟେ ଆମାବଲଙ୍କ ବିବାହ ଉତ୍ସବରେ ହୋଇଥିଲା ଏସିଡ ମାଡ । ସ୍ପ୍ରିଙ୍କଲ ମଧ୍ୟରେ ଏସିଡ ରଖାଯାଇଥିଲା । ଏଥିରେ ବରକନ୍ୟାଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି । ଭାନପୁରି ଥଆନାରେ ଏ ନେଇ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ଖୋଜିବା ଲାଗି ବସ୍ତର ପୋଲିସ ଏକ ସ୍ବତନ୍ତ୍ର ଟିମ୍ର ଗଠନ କରିଥିଲା । ଏହି ଆକ୍ରମଣ ପଛରେ ଯୁବକଙ୍କ ପୁରୁଣା ପ୍ରେମିକା ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ପ୍ରେମିକାଙ୍କୁ ଖୋଜିବା ପରେ ତାକୁ କାବୁ କରିଥିଲା । ପଚରାଉଚରା ସମୟରେ ସେ ଏସିଡ ମାଡ଼ କରିଥିବା ନେଇ ସ୍ବୀକାର କରିଥିଲା । ଏହାପରେ ପୋଲିସ ତାକୁ ଗିରଫ କରିଛି ।"
ଏହା ବି ପଢନ୍ତୁ-ବିବାହ ପାଇଁ ଜିଦ୍ ଧରିଲା ପ୍ରେମିକା, ହତ୍ୟା କରି ପିଙ୍ଗି ଦେଲା ପ୍ରେମିକ
ଅଭିଯୁକ୍ତ ପ୍ରେମିକାଙ୍କ କହିବା ଅନୁସାରେ ଗତ ୭ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରିଲେସନସିପରେ ଥିବା ସମୟରେ ଯୁବକ ଡମରୁ ବଘେଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ଲାଗି ସ୍ଥିର କରିଥିଲେ । ଏ ସମ୍ପର୍କରେ ସେ ନିଜ ପ୍ରେମିକାଙ୍କୁ ମଧ୍ୟ କହିନଥିଲେ । ଆଉ ଯେତେବେଳେ ସେ ଖବର ପାଇ ଡମରୁଙ୍କୁ ବିବାହ ସମ୍ପର୍କରେ ପ୍ରଶ୍ନ କରିଥିଲେ ସେ ବିବାହ କରୁନାହାନ୍ତି ବୋଲି କହିଥିଲେ । ହେଲେ ଡମରୁର ବିବାହ ଅନ୍ୟ ସ୍ଥାନରେ ହେଉଥିବା ନେଇ ଯୁବତୀ ଜଣକ ଜାଣିବା ପରେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଏହାପରେ ସେ କ୍ରୋଧରେ ପ୍ରତିଶୋଧ ନେବା ଲାଗି ଏସିଡ ମାଡ଼ କରିଥିବା କହିଛନ୍ତି ।
ଟିଭି ଓ ମୋବାଇଲରୁ ଏସିଡ ମାଡ଼ ସମ୍ପର୍କରେ ଅଭିଯୁକ୍ତ ପ୍ରେମିକା ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ବର ଉପରକୁ ଏସିଡ ମାଡ଼ କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ଏହାପରେ ସେ ଆମାବଲ ନିକଟରେ ପହଞ୍ଚିଥିଲେ, ଯେଉଁଠି ଯୁବକଙ୍କ ବିବାହ ହେଉଥିଲା । ନିର୍ଦ୍ଦିଷ୍ଟ ସ୍ଥାନ ସମ୍ପର୍କରେ ନ ଜାଣିଥିଲେ ସୁଦ୍ଧା ବାଜା ଶବ୍ଦ ଶୁଣି ସେଠାରେ ପହଞ୍ଚିଥିଲେ । ସେଠାରେ ସେ ପହଞ୍ଚି ପ୍ରଥମେ ଯୁବକ ବା ପ୍ରେମିକକୁ ଠାବ କରିଥିଲେ । ଏହାପରେ ସୁଯୋଗ ଦେଖି ପଛ ପଟୁ ଏସିଡ ଫିଙ୍ଗିଥିଲେ । ଏହାପରେ ଭିଡ଼ ଜମିବା ପରେ ସେ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ ।