ଚଣ୍ଡିଗଡ: ପଞ୍ଜାବ ଲୁଧିଆନାରେ ପୋଲିସ ଏନକାଉଣ୍ଟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଖଦେବ ସିଂ ଓରଫ ବିିକି ମୃତ । ଆଜି ସଂଧ୍ୟାରେ ଲୁଧିଆନା ନିକଟରେ ତାକୁ ପୋଲିସ ଏନକାଉଣ୍ଟର କରିଛି । ତାର ନାମରେ 25ରୁ ଅଧିକ ସଙ୍ଗୀନ ମାମଲା ରହିଥିଲା । ସେ ଦୀର୍ଘ ଦିନ ହେବ ଫେରାର ରହି ଅପରାଧିକ ମାମଲା ଘଟାଉଥିଲା । ଆଜି ସଂଧ୍ୟାରେ ସେ ଲୁଧିଆନାରେ ନିଜର କିଛି ସହଯୋଗୀଙ୍କ ସହ ଅପରାଧ ଯୋଜନା କରୁଥିବା ସୂଚନା ମିଳିବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏଥିରେ ବିକି ଓ ତାର ସହଯୋଗୀମାନେ ପୋଲିସ ଉପରୁ ଗୁଳି ମାଡ କରି ଖସି ପଳାଇବାକୁ ପ୍ରୟାସ କରିଥିଲେ । ପୋଲିସ ଏନକାଉଣ୍ଟରରେ ବିକିର ମୃତ୍ୟୁ ହୋଇଛି ।
-
#WATCH | Punjab: Ludhiana Police has killed a criminal in an encounter on Kohda Machhiwada Road. While three accused have been arrested by the police. During this firing, an ASI of the police was also injured and was shot in his thigh. While a police officer survived because he… pic.twitter.com/YvzJxwOctW
— ANI (@ANI) December 13, 2023 " class="align-text-top noRightClick twitterSection" data="
">#WATCH | Punjab: Ludhiana Police has killed a criminal in an encounter on Kohda Machhiwada Road. While three accused have been arrested by the police. During this firing, an ASI of the police was also injured and was shot in his thigh. While a police officer survived because he… pic.twitter.com/YvzJxwOctW
— ANI (@ANI) December 13, 2023#WATCH | Punjab: Ludhiana Police has killed a criminal in an encounter on Kohda Machhiwada Road. While three accused have been arrested by the police. During this firing, an ASI of the police was also injured and was shot in his thigh. While a police officer survived because he… pic.twitter.com/YvzJxwOctW
— ANI (@ANI) December 13, 2023
ପୋଲିସ ସୂଚନା ଅନୁସାରେ, ଅନ୍ୟ ତିନି ଅପରାଧିକ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଚେତାବନୀ ଦେବା ସହ ଗିରଫ କରିବା ପାଇଁ ପ୍ରୟାସ କରିଥିଲା । ମାତ୍ର ସେମାନେ ପୋଲିସ ଉପରକୁ ଗୁଳି କରିଥିଲେ । ଏଥିରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ଦେହରେ ଗୁଳି ବାଜିଛି ଓ ସେ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଗ୍ୟାଙ୍ଗଷ୍ଟାର ବିକିର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଅନ୍ୟ ତିନି ଅଭିଯୁକ୍ତକୁ ହେପାଜତକୁ ନିଆଯାଇଛି ।
-
#WATCH | Punjab: Kuldeep Singh Chahal, Police Commissioner, Ludhiana says, "Ludhiana Police were trying to trace this gang for a long time. CM also asked to take action against this gang. This gang has committed several crimes, shot many people and looted them. Three members of… pic.twitter.com/nizGb8HXjJ
— ANI (@ANI) December 13, 2023 " class="align-text-top noRightClick twitterSection" data="
">#WATCH | Punjab: Kuldeep Singh Chahal, Police Commissioner, Ludhiana says, "Ludhiana Police were trying to trace this gang for a long time. CM also asked to take action against this gang. This gang has committed several crimes, shot many people and looted them. Three members of… pic.twitter.com/nizGb8HXjJ
— ANI (@ANI) December 13, 2023#WATCH | Punjab: Kuldeep Singh Chahal, Police Commissioner, Ludhiana says, "Ludhiana Police were trying to trace this gang for a long time. CM also asked to take action against this gang. This gang has committed several crimes, shot many people and looted them. Three members of… pic.twitter.com/nizGb8HXjJ
— ANI (@ANI) December 13, 2023
ଏହା ମଧ୍ୟ ପଢନ୍ତୁ :- ଓଡିଶା ଦଖଲ ପାଇଁ ଆରମ୍ଭ ହେଲା ବିଜେପିର ଗୋଟିଚାଳନା !
ଲୁଧିଆନା ପୋଲିସ କମିଶନର କୁଳଦୀପ ଚହଲଙ୍କ ଅନୁସାରେ, ରାଜ୍ୟର ବିଭିନ୍ନ ଥାନାରେ ବିକି ନାମରେ 28ଟି ସଙ୍ଗୀନ ମାମଲା ରହିଥିଲା । ସେ ତାର ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଦୀର୍ଘ ଦିନ ହେବ ଚଢାଉ କରିଆସୁଥିଲା । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଗ୍ୟାଙ୍ଗଷ୍ଟାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ବିକି ଏନକାଉଣ୍ଟରରେ ନିପାତ ହୋଇଛି । ଅନ୍ୟ ଅପରାଧୀଙ୍କ ବିରୋଧରେ ମଧ୍ୟ ସମାନ ଢଙ୍ଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରଖିବ । ପଞ୍ଜାବର ଅନେକ କୁଖ୍ୟାତ ଅପରାଧୀ ଏବେ କାନାଡା ଓ ଅନ୍ୟ ଦେଶରେ ଆତ୍ମଗୋପନ କରି ଭାରତରେ ଫିକ୍ସିଂ ଜାରି ରଖିଛନ୍ତି । ଏଥିରେ ଗୋଲ୍ଡି ବରାର ଗୋଷ୍ଠୀ ଅନ୍ୟତମ । ସିଦ୍ଧୁ ମୁସେଓ୍ବାଲା ହତ୍ୟା ମାମଲାରେ ଏହି ଗୋଷ୍ଠୀ ସମ୍ପୃକ୍ତ ଥିଲା । ଏବେ ମଧ୍ୟ ଏହି ଗ୍ୟାଙ୍କର ବହୁ ସଦସ୍ୟ କାନାଡାରେ ରହି ଅପରାଧ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ