କୋଲକାତା: ମତ୍ସ୍ୟଜୀବଙ୍କ ଜାଲରେ ପଡିଲା ୫୫ କିଲୋଗ୍ରାମର ତେଲିଆ ଭୋଲା ମାଛ । ୧୩ ଲକ୍ଷ ଟଙ୍କାରେ ବିକ୍ରି କଲେ ମାଛ ବେପାରୀ । ରବିବାର ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରର ଦିଘା ଠାରେ ଏହି ବିଶାଳ ତେଲିଆ ଭୋଲାମାଛଟି ଜାଲରେ ପଡିଥିଲା । ଏହାପରେ ଦକ୍ଷିଣ ଚବିଶ ପ୍ରାଗଣରାର ସ୍ଥାନୀୟ ବାସିନ୍ଦା ଶିବାଜୀ କବୀର ଏହି ମାଛକୁ ନିଲାମ ପାଇଁ ଦିଗାକୁ ଆଣିଥିଲେ। ତିନି ଘଣ୍ଟା ବିଡିଂ ପରେ ଏହି ମାଛକୁ ୧୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା । ଯାହାର କିଲୋଗ୍ରାମ ପିଛା ୨୬ ହଜାର ଟଙ୍କା ରହିଥିଲା।
ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, "ଏହି ମାଛ ଔଷଧ ତିଆରି କରିବା ପାଇଁ ଅତ୍ୟନ୍ତ ଉପଯୋଗୀ । ତେଣୁ ଏକ ବିଦେଶୀ କମ୍ପାନୀ ଏହି ବିଶାଳ ମାଛକୁ କିଣିଛି''। ଛଅ ଦିନ ପୂର୍ବରୁ ତେଲିଆ ଭୋଲା ୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଦିଘା ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟୀ ସଂଘର ଜଣେ ସଦସ୍ୟ କହିଛନ୍ତି, "ଏହି ପ୍ରକାରର ବିଶାଳ ତେଲିଆ ଭୋଲା ମାଛ ବର୍ଷକୁ ଦୁଇଥର କିମ୍ବା ତିନିଥର ଆସେ। ଏବଂ ଏହି ମାଛକୁ ଧରିବାପରେ ମତ୍ସ୍ୟଜୀବୀ ଲାଭବାନ ହୋଇଥାଏ ।