ETV Bharat / bharat

ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ, କୋର୍ଟ ମ୍ୟାରେଜ ପାଇଁ ଆବେଦନ - ସମଲିଙ୍ଗୀ ବିବାହ ପାଇଁ ଆବେଦନ

ଉତ୍ତର ପ୍ରଦେଶରେ ସମଲିଙ୍ଗୀ ବିବାହ ମାମଲା । ସମଲିଙ୍ଗୀ ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ, କୋର୍ଟ ମ୍ୟାରେଜ ପାଇଁ ଆବେଦନ । ଅଧିକ ପଢନ୍ତୁ

ସମଲିଙ୍ଗୀ ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯବତୀ, କୋର୍ଟ ମ୍ୟାରେଜ ପାଇଁ ଆବେଦନ

author img

By

Published : Jul 14, 2023, 7:01 AM IST

ଲକ୍ଷ୍ନୌ: ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରଥମେ ଘନିଷ୍ଠ ବନ୍ଧୁତା ପରେ ପ୍ରେମରେ ବଦଳିଲା । ସେମାନେ ଉଭୟ ବିବାହ କରିବା ପାଇଁ ମନସ୍ଥ କଲେ । କେବଳ ମନସ୍ଥ କଲେ ନାହିଁ ବରଂ ଏମାନଙ୍କ ମଧ୍ୟରୁ ଜଣେ ଯୁବତୀ ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କଲେ । ଏବେ ସେମାନେ ସ୍ଥାନୀୟ ଏସଡିଏମ କୋର୍ଟରେ ବିବାହ ପଞ୍ଜିକରଣ ପାଇଁ ଆବେଦନ ମଧ୍ୟ କରିଛନ୍ତି । ଘଟଣା କୋର୍ଟରେ ପହଞ୍ଚିବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ସରକାରୀ ଓକିଲଙ୍କ ଠାରୁ ଏସଡିଏମ ମତାମତ ଲୋଡିଛନ୍ତି । ଏହି ପରି ଏକ ଘଟଣା ଉତ୍ତର ପ୍ରଦେଶ ବରେଲୀରେ ଘଟିଛି ।

ସୂଚନା ଅନୁସାରେ, ବରେଲୀରେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ଦୁଇ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ପରେ ଉଭୟ ଉଭୟଙ୍କ ପ୍ରେମରେ ପଡିଥିଲେ । ପରେ ସେମାନେ ବିବାହ କରିବା ଓ ଏକାସାଙ୍ଗରେ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । କୁହାଯାଉଛି ଯେ ଜଣେ ଯୁବତୀ ବଦାୟୁଁରୁ ହୋଇଥିବା ବେଳେ ଅନ୍ୟଜଣେ ବରେଲୀର ବାସନ୍ଦା । ହେଲେ ସେମାନେ ବିବାହ କରିବା ପୂର୍ବରୁ ଜଣେ ଯୁବତୀ ଚିକିତ୍ସା ବିଜ୍ଞାନର ସହାୟତାରେ ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । ଏବେ ସେମାନେ ସ୍ଥାନୀୟ କୋର୍ଟରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Seema Haider On ETV Bharat: ସଚିନ ସହିତ ସତ ପ୍ରେମ ନା ଭାରତ ବିରୋଧରେ ଷଡଯନ୍ତ୍ର ? ଜାଣନ୍ତୁ କେବେ କରିବେ ଭାରତୀୟ ନଗରିକତା ପାଇଁ ଆବେଦନ

ଆବଦନ ପହଞ୍ଚିବା ପରେ ବରେଲୀ ସଦର ଏସଡିଏମ ପ୍ରତ୍ୟୁଷ ପାଣ୍ଡେ କହିଛନ୍ତି ଯେ, ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଏକ ଆବେଦନ ଆସିଛି । ସେହି ଅନୁଯାୟୀ, ଯଦି କେହି ଏଠାରେ ତାଙ୍କ ବିବାହ ପଞ୍ଜିକରଣ କରିବାକୁ ଚାହାଁନ୍ତି, ତେବେ ସେ ଏସଡିଏମକୁ ଏକ ଆବେଦନ କରିପାରିବେ । କାରଣ, ଏହି କ୍ଷେତ୍ରରେ ଲିଙ୍ଗ ପରିବର୍ତ୍ତନ ପରେ ଆବେଦନ ଆସିଛି, ତେଣୁ ଏହି ଆବେଦନର ଆଇନଗତ ମତାମତ ନିଆଯାଇଛି । ଏସଡିଏମ ଏହା ମଧ୍ୟ କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ମାମଲା ଆମ ସାମ୍ନାକୁ ଆସିଛି । ଏଥିରେ ଆଇନଗତ ନିୟମ କ’ଣ ସେ ନେଇ ତର୍ଜମା ଜାରି କରାଯାଇଛି ।ଏହା ପରେ କୌଣସି ନିଷ୍ପତ୍ତି ଗ୍ରହଣ କାରଯାଇପାରିବ ବୋଲି ଏସଡିଏ କହିଛନ୍ତି । ହେଲେ ଏହି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.