ETV Bharat / bharat

ହସ୍ପିଟାଲ ପାର୍କିଂରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ - rape in delhi

ପୁଣି ଲଜ୍ଜା । ରାତି ପାହିଲେ ମହିଳାଙ୍କ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା । ରାଜଧାନୀ ଦିଲ୍ଲୀର ଏକ ଡାକ୍ତରଖାନା ପରିସରରେ ମହିଳାଙ୍କୁ ଗଣଦୁର୍ଷ୍କମ ଅଭିଯୋଗରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

Gangrape in hospital parking
ଡାକ୍ତରଖାନାରେ ମହିଳାଙ୍କୁ ଗଣଦୁର୍ଷ୍କମ ଅଭିଯୋଗରେ ତିନି ଗିରଫ
author img

By

Published : Nov 4, 2020, 7:11 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲଜ୍ଜା । ମହିଳାଙ୍କ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା । ଦିଲ୍ଲୀର ଏକ ଡାକ୍ତରଖାନାର ପାର୍କିଂ ସ୍ଥାନରେ ଜଣେ ମହିଳାଙ୍କୁ ଦୁର୍ଷ୍କମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ହସ୍ପିଟାଲର ସୁରକ୍ଷା କର୍ମୀଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନାଅନୁସାରେ, ଶନିବାର ଡାକ୍ତରଖାନାରେ ରୋଗୀମାନେ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ସମୟରେ ସୁରକ୍ଷା କର୍ମୀ ଜଣେ ମହିଳାଙ୍କୁ ଦେଖିଥିଲା ଯିଏକି ନିଜ ବିଷୟରେ ବିବରଣୀ ଦେବାକୁ ସକ୍ଷମ ନଥିଲେ । ଏହାର ଫାଇଦା ଉଠାଉ କନୱାରପାଲ ନାମକ ସୁରକ୍ଷା କର୍ମୀ ମହିଳାଙ୍କୁ ଚିକିତ୍ସାର ବାହାନା ଦେଖାଇ ଡାକ୍ତରଖାନାଠୁ ଦୂର ପାର୍କିଂ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ସିକ୍ୟୁରିଟି ଗାର୍ଡ ଓ ଡାକ୍ତରଖାନାରେ ପୂର୍ବରୁ କାମ କରୁଥିବା ଦୁଇଜଣ ଯୁବକ ପ୍ରବୀନ ଓ ମନିଷଙ୍କ ସହ ମିଶି ମହିଳାଙ୍କୁ ଦୁର୍ଷ୍କମ କରିଥିବା ଘଟଣା ସାମ୍ନାକୁ ଆସିଛି ।

ଘଟଣା ଘଟିବା ପରେ ମହିଳା ଜଣକ ତାଙ୍କ ବନ୍ଧୁଙ୍କ ସହ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ରୋହିଣୀ ପିକେ ମିଶ୍ର । ପ୍ରକାଶଥାଉ କି ସୁରକ୍ଷା କର୍ମୀ କନୱାରପାଲକୁ ଗିରଫ କରାଯିବା ପରେ ତାଙ୍କୁ ହସ୍ପିଟାଲରୁ ବହିଷ୍କାର କରାଯାଇଛି । ତେବେ ଡାକ୍ତରଖାନା ପରିସରରେ ଏପରି ଘଟଣା କିପରି ଘଟିଲା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.