ETV Bharat / bharat

ଜନ୍ମଦିନରେ ମିଳିଲାନି ଉପହାର, ଜୀବନ ହାରିଲେ ଯୁବତୀ

ପବଜି ଖେଳିବା ପାଇଁ ଜନ୍ମଦିନରେ ବାପାଙ୍କୁ ଫୋନ ଉପହାର ମାଗିଲେ ଯୁବତୀ, ନମିଳିବାରୁ କଲେ ଆତ୍ମହତ୍ୟା । ଅଧିକ ପଢନ୍ତୁ

author img

By

Published : Feb 19, 2022, 10:40 AM IST

ଜନ୍ମଦିନରେ ମିଳିଲାନାହିଁ ଉପହାର,  ଜୀବନ ହାରିଲେ ଯୁବତୀ

ଜୟପୁର: ପାଗଳ କଲା ପବଜି (PUBG)ନିଶା । ଜନ୍ମଦିନରେ ନୂଆ ସେଲ ଫୋନ ଉପହାର ନମିଳିବାରୁ ଜୀବନ ହାରିଲେ ଜଣେ ୧୮ ବର୍ଷିୟା ଯୁବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଜୟପୁରର ସୋଦାଲ ଅଞ୍ଚଳରେ ।

ଜୟପୁର ପୋଲିସ ସୁପରିଟେଣ୍ଡେଣ୍ଟ ରାଜକୁମାର ଗୁପ୍ତା କହିଛନ୍ତି କି, ଜଣେ ୧୮ ବର୍ଷିୟା ଯୁକ୍ତ ଦୁଇରେ ପାଠ ପଢୁଥିବା ଛାତ୍ରୀଙ୍କର ଗତ ଫେବୃଆରୀ ୧୩ରେ ଜନ୍ମଦିନ ଥିଲା । ତେବେ ଯୁବତୀ ଜଣଙ୍କ ପବଜି ଖେଳିବା ପାଇଁ ବାପା ଓ ମାଙ୍କୁ ଏକ ସେଲ ଫୋନ ଉପହାର ଦେବାକୁ କହିଥିଲେ । କିନ୍ତୁ ତାଙ୍କ ବାପା ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ଫୋନ ଦେବାକୁ କହିଥିଲେ । ଫଳରେ ଧର୍ଯ୍ୟହରା ହୋଇ ଆତ୍ମହତ୍ୟାର ବାଟ ଆପଣାଇଥିଲେ ଯୁବତୀ ଜଣଙ୍କ । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.