ETV Bharat / bharat

ଉତ୍ତର ପ୍ରଦେଶରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, 5 ଜଣଙ୍କୁ ଅପହରଣ ଉଦ୍ୟମ: 6 ଗିରଫ

author img

By

Published : Mar 14, 2023, 7:09 AM IST

ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଜଘନ୍ୟ କାଣ୍ଡ । ମେଳା ଦେଖିବାକୁ ଯାଇଥିବା 2 ନାବାଳିକାଙ୍କୁ ଗଣଦୁଷ୍କର୍ମ । 5ଜଣଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ 6 ଗିରଫ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ବିପର୍ଯ୍ୟସ୍ତ ଆଇନ ଶୃଙ୍ଗଳା ଓ ନାରୀ ସୁରକ୍ଷା ଦିଗରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶରେ ପୁଣି ଦେଖିବାକୁ ମିଳିଛି ଜଘନ୍ୟ କାଣ୍ଡ । ମେଳା ଦେଖିବାକୁ ଯାଇଥିବା 2 ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସେହିିପରି ଅନ୍ୟ 5 ନାବାଳିକାଙ୍କୁ ଅପହରଣ କରିବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରିଛନ୍ତି । ଉତ୍ତର ପ୍ରଦେଶ ଫତେହପୁର ଅଞ୍ଚଳରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି ।

ଘଟଣା ନେଇ ଥାନାରେ ଅଭିଯୋଗ କରାଯିବା ପରେ ସ୍ଥାନୀୟ ପୋଲିସ ଘଟଣାକୁ ରୂପ ଦେଇଥିବା 6 ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରୁଛି । ଅଭିଯୋଗ ଅନୁସାରେ ପୀଡିତା ଦୁଇ ନାବାଳିକାଙ୍କର ଡାକ୍ତରୀମାଇନା ମଧ୍ୟ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହ ଦୁଇ ନାବାଳିକା ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି । ସେହିପରି ଗ୍ରାମରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି ।

ଅଭିଯୋଗ ଅନୁସାରେ ଫତେହପୁର ଜିଲ୍ଲାରେ ମେଳା ଦେଖିବାକୁ ଯାଇଥିବା ନାବାଳିକାଙ୍କୁ ସଙ୍ଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥଲେ । ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ଅନ୍ୟ 5 ଜଣ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ହେଲେ କୌଣସି ପ୍ରକାରେ 5 ଜଣ ନାବାଳିକା ଅଭିଯୁକ୍ତଙ୍କ କବଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ସେମାନେ ଗ୍ରାମରେ ଏକଥା ଜଣାଇବା ପରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ସମ୍ପୃକ୍ତ 6ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଆଜି ସକାଳେ ପୀଡିତା ପରିବାର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ସମସ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ଏହି ଘଟଣାରେ ସ୍ଥାନୀୟ ଏସପି ରାଜେଶ କୁମାର ସିଂ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତ ଗିରଫ ମଧ୍ୟ ହୋଇସାରିଛନ୍ତି । ଦୁଇ ନାବାଳିକା ପୀଡିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯାଇଛି । ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତମାନଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.