ETV Bharat / bharat

ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ Manoj Pande

ଦାୟିତ୍ବ ନେଲେ ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେନା ଇଞ୍ଜିନିୟରିଂ ପୃଷ୍ଠଭୂମିରୁ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ପ୍ରଥମ ଅଧିକାରୀ । ଅଧିକ ପଢନ୍ତୁ

author img

By

Published : Apr 30, 2022, 3:23 PM IST

29ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଭାରତର ନୂତନ ତଥା 29ତମ ସ୍ଥଳସେନା ମୁଖ୍ୟ ଭାବେ ଆଜି (ଶନିବାର) ଦାୟିତ୍ବ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଆଜି ନୂଆଦିଲ୍ଲୀ ସ୍ଥିତ ସାଉଥ ବ୍ଲକରେ ଥିବା ସେନା ମୁଖ୍ୟାଳୟରେ ସେ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ସେନା ଇଞ୍ଜିନିୟରିଂ ପୃଷ୍ଠଭୂମିରୁ ମନୋଜ ପାଣ୍ଡେ ସ୍ଥଳସେନାର ଏହି ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ପ୍ରଥମ ଅଧିକାରୀ ।

1982 ଡିସେମ୍ବର 24ରେ ସେ ଭାରତୀୟ ସ୍ଥଳସେନାରେ ଭର୍ତ୍ତି ହୋଇଥିଲେ । କ୍ୟାରିୟର ପ୍ରଥମ ଭାଗରେ ଜଣେ ସେନା ଇଞ୍ଜିନିୟର ଭାବେ ସେବା ଆରମ୍ଭ କରିଥିବା ଜେନେରାଲ ପାଣ୍ଡେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସହ ସ୍ଥଳସେନାରେ 39 ବର୍ଷ ସେବା ଯୋଗାଇ ଆସୁଛନ୍ତି । ଏକାଧିକ ଅପରେସନର ସଫଳତାର ସହ ନେତୃତ୍ବ ମଧ୍ୟ ନେଇଛନ୍ତି । ତାଙ୍କ ପୁଅ ମଧ୍ୟ ଭାରତୀୟ ବାୟୁସେନାରେ ଜଣେ ପାଇଲଟ ଭାବେ କାର୍ଯ୍ୟରତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.