ETV Bharat / bharat

ଗ୍ୟାଙ୍ଗଷ୍ଟାର ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ

author img

By

Published : Aug 6, 2022, 11:16 AM IST

ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ । ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ସଲିମଙ୍କୁ ଗିରଫ କରିଛି NIA । ଅଧିକ ପଢନ୍ତୁ

ଗ୍ୟାଙ୍ଗଷ୍ଟାର ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ
ଗ୍ୟାଙ୍ଗଷ୍ଟାର ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ । ଗୁରୁବାର ଦିନ ସଲିମ୍‌ଙ୍କୁ ଗିରଫ କରିଛି NIA(National Investigation Agency)। ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତି ଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଗୁରୁବାର ସକାଳେ NIA ପ୍ରଥମେ ସଲିମ ଫ୍ରୁଟଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିବା ସୂଚନା ମିଳିଛି । ସଲିମ୍ ପଳାତକ ଗ୍ୟାଙ୍ଗଷ୍ଟାର ଛୋଟା ଶକୀଲର ସମ୍ପର୍କୀୟ ହୋଇଥିବା ନେଇ NIA ପକ୍ଷରୁ ମଧ୍ୟ ଏକ ବୟାନରେ କୁହାଯାଇଛି ।

ନବେ ଦଶକର ଫେରାର ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସହ ଜଡିତ ବ୍ୟକ୍ତି ମନି ଲଣ୍ଡରିଂ ମାମଲାରେ ସାମିଲ ଥିବା ଅଭିଯୋଗ ରହିଛି । କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ଅଣ୍ଡରୱାର୍ଲ୍ଡ ଡନର ପଞ୍ଜାବ ଲିଙ୍କ୍‌ ଥିବା ସୂଚନା ପାଇଥିଲା । ତେବେ ତଦନ୍ତରୁ ଏହାମଧ୍ୟ ଜଣାପଡିଛି ଯେ, ପଞ୍ଜାବରେ ଦଙ୍ଗା ସୃଷ୍ଟି ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଷଡଯନ୍ତ୍ର କରୁଥିବା ବେଳେ ଅଣ୍ଡରୱାର୍ଲ୍ଡରୁ ଏହାକୁ ସମର୍ଥନ ମିଳୁଛି । ଏହି କାର୍ଯ୍ୟ ପାଇଁ ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁମ୍ବାଇରୁ ବିପୁଳ ପରିମାଣର ଟଙ୍କା ପଞ୍ଜାବ ପଠାଉଛନ୍ତି ।

ଗତ ମାର୍ଚ୍ଚ ମାସରେ ଇଡି ଏବଂ ଏନଆଇଏ ମୁମ୍ବାଇ ଓ ଥାନେ ଅଞ୍ଚଳରେ ମିଳିତ ଅପରେସନ କରିଥିଲେ । ୧୦ଟି ସ୍ଥାନରେ ଚଢାଉ କରିବା କରିବା ସହ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀଙ୍କ ଉପରେ ଛାପା ମାରିଥିଲେ । ଏହି ସର୍ଚ୍ଚ ଅପରେସନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଇଡିର ହସ୍ତଗତ ହୋଇଥିଲା । ଏହାସହିତ ଗ୍ୟାଙ୍ଗଷ୍ଟାର ଛୋଟା ଶକୀଲର ଭିଣୋଇ ସଲିମ ଫ୍ରୁଟଙ୍କୁ ଅଟକ ରଖାଯାଇଥିଲା । ପରେ ତାଙ୍କୁ ପଚରାଉଚରା କରି ଛାଡି ଦିଆଯାଇଥିଲା । ତେବେ ପୂର୍ବରୁ ସଲିମ୍ ଏକ ଅପରାଧିକ ମାମଲାରେ ଜେଲ୍ ମଧ୍ୟ ଯାଇସାରିଛି । ଏବେ ଆତଙ୍କୀ କାର୍ଯ୍ୟକଳାପରେ ସହଯୋଗ କରିବା ଅଭିଯୋଗରେ ସେ ପୁଣିଥରେ ଗିରଫ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.