ETV Bharat / bharat

Odisha Train Tragedy: ବିଦା ହେଲା ଦକ୍ଷିଣ-ପୂର୍ବ ରେଲୱେ ମହାପ୍ରବନ୍ଧକ

author img

By

Published : Jul 1, 2023, 9:15 AM IST

ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ବିଦା ହେଲା ଦକ୍ଷିଣ-ପୂର୍ବ ରେଲୱେ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ । ଅନିଲ କୁମାର ମିଶ୍ର ଜିଏମ । ଅଧିକ ପଢନ୍ତୁ

ବଦଳିଲେ ଦକ୍ଷିଣ-ପୂର୍ବ ରେଲୱେ ମହାପ୍ରବନ୍ଧକ
ବଦଳିଲେ ଦକ୍ଷିଣ-ପୂର୍ବ ରେଲୱେ ମହାପ୍ରବନ୍ଧକ

ନୂଆଦିଲ୍ଲୀ: ବାଲେଶ୍ବରରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ବଦଳିଲେ ଦକ୍ଷିଣ-ପୂର୍ବ ରେଲୱେର ମହାପ୍ରବନ୍ଧକ(ଜେନେରାଲ ମ୍ୟାନେଜର) । ମହାପ୍ରବନ୍ଧକ(GM) ଅର୍ଚ୍ଚନା ଯୋଶୀଙ୍କୁ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ର ନୂଆ ଜେନେରାଲ ମ୍ୟାନେଜର ନିଯୁକ୍ତ ହୋଇଛନ୍ତି । ଏନେଇ ଭାରତୀୟ ରେଲୱେ ପକ୍ଷରୁ ଆଜି ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।

ରେଲୱେର ବିବୃତ୍ତରେ କୁହାଯାଇଛି ଯେ, ବାଲେଶ୍ବର ଟ୍ରିପଲ ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । କ୍ୟାବିନେଟ ନିଯୁକ୍ତ କମିଟି ନୂଆ ମହାପ୍ରବନ୍ଧକ ଭାବେ ଅନିଲ କୁମାର ମିଶ୍ରଙ୍କ ନିଯୁକ୍ତି ଉପରେ ମୋହର ମାରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ସାଲିମାର ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ପ୍ରଥମେ କରମଣ୍ଡଳ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା । ଠିକ୍ ଏତିକି ବେଳେ ହାୱଡା ଅଭିମୁଖେ ଯାଉଥିବା ସାଲିମାର ଏକ୍ସପ୍ରେସ ଟ୍ରେନ କରମଣ୍ଡଳ ବଗିକୁ ଧକ୍କା ଦେଇଥିଲା ।

ଏହାମଧ୍ୟ ପଢନ୍ତୁ: Odisha Train Tragedy: DNA ରିପୋର୍ଟ ଆସିବା ପରେ 6 ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର

ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାକୁ ମାସେ ପୁରିବାକୁ ବସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ବର ଏମ୍ସରେ ଅନେକ ଅଚିହ୍ନା ଯାତ୍ରୀଙ୍କ ମୃତଦେହ ପଡି ରହିଛି । ୫୦ରୁ ଅଧିକ ମୃତଦେହ ଚିହ୍ନଟ ହୋଇପାରି ନାହିଁ । DNA ଟେଷ୍ଟ ପରେ ଗତକାଲି ୨୯ଟି ମୃତଦେହ ଚିହ୍ନଟ ହୋଇପାରିଛି । ସିବିଆଇ ଏହି ଟ୍ରିପଲ ଟ୍ରେନ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।

ଦୁର୍ଘଟଣାର ଏତେ ଦିନ ପରେ ଏବେ ଦକ୍ଷିଣ-ପୂର୍ବ ରେଲୱର ମହାପ୍ରବନ୍ଧକ ବା ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ନୂଆ ମହାପ୍ରବନ୍ଧକ ଭାବେ ଅନିଲ କୁମାର ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ସେହିପରି ଯୋଶୀଙ୍କୁ ନୂଆ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: Train Tragedy: ପୁଅ ମୃତଦେହ ଅପେକ୍ଷାରେ ଦିବ୍ୟାଙ୍ଗ ଦମ୍ପତି, DNA ରିପୋର୍ଟ ଆସିବା ପରେ ମିଳିବା ଆଶା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.