ETV Bharat / bharat

ପ୍ରେମରେ ବି ଏମିତି ହୁଏ ! ପ୍ରେମିକ ସହିତ ରହିବା ପାଇଁ ଶରୀରରେ ଛାଡିଲେ HIV ଭୂତାଣୁ - ଆସାମର ବିରଳ ପ୍ରେମ କାହାଣୀ

ପ୍ରେମ ଜାତି, ଧର୍ମ, ଛୁଆଁ ଅଛୁଆଁ ଭେଦ ଭାବ ଦେଖେନି ବୋଲି ଶୁଣିଥିବେ । ହେଲେ ପ୍ରେମ ପାଇଁ କେବେ କେହି HIV AIDS ଭଳି ଦୂରାରୋଗ୍ୟ ଭୂତାଣୁକୁ ଜାଣି ଜାଣି ନିଜ ଶରୀରରେ ପ୍ରବେଶ କରାଇବା ଶୁଣିନଥିବେ । ପ୍ରେମକୁ ପାଇବା ପାଇଁ ଏପରି ଏକ ବିସ୍ମୟକର ପଦକ୍ଷେପ ନେଇଛନ୍ତି ଆସାମର ଜଣେ ଦଶମ ଶ୍ରେଣୀ ଛାତ୍ରୀ । ଅଧିକ ପଢନ୍ତୁ

ପ୍ରେମରେ ବି ଏମିତି ହୁଏ ! ପ୍ରେମିକକୁ AIDS ଜାଣିବା ପରେ ଶରୀରେ HIV ଭୂତାଣୁ ଅନଃକ୍ଷେପଣ କଲା ପ୍ରେମିକା

author img

By

Published : Aug 6, 2022, 4:26 PM IST

Updated : Aug 6, 2022, 5:15 PM IST

ଗୌହାଟୀ: ପ୍ରେମ ଅନ୍ଧ, ମାନେନି ବନ୍ଧ ବାଡ । ପ୍ରେମ ଜାତି, ଧର୍ମ, ଛୁଆଁ ଅଛୁଆଁ ଭେଦ ଭାବ ଦେଖେନି ବୋଲି ଶୁଣିଥିବେ । ହେଲେ ପ୍ରେମ ପାଇଁ କେବେ କେହି HIV AIDS ଭଳି ଦୂରାରୋଗ୍ୟ ଭୂତାଣୁକୁ ଜାଣି ଜାଣି ନିଜ ଶରୀରରେ ପ୍ରବେଶ କରାଇବା ଶୁଣିନଥିବେ । ଆଜ୍ଞା ହଁ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ସାରା ଜୀବନ ରହିବା ପାଇଁ ଏପରି ଏକ ବିସ୍ମୟକର ପଦକ୍ଷେପ ନେଇଛନ୍ତି ଆସାମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ।

ପ୍ରେମରେ ବି ଏମିତି ହୁଏ ! ପ୍ରେମିକ ସହିତ ରହିବା ପାଇଁ ଶରୀରରେ ଛାଡିଲେ HIV ଭୂତାଣୁ

ସୂଚନା ଅନୁଯାୟୀ, ଆସାମର ଜଣେ 16 ବର୍ଷୀୟା ନାବାଳିକା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଭଲପାଉଥିଲେ । ତାଙ୍କ ସହ 3 ଥର ଘରୁ ଫେରାର୍ ମଧ୍ୟ ହୋଇ ଯାଇଥିଲେ । ମାତ୍ର ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ସମ୍ପୃକ୍ତ ଯୁବକଙ୍କୁ ଏଡ୍‌ସ ହୋଇଥିବା ଜାଣି ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ପରିବାର ଲୋକେ । ଏଥିସହ ଯୁବକଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଥିଲେ ।

ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ଯୁବକଙ୍କୁ ଗିରଫ କରିବା ପରେ ନାବାଳିକା ଜଣକ ଏପରି ପଦକ୍ଷେପ ନେଇଛନ୍ତି । ଜଣେ HIV ରୋଗୀଙ୍କ ବ୍ଲଡକୁ ନିଜ ଶରୀରରେ ଅନଃକ୍ଷେପଣ କରିଛନ୍ତି ନାବାଳିକା । ଏଥିସହ ଥାନାରେ ପହଞ୍ଚି ତାଙ୍କ ପ୍ରେମିକ ନିର୍ଦ୍ଦୋଶ ତାଙ୍କର କୌଣସି ଭୁଲ୍ ନାହିଁ ବୋଲି ଯୁକ୍ତି ବାଢିଛନ୍ତି । ଖବର ଅନୁଯାୟୀ, ସମ୍ପୃକ୍ତ ନାବାଳିକାଙ୍କୁ ମଧ୍ୟ HIV ସଂକ୍ରମିତ କରି ସାରିଥିବା ସ୍ପଷ୍ଟ ହୋଇଛି । ସେ ବର୍ତ୍ତମାନ HIV ସଂକ୍ରମିତି ତେଣୁ ତାଙ୍କୁ ପ୍ରେମିକ ସହ ରହିବାକୁ ଅନୁମତି ଦିଆଯାଉ ବୋନି ଅନୁରୋଧ କରିଛନ୍ତି । ଏପରି ଏକ ଘଟଣା ଅନେକଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରିଛି ।

Last Updated : Aug 6, 2022, 5:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.