ETV Bharat / bharat

Garbha Sanskar: ସଂସ୍କାରୀ ଶିଶୁ ଜନ୍ମ ପାଇଁ ଗୀତା ରାମାୟଣ ପଢିବାକୁ ଗର୍ଭବତୀଙ୍କୁ RSSର ପରାମର୍ଶ - ଗର୍ଭ ସଂସ୍କାର

ମାତୃଗର୍ଭରୁ ଜନ୍ମ ନେବେ ସଂସ୍କାରୀ ଓ ଦେଶଭକ୍ତି ସମ୍ପନ୍ନ ଶିଶୁ । ଏନେଇ 'ଗର୍ଭ ସଂସ୍କାର' ନାମରେ ଏକ ଅଭିଯାନ ଆରମ୍ଭ କରିବ ଆରଏସଏସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 10, 2023, 10:57 PM IST

ନୂଆଦିଲ୍ଲୀ: ସଂସ୍କାରୀ ଓ ଦେଶଭକ୍ତି ସମ୍ପନ୍ନ ଶିଶୁ କିପରି ଜନ୍ମ ନେବେ ସେ ନେଇ ଆରମ୍ଭ ହେଲା ଅଭିଯାନ । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଅନୁମୋଦିତ ଶାଖା ଏ ନେଇ 'ଗର୍ଭ ସଂସ୍କାର' ନାମରେ ଏକ ଅଭିଯାନ ଆରମ୍ଭ କରିଛି । ଗର୍ଭବତୀ ମହିଳା ଗର୍ଭଧାରଣ ସମୟରେ ଗୀତା ଭାଗବତ ଓ ରାମାୟଣ ଭଳି ପୌରାଣିକ ଗ୍ରନ୍ଥକୁ ପାଠ କରିବାକୁ ଉତ୍ସାହିତ କରାଯିବ । ଏହାସହିତ ସଂସ୍କୃତ ଶୋଳ୍କ ପାଠ କରିବାକୁ ମଧ୍ୟ ପରାମର୍ଶ ଦିଆଯିବ । ଏହାଦ୍ବାରା ମାତୃଗର୍ଭରୁ ସଂସ୍କାରୀ ତଥା ଦେଶଭକ୍ତ ଶିଶୁ ଜନ୍ମ ନେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହି ଅଭିଯାନ ପବିତ୍ରତା ସହ ବୈଜ୍ଞାନିକ ଦୃଷ୍ଟିକୋଣକୁ ନେଇ ଆରମ୍ଭ ହେବାକୁ ଯାଉଛି । ଗର୍ଭଧାରଣଠାରୁ ଡେଲିଭରି ପର୍ଯ୍ୟନ୍ତ ମାଆ ପେଟରେ ନବଜାତ ଶିଶୁଟିଏ ରହି ହିନ୍ଦୁ ସଂସ୍କୃତି ସମ୍ପର୍କରେ ଅବଗତ ହେବ । ଏହାଦ୍ବାରା ସେମାନଙ୍କ ବୌଦ୍ଧିକ ବିକାଶ ହେବ । ମାତୃ ଗର୍ଭରୁ ଆରମ୍ଭ ହୋଇଥିବା ଏହି ଶିକ୍ଷା ୨ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆରଏସଏସ ଶାଖା ପକ୍ଷରୁ କୁହାଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମବର୍ଦ୍ଧିନୀ ନ୍ୟାସ ୱିଙ୍ଗ ପକ୍ଷରୁ ସାରା ଦେଶରେ ଲାଗୁ କରାଯିବ । ଏହି ଅଭିଯାନରେ ଡାକ୍ତରଙ୍କ ସମେତ ସଂଘର ମହିଳା ଗୋଷ୍ଠୀଙ୍କୁ ମଧ୍ୟ ସାମିଲ କରାଯିବ । ଏମାନେ ସୁସ୍ଥ ଶିଶୁ ପାଇଁ କଣ ସବୁ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ଗର୍ଭଧାରଣ କରିଥିବା ମହିଳାଙ୍କୁ ପରାମର୍ଶ ଦେବେ ।

ଏହା ବି ପଢନ୍ତୁ- ମୋଦିଙ୍କୁ ପସନ୍ଦ କିମ୍ବା ନାପସନ୍ଦ କରିପାର, କିନ୍ତୁ ଅପଶବ୍ଦ ବ୍ୟବହାର କରନି: ଗୁଜୁରାଟ ହାଇକୋର୍ଟ

ଏଥିଲାଗି ସାରା ଦେଶକୁ ୫ଟି ଅଞ୍ଚଳରେ ଭାଗ କରାଯାଇଛି, ଯେଉଁଥିରେ ୧୦ ଜଣିଆ ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯିବ । ଏମାନେ ଅଭିଯାନକୁ ଲାଗୁ କରିବାରେ ବଡ଼ ଭୂମିକା ଗ୍ରହଣ କରିବେ । ଏହି ଗୋଟିଏ ଟିମ ୨୦ଜଣ ଗର୍ଭବତୀ ମହିଳାଙ୍କୁ ସୁସ୍ଥ, ସଂସ୍କାରୀ ଶିଶୁ ଜନ୍ମ ଲାଗି ଶିକ୍ଷା ଦେବେ । ଏନେଇ ସମବର୍ଦ୍ଧିନୀ ନ୍ୟାସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯାନର ଭର୍ଚ୍ଚୁଆଲ ଲଞ୍ଚ ଇଭେଣ୍ଟରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମାଆ ପେଟରୁ ଶିଶୁଟିଏ ଜନ୍ମ ନେବା ପରେ ସେ କିପରି ଦେଶ, ମହିଳାଙ୍କୁ ସମ୍ମାନ ଜଣାଇବା ସହିତ ଭାରତୀୟ ସଂସ୍କୃତିକୁ ନେଇ ପରିଚିତ ହେବ ତାହା ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଇଛି ।

ତେବେ ଭାରତ ନିର୍ମାଣରେ ଗର୍ଭ ସଂସ୍କାର ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସଂସ୍ଥା ପକ୍ଷରୁ ବିଶ୍ବାସ ରହିଛି । ଏହି ଅଭିଯାନ ମାଧ୍ୟମରେ ଗର୍ଭବତୀ ମହିଳାମାନେ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରିବା ସହିତ ଧାର୍ମିକ ଗ୍ରନ୍ଥ ରାମାୟଣ ଓ ଗୀତା ଭାଗବତ ପାଠ କରିବେ । ବହୁ କାଳରୁ ଏହି ପରମ୍ପରା ରହିଆସିଛି । ମହିଳାଟିଏ ଗର୍ଭଧାରଣ କରିବା ବେଳେ ଘରର ଗୁରୁଜନମାନେ ଗୀତା ଭାଗବତ ପାଠ କରିଥାନ୍ତି । ମହିଳାଙ୍କୁ ଏ ସମ୍ପର୍କରେ ବୁଝାଇଥାନ୍ତି । ଏହା ଦ୍ବାରା ମାତୃଗର୍ଭରେ ଥିବା ଶିଶୁ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ତେବେ ଶିଶୁଟି ଜନ୍ମ ପରେ ୨ବର୍ଷ ଯାଏଁ ଏମିତି ଶିକ୍ଷା ଗ୍ରହଣ କରିବ ବୋଲି ଶାଖା ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.