ETV Bharat / bharat

Atiq-Ashraf killing: ଜେଲରେ ଆକ୍ରମଣ ଆଶଙ୍କା ! ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେଲେ 3 ହତ୍ୟାକାରୀ

author img

By

Published : Apr 17, 2023, 5:53 PM IST

ଅତିକ ଅହମ୍ମଦ ଓ ଅଶରଫ ଅହମ୍ମଦର ହତ୍ୟାକାରୀଙ୍କୁ ଜେଲରେ ଆକ୍ରମଣ ଆଶଙ୍କା । ଅନ୍ୟ ଜେଲକୁ ସ୍ଥାନାନ୍ତରିତ କଲା ପୋଲିସ । ଅଧିକ ପଢନ୍ତୁ

Atiq-Ashraf killing: ଅନ୍ୟଜେଲକୁ ସ୍ଥାନାନ୍ତରିତ ହେଲେ ହତ୍ୟାକାରୀ, ଜେଲରେ ଆକ୍ରମଣ ଆଶଙ୍କା

ଲକ୍ଷ୍ନୌ: ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଅଶରଫକୁ ହତ୍ୟା କରିଥିବା 3 ହତ୍ୟାକାରୀଙ୍କୁ ଜେଲରେ ଆକ୍ରମଣ ଆଶଙ୍କା ଥିବାରୁ ସେମାନଙ୍କୁ ଭିନ୍ନ ଜେଲକୁ ସ୍ଥାନାନ୍ତିରତ କରାଯାଇଛି । ଗିରଫ ପରେ ସେମାନଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ସମସ୍ତ 3 ହତ୍ୟାକାରୀ ନୈନୀ ଜେଲରେ ଥିବା ବେଳେ ଆଜି (ସୋମବାର) ସମସ୍ତଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ଉତ୍ତର ପ୍ରଦେଶର ବିଭିନ୍ନ ଜେଲ ସମେତ ଏହି ଜେଲରେ ମଧ୍ୟ କୁଖ୍ୟାତ ମାଫିଆ ଅତିକର ସହଯୋଗୀ ଅପରାଧୀ ଥିବା କାରଣରୁ ଏହି ତିନି ହତ୍ୟାକାରୀଙ୍କ ଉପରେ ଆକ୍ରମଣ କରାଯିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।

ଗତକାଲି ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ସମସ୍ତ 3 ହତ୍ୟାକାରୀଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ସମସ୍ତଙ୍କୁ କଡା ସୁରକ୍ଷା ମଧ୍ୟରେ ନୈନୀ ଜେଲକୁ ଅଣାଯାଇଥିଲା । ତିନୋଟି ଭିନ୍ନଭିନ୍ନ ସେଲରେ ସେମାନଙ୍କୁ କଡା ନୀରିକ୍ଷଣ ମଧ୍ୟରେ ରଖାଯାଇଥିଲା । ତେବେ ଏହି ଜେଲ୍‌ରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା କିଛି କୁଖ୍ୟାତ ଅପରାଧୀ ମଧ୍ୟ ସଜ୍ଜା କାଟୁଛନ୍ତି । ସେମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କ ମଧ୍ୟ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ସହ ରହିଛି ।

ଏହି 3 ହତ୍ୟାକାରୀଙ୍କୁ ଜେଲରେ ଆକ୍ରମଣ କରାଯିବା ନେଇ ଇନପୁଟ ସୂଚନା ମିଳିଥିଲା । ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଆଜି ସମସ୍ତଙ୍କୁ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରିଛି । ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ଏକ 3 ଜଣିଆ ନ୍ୟାୟିକ କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟି ଦୁଇ ମାସରେ ତଦନ୍ତ ଶେଷ କରି କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି ।

ଶନିବାର ପୋଲିସ କଷ୍ଟଡିରେ ଦୁଇ ମାଫିଆ ଭାଇ ଅତିକ ଓ ଅଶରଫକୁ ଗୁଳି କରି ହତ୍ୟା କରିଥିଲେ ଏହି ତିନି ହତ୍ୟାକାରୀ । ଗୁଳିକାଣ୍ଡ ଘଟାଇବା ପରେ ସେମାନେ ଫିଲ୍ମ ଷ୍ଟାଇଲରେ ଆତ୍ମସମର୍ପଣ ମଧ୍ୟ କରିଥିଲେ । ପୋଲିସ ସେମାନଙ୍କୁ ଗିରଫ କରି ତୁରନ୍ତ ସେମାନଙ୍କୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲା । ଗତକାଲି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏବେ ସମସ୍ତ 3 ହତ୍ୟାକାରୀ 14 ଦିନିଆ ନ୍ୟାୟିକ ହାଜତରେ ଅଛନ୍ତି ।

ଅନ୍ୟପଟେ ଗତକାଲି ଅତିକ ଓ ଅଶରଫର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସଂଧ୍ୟାରେ ଉଭୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହେଲେ ଶେଷକୃତ୍ୟରେ ସାମିଲ ହେବା ପାଇଁ ଅତିକର ପତ୍ନୀ ଆସିବାକୁ ଚାହୁଁଥିବା ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେପରି କିଛି ଘଟିନଥିଲା । ଏବେ ମଧ୍ୟ ଅତିକର ପତ୍ନୀ ସହିସ୍ତା ପରବିନ ଫେରାର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.