ETV Bharat / bharat

ସେନାରେ 42 ବର୍ଷର ସେବା: ଅବସର ନେଲେ ମନୋଜ ମୁକୁନ୍ଦ ନରଓ୍ୱାଣେ - ଜେନେରାଲ ନରଓ୍ବାଣେଙ୍କ ଅବସର

ଭାରତୀୟ ସ୍ଥଳସେନାରେ ଦୀର୍ଘ 42ବର୍ଷର ସେବା ପରେ ଆଜି ଅବସର ଗ୍ରହଣ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ । ସେନା ମୁଖ୍ୟାଳୟ ପରିସରରେ ଗ୍ରହଣ କଲେ ଶେଷ ଅଭବାଦନ । ଅଧିକ ପଢନ୍ତୁ

42 ବର୍ଷରେ ସେବା ପରେ ଅବସର, ଗ୍ରହଣ କଲେ ଶେଷ ଅଭିବାଦନ

author img

By

Published : Apr 30, 2022, 4:19 PM IST

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାରେ ଦୀର୍ଘ 42 ବର୍ଷର ସେବା ପରେ ଆଜି (ଶନିବାର) ସ୍ଥଳସେନାର ମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ । ଆଜି ସେ ଅବସର ଗ୍ରହଣ କରିବା ସହ ଦିଲ୍ଲୀର ସାଉଥ ବ୍ଲକରେ ଥିବା ସେନା ମୁଖ୍ୟାଳୟ ପରିସରରେ କ୍ୟାରିୟରର ଶେଷ ଅଭିବାଦାନ (ଗାର୍ଡ ଅଫ୍ ଅନର) ଗ୍ରହଣ କରିଛନ୍ତି । ଅଭବାଦନ ଗ୍ରହଣ ପରେ ସେ ନୂତନ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ ।

  • Delhi | General MM Naravane receives guard of honour at the South Block lawns prior to relinquishing as Chief of the Army Staff pic.twitter.com/qnwFOedxUY

    — ANI (@ANI) April 30, 2022 " class="align-text-top noRightClick twitterSection" data=" ">

ମହାରାଷ୍ଟ୍ରରେ ଜନ୍ମିତ ଜେନେରାଲ ନରଓ୍ବାଣେ 1980 ମସିହାରେ ଭାରତୀୟ ସ୍ଥଳସେନାର ଶିଖ ଲାଇଟ ଇନଫ୍ୟାଣ୍ଟ୍ରୀର 7ମ ବାଟାଲିୟନ ମାଧ୍ୟମରେ ସେନାରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ରାଷ୍ଟ୍ରୀୟ ରାଇଫଲର କମାଣ୍ଡିଂ ଅଧିକାରୀ, କୋହିମାରେ ଆସାମ ରାଇଫଲ (ଉତ୍ତର) ଇନସପେକ୍ଟର ଜେନେରାଲ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ । ଭାରତୀୟ ସେନାର ମିଶନ ଶ୍ରୀଲଙ୍କା (ଶାନ୍ତିସେନା) ରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

  • General Manoj Mukund Naravane, Chief of the Army Staff, along with his wife Smt Veena Naravane, called on President Ram Nath Kovind and First Lady Smt Savita Kovind at Rashtrapati Bhavan. pic.twitter.com/OGRHcjCpkE

    — President of India (@rashtrapatibhvn) April 30, 2022 " class="align-text-top noRightClick twitterSection" data=" ">

ଜେନେରାଲ ବିପିନ ରାଓ୍ବତ ପ୍ରଥମ ପ୍ରତିରକ୍ଷା ପ୍ରମୁଖ (CDS) ଭାବେ ଦାୟିତ୍ବ ଗ୍ରହଣ କରିବା ପରେ 28ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଜେନେରାଲ ନରଓ୍ବାଣେ । ସେନାରେ ନିଜର ଦୀର୍ଘ 4 ଦଶନ୍ଧିର କାର୍ଯ୍ୟକାଳରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ପରମ ବିଶିଷ୍ଟ ସେବା ମେଡାଲରେ ମଧ୍ୟ ସମ୍ମାନିତ କରାଯାଇ ସାରିଛି ।

  • Had a wonderful meeting with the Army Chief, General MM Naravane, who is going to retire today after serving the nation for 42 years. His contributions as a military leader has strengthened India’s defence capabilities & preparedness. I wish him success in his future endeavours. pic.twitter.com/rpTQ1L2g31

    — Rajnath Singh (@rajnathsingh) April 30, 2022 " class="align-text-top noRightClick twitterSection" data=" ">

ଆଜି ଅବସର ଗ୍ରହଣ ପୂର୍ବରୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ସିଂଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ ଉଭୟ ନରଓ୍ବାଣେଙ୍କ ସେନା ପ୍ରତି ଥିବା ଅବଦାନ ମନେ ପକାଇବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.