ETV Bharat / bharat

ବୋମାମାଡ଼ ପାଇଁ ଧାନବାଦ ପୋଲିସକୁ ଗ୍ୟାଙ୍ଗଷ୍ଟରର ଖୋଲା ଧମକ

author img

By

Published : May 6, 2022, 8:00 AM IST

ଧାନବାଦ ପୋଲିସକୁ ବୋମାମାଡ ପାଇଁ ଖୋଲା ଧମକ ଦେଲା କୁଖ୍ୟାତ ଅପରାଧୀ ପ୍ରିନ୍ସ ଖାନ । ଅଧିକ ପଢନ୍ତୁ

ବୋମାମାଡ଼ ପାଇଁ ଧାନବାଦ ପୋଲିସକୁ ଗ୍ୟାଙ୍ଗଷ୍ଟରର ଖୋଲା ଧମକ
ବୋମାମାଡ଼ ପାଇଁ ଧାନବାଦ ପୋଲିସକୁ ଗ୍ୟାଙ୍ଗଷ୍ଟରର ଖୋଲା ଧମକ

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦର କୋଇଲା ଅଞ୍ଚଳରେ ମାତିଛନ୍ତି ଅପରାଧୀ । ଗତ କିଛି ଦିନ ହେବ ଗ୍ୟାଙ୍ଗଷ୍ଟର ପ୍ରିନ୍ସ ଖାନ କ୍ରମାଗତ ଭାବରେ ପୋଲିସକୁ ଧମକ ଦେଉଥିବା ଦେଖିବାକୁ ମିଳିଛି । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ତାଙ୍କୁ ଖୋଜିବାରେ ସଫଳ ହୋଇପାରିନାହିଁ । ପୋଲିସ ପ୍ରଶାସନକୁ ଚ୍ୟାଲେଞ୍ଜ କରୁଛି ଏହି କୁଖ୍ୟାତ ଅପରାଧୀ । ଗ୍ୟାଙ୍ଗଷ୍ଟର ପ୍ରିନ୍ସ ସୋସିଆଲ ମିଡିଆ ଜରିଆରେ ସହରକୁ ବୋମାମାଡ଼ କରିବାକୁ ଏସଏସପିଙ୍କୁ ଖୋଲାଖୋଲି ଧମକ ଦେଇଛି ।

ଗ୍ୟାଙ୍ଗଷ୍ଟର ପ୍ରିନ୍ସ ଖାନ ଧାନବାଦ ଏସଏସପି ସଞ୍ଜୀବ କୁମାରଙ୍କୁ ଚ୍ୟାଲେଞ୍ଜ କରି କହିଛି ଯେ ଯଦି ତା ପରିବାରକୁ କୌଣସି କ୍ଷତି ପହଞ୍ଚାଯାଏ, ତେବେ ସେ ନିଜ ଗ୍ୟାଙ୍ଗ ସହ ମିଶି ଧାନବାଦର ସର୍ବସାଧାରଣ ସ୍ଥାନରେ କାଶ୍ମୀର ବୋମା ମାଡ଼ କରିବ । ଅପରାଧୀ ପ୍ରିନ୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଲିସକୁ ଏହି ଧମକ ଦେଇଛି । ଗତ 2022 ମାର୍ଚ୍ଚରେ ଏହି ୟୁଟ୍ୟୁବ ଚ୍ୟାନେଲ୍ ସୃଷ୍ଟି କରାଯାଇଛି । ଏହି ଧମକର ଭିଡିଓ ଗୁରୁବାର ପ୍ରିନ୍ସ ପୋଷ୍ଟ କରିଛି ।

ଗ୍ୟାଙ୍ଗଷ୍ଟର ପ୍ରିନ୍ସ ଅଭିଯୋଗ କରିଛି ଯେ ପୋଲିସ ତା ପରିବାରକୁ ଅନାବଶ୍ୟକ ଭାବେ ଅସୁବିଧାରେ ପକାଉଛି । ତା କାମ ସହିତ ପରିବାରର କୌଣସି ସମ୍ପର୍କ ନାହିଁ । ଯଦି ତା ପରିବାରକୁ ପୋଲିସ ହଇରାଣ କରେ, ତେବେ ସେ ଧାନବାଦରେ ବୋମା ମାଡ଼ କରିବେ । ଯେଉଁଥିରେ ନିରୀହ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି । ଏଥିପାଇଁ ପୋଲିସ ଦାୟୀ ରହିବ । ଏହା ବ୍ୟତୀତ ଭିଡିଓରେ ସେ ସ୍ପଷ୍ଟ କରିଛି ଯେ ଅନେକ କ୍ଷେତ୍ରରେ ତା ନାମ ଅନାବଶ୍ୟକ ଭାବରେ ଟାଣି ନିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.