ETV Bharat / bharat

ନାବାଳିକା ଶିଶୁ ଚାଲାଣ, ରେଳ ଷ୍ଟେସନରୁ 12 ନାବାଳିକା ଶିଶୁ ଉଦ୍ଧାର - କେରଳରେ ନାବାଳିକା ଶିଶୁ ଚାଲାଣ

କୋଜିକୋଡ ଜିଲ୍ଲାର ରେଳ ଷ୍ଟେସନରୁ 12 ଜଣ ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

girl childrens rescued during trafficking from kerala accused arrest
ନାବାଳିକା ଶିଶୁ ଚାଲାଣ, ରେଳ ଷ୍ଟେସନରୁ 12 ନାବାଳିକା ଶିଶୁ ଉଦ୍ଧାର
author img

By

Published : Jul 30, 2022, 1:08 PM IST

ଥିରୁଅନନ୍ତପୁରମ: କେରଳରେ ନାବାଳିକା ଶିଶୁ ଚାଲାଣ । କୋଜିକୋଡ ରେଲୱେ ପୋଲିସ ରେଳ ଷ୍ଟେସନରୁ 12 ଜଣ ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି । ଏହା ଘଟଣାରେ ଚର୍ଚ୍ଚର ପାଦ୍ରିଙ୍କ ସମେତ ରାଜସ୍ଥାନର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଉଦ୍ଧାର 12 ନାବାଳିକାଙ୍କୁ ରାଜସ୍ଥାନରୁ ଅଣାଯାଇଥିବା ସୂଚନା ମିଳିଛି ।

ପୋଲିସର ସୂଚନା ଅନୁଯାୟୀ, ଶିଶୁ କଲ୍ୟାଣ ସମିତି ଏବଂ ରେଳ ପୋଲିସ କୋଜିକୋଡ ରେଳ ଷ୍ଟେସନରେ ଓକା ଏକ୍ସପ୍ରେସରୁ 12 ନାବାଳିକାଙ୍କୁ ଉଦ୍ଧାର କରିଛି । ଏହାପରେ ସେମାନଙ୍କୁ CWCକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ସେମାନଙ୍କୁ ଶିଶୁକଲ୍ୟାଣ ଗୃହରେ ରଖାଯାଇଥିବାବେଳେ CWC ମଧ୍ୟମରେ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯିବ ।

ଜାତୀୟ ମାନବ ଅଧିକାର ଆୟୋଗର(NHRC) ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ 40,000 ଶିଶୁଙ୍କ ନିଖୋଜ ମାମଲା ସାମ୍ନାକୁ ଆସିଥାଏ । ସେମାନଙ୍କ ମଧ୍ୟରୁ 11,000 ଜଣଙ୍କ କୌଣସି ପତ୍ତା ମିଳିନାହିଁ । ପ୍ରାୟ 90 ପ୍ରତିଶତ ଶିଶୁଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଏ । ସେହିପରି 10 ପ୍ରତିଶତ ଶିଶୁଙ୍କୁ ବିଦେଶ ଚାଲାଣ କରାଯାଉଥିବା ରିପୋର୍ଟରୁ ଜଣାପଡ଼ିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (National Crime Records Bureau) ରିପୋର୍ଟ ଅନୁଯାୟୀ ଦେଶର ମୁମ୍ବାଇ ଏବଂ କୋଲକାତାରେ ଅଧିକ ମାତ୍ରାରେ ଶିଶୁ ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.