ETV Bharat / bharat

ସରକାର ଭାଙ୍ଗିବା ପାଇଁ ଶାହଙ୍କଠାରୁ 10 କୋଟି ନେଇଛନ୍ତି ବିଧାୟକ ! ଫେରାଇଦେବାକୁ ଅନୁରୋଧ କଲେ ଗେହେଲୋଟ - ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ

ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଛନ୍ତି ଅମିତ ଶାହ । ଶାହଙ୍କ ଠାରୁ 10 କୋଟି ନେଇଛନ୍ତି ବିଦ୍ରୋହୀ ବିଧାୟକ ! ଫେରାଇଦେବାକୁ ଅନୁରୋଧ କଲେ ଗେହେଲୋଟ । ପରୋକ୍ଷରେ ସଚିନ ପାଇଲଟଙ୍କ କ୍ୟାମ୍ପକୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ସରକାର ଭାଙ୍ଗିବା ପାଇଁ ଶାହଙ୍କ ଠାରୁ 10 କୋଟି ନେଇଛନ୍ତି ବିଧାୟକ

author img

By

Published : May 7, 2023, 10:40 PM IST

ଜୟପୁର: ରାଜସ୍ଥାନରେ ଜାରି ରହିଥିବା କଂଗ୍ରେସ କନ୍ଦଳ ମଧ୍ୟରେ ଆଜି ଭିନ୍ନ ଢଙ୍ଗରେ ସଚିନ ପାଇଲଟଙ୍କ ଗୋଷ୍ଠୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ । କହିଛନ୍ତି, ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଛନ୍ତି ଅମିତ ଶାହ । ଶାହଙ୍କଠାରୁ କିଛି ବିଦ୍ରୋହୀ ବିଧାୟକ 10 କୋଟି ଲେଖାଏଁ ଟଙ୍କା ମଧ୍ୟ ନେଇଛନ୍ତି । ସେମାନେ ରାଜସ୍ଥାନରେ ସରକାରକୁ ବଞ୍ଚାଇବା ପାଇଁ ବିଜେପିଠାରୁ ଗ୍ରହଣ କରିଥିବା ଟଙ୍କାକୁ ଶାହଙ୍କୁ ଫେରାଇ ଦିଅନ୍ତୁ । ହେଲେ ଏହି ବିଦ୍ରୋହୀ ବିଧାୟକମାନେ କିଏ, ସେନେଇ ଗେହେଲୋଟ କିଛି ସ୍ପଷ୍ଟ କରିନଥିବା ବେଳେ ଏହା ସଚିନ ପାଇଲଟଙ୍କ ଗୋଷ୍ଠୀଙ୍କୁ ପରୋକ୍ଷ ଟାର୍ଗେଟ ବୋଲି କୁହାଯାଉଛି ।

ଗେହେଲୋଟ କହିଛନ୍ତି, "ରାଜସ୍ଥାନ ସରକାରକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ହେଉଛି । ମନେସର ଯାଇଥିବା ବିଧାୟକମାନେ ବିଜେପି ଠାରୁ କୋଟି କୋଟି ଟଙ୍କା ମଧ୍ୟ ଗ୍ରହଣ କରିଛନ୍ତି । ସେମାନେ ସେହି ଟଙ୍କା ଅମିତ ଶାହଙ୍କୁ ଫେରାଇ ଦିଅନ୍ତୁ । ଯଦି ଗ୍ରହଣ କରାଯାଇଥିବା ଟଙ୍କାର କିଛି ଅଂଶ ଖର୍ଚ୍ଚ ହୋଇଯାଇଥାଏ ।" ତେବେ ତାହାର କ୍ଷତିପୂରଣ ମଧ୍ୟ ସେ ନିଜେ ଦେଇଦେବେ ବୋଲି ମଧ୍ୟ କହିଛନ୍ତି ଗେହେଲୋଟ ।

ମୁଖ୍ୟମନ୍ତ୍ରୀ ଗେହଲୋଟ୍ କହିଛନ୍ତି, ‘‘ମୁଁ ମୋର ବିଧାୟକମାନଙ୍କୁ ଅନୁରୋଧ କରୁଛି, ବିଜେପି ଠାରୁ ନିଆଯାଇଥିବା ଟଙ୍କା ଅମିତ ଶାହାଙ୍କୁ ଫେରାଇ ଦିଅନ୍ତୁ । ବିଧାୟକମାନେ ସାଧୁତା ସହିତ କାମ କରିବା ଉଚିତ୍, ମୁଁ ତୁମ ସହିତ ଛିଡା ହୋଇଛି । ପୁରୁଣା କଥା ଭୁଲିଯାଉଛି, ମୁଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି । ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲୋକଙ୍କ ସେବା ଜାରି ରଖିବି ।’’ ସେହିପରି ସେ ବିଜେପିର ଷଡ଼ଯନ୍ତ୍ରର ଉଦାହରଣ ଦେବାକୁ ଯାଇ ସେ ମହାରାଷ୍ଟ୍ର ସତ୍ତା ପରିବର୍ତ୍ତନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । କହିଥିଲେ ସେମାନେ ମହାରାଷ୍ଟ୍ରରେ ଶିବସେନାକୁ ଦୁଇ ଭାଗରେ ବିଭକ୍ତ କରିଦେଲେ । ସେଠାରେ ସରକାର ପରିବର୍ତ୍ତନ କରି କ୍ଷମତା ହାସଲ କଲେ । ବିଜେପି ଓ ଗୃହମନ୍ତ୍ରୀ ଅମିତ ଶାହା ଏକ ବିପଜ୍ଜନକ ଖେଳ ଖେଳୁଛନ୍ତି ।

ତେବେ ଦୀର୍ଘଦିନ ହେବ ପୂର୍ବତନ ଉମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଗେହେଲୋଟଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ରାଜ୍ୟ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହେବା ପରି ଦୃଶ୍ୟମାନ ହେଉଛି । ହେଲେ କେନ୍ଦ୍ରୀୟ ନେତୃତ୍ବ ଏହି କନ୍ଦଳକୁ ପ୍ରଶମିତ କରି ରଖିବାକୁ ଭରପୁର ଉଦ୍ୟମ କରୁଛନ୍ତି । ଏହାରି ମଧ୍ୟରେ ଗେହେଲୋଟ ଆଜି ବିଜେପି ଓ ଅମିତ ଶାହ ତାଙ୍କ ସରକାର ଭାଙ୍ଗିବା ପାଇଁ କିଛି ବିଧାୟକଙ୍କୁ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.