ETV Bharat / bharat

ଚଳନ୍ତା କାରରେ ୬ ବର୍ଷୀୟା ଝିଅ ସହ ମାଆକୁ ଗଣଦୁଷ୍କର୍ମ

ଦେବଭୂମୀ ଉତ୍ତରାଖଣ୍ଡରୁ ଆସିଲା ପାଶବିକତାର ଛାତିଥରା କାହାଣୀ । ଲିଫ୍ଟ ଦେବାକୁ କହି ଚଳନ୍ତା କାର୍‌ରେ ମାଆ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ

ଚଳନ୍ତା କାରରେ ମାଆଝିଅଙ୍କୁ ଗଣଦୁଷ୍କର୍ମ, ଟ୍ରକରେ ଫିଙ୍ଗି ଚାଲିଗଲେ ଅଭିଯୁକ୍ତ

author img

By

Published : Jun 26, 2022, 12:05 PM IST

ଡେରାଡୁନ: ଦେବଭୂମୀ ଉତ୍ତରାଖଣ୍ଡରୁ ଆସିଲା ପାଶବିକତାର ଛାତିଥରା କାହାଣୀ । ଚଳନ୍ତା କାର୍‌ରେ ମାଆ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୁତ୍ତ । ଲିଫ୍ଟ ଦେବା ଆଳରେ କିଛି ଯୁବକ ମାଆଝିଅଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଡେରାଡୁନର ଋଡକୀ ସହରରୁ ଏହି ଛାତିଥରା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ରାସ୍ତାରେ ମାଆଝିଅଙ୍କୁ ଫିଙ୍ଗି ଫେରାର୍ ହୋଇଯାଇଛନ୍ତି । ବର୍ତ୍ତମାନ ପୀଡିତା ନାବାଳିକ ସିବିଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚାରିଆଡେ ଖୋଜାଖୋଜି ଚଳାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ରାତି ପ୍ରାୟ ୧୧ଟା ବେଳେ ମହିଳା ନିଜ ଝିଅକୁ ନେଇ କଲିୟରରୁ ଋଡକୀ ଆସୁଥିଲେ । ପିରାନ କଲିୟର ନିକଟରେ ସୋନୁ ନାମକ ଜଣେ ଯୁବକ ସହ ତାଙ୍କର ରାସ୍ତାରେ ଦେଖା ହୋଇଥିଲା । ସେ ମଧ୍ୟ ଋଡକୀ ଯାଉଥିଲା, ତେଣୁ ସେଠାରେ ମହିଳାଙ୍କୁ ଛାଡି ଦେବ ବୋଲି କହିଥିଲା । ଏକଥା ଶୁଣି ମହିଳା ନିଜ ଝିଅକୁ ନେଇ ଯୁବକଙ୍କ କାରରେ ବସିଥିଲେ । ଗାଡି ଭିତରେ ସୋନୁର କିଛି ସାଙ୍ଗ ମଧ୍ୟ ଥିଲେ ।

କିଛି ବାଟ ଯିବା ପରେ ଚଳନ୍ତା କାର୍ ଭିତରେ ମହିଳା ଏବଂ ତାଙ୍କ ନାବାଳିକା ଝିଅକୁ ସେହି ଯୁବକମାନେ ଦୁଷ୍କର୍ମ କରିଥିଲେ । ମହିଳା ବିରୋଧ କରିବାରୁ ତାଙ୍କୁ ସେମାନେ ଧମକ ଦେଇ ଚୁପ୍ କରିଦେଇଥିଲେ । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ମାଆଝିଅଙ୍କୁ ରାସ୍ତାରେ ଫିଙ୍ଗି ଫେରାର୍ ହୋଇଯାଇଥିଲେ । ଏହାପରେ ମହିଳା ଗୁରୁତର ଅବସ୍ଥାରେ ନିଜ ଝିଅ ସହ ଥାନାରେ ପହଞ୍ଚି ପୁରା ଘଟଣା ଜଣାଇଥିଲେ ।

ପୋଲିସ ରାତିସାରା ଖୋଜାଖୋଜି କରିବା ପରେ ଅଭିଯୁକ୍ତମାନଙ୍କ କିଛି ପତ୍ତା ମିଳିନଥିଲା । ବର୍ତ୍ତମାନ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ମହିଳାଙ୍କ ଡାକ୍ତରୀ ମାଇନା ହୋଇଛି । ଏହି ଗଣଦୁଷ୍କର୍ମ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ କରାଯିବା ସହ CCTV ଯାଞ୍ଚ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.