ETV Bharat / bharat

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ...

author img

By

Published : Jun 15, 2021, 11:33 AM IST

ଗଲୱାନ ଘାଟିରେ ଭାରତ-ଚୀନ ରକ୍ତାକ୍ତ ସଂଘର୍ଷକୁ ପୂରିଲା ଗୋଟିଏ ବର୍ଷ । ସଂଘର୍ଷରେ ଦେଶ ହରାଇଥିଲା 20 ବୀରପୁତ୍ର । ଏବେ ବି ଲାଗି ରହିଛି ଉତ୍ତେଜନା । ଅଧିକ ପଢନ୍ତୁ...

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ଗୋଟିଏ ବର୍ଷ
ଗଲୱାନ ଘାଟି ସଂଘର୍ଷକୁ ପୂରିଲା ଗୋଟିଏ ବର୍ଷ

ହାଇଦ୍ରାବାଦ: ଗଲୱାନ ଘାଟି ସଂଘର୍ଷକୁ ପୂରିଲା ଗୋଟିଏ ବର୍ଷ । ଜୁନ 15 ତାରିଖ ଅର୍ଥାତ୍ ଆଜିରେ ଦିନରେ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ଯେଉଁଥିରେ ଦେଶ ହରାଇଥିଲା ଅନେକ ବୀରପୁତ୍ର । ସଂଘର୍ଷ ମଧ୍ୟରେ ଶହୀଦ ହୋଇଯାଇଥିଲେ 20 ବୀର ସୈନିକ । ଯାହମଧ୍ୟରୁ ଓଡିଶା ମାଟିର ବୀର ମଧ୍ୟ ରହିଥିଲେ । ତେବେ ଏହି ରକ୍ତାକ୍ତ ସଂଘର୍ଷକୁ ବର୍ଷେ ପୂରିଥିଲେ ହେଁ ଏବେ ବି ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (LAC) ନିକଟରେ ଉତ୍ତେଜନା ଲାଗି ରହିଛି ।

ଭାରତ ଓ ଚୀନ ମଧ୍ୟରେ 11 ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ବି ଲଦାଖର ଅଧିକାଂଶ ଅଞ୍ଚଳରେ ସ୍ଥିତି ସମାନ ରହିଛି । ଚୀନ ପିପୁଲ୍ସ ଲିବରେସନ ଆର୍ମି(PLA) LAC ପାର୍ଶ୍ବରେ ଅନେକ ଗୃହ ନିର୍ମାଣ କରିଛି । ସେନାଙ୍କ ପାଇଁ ରାସ୍ତା, ନୂତନ ଭିତ୍ତିଭୂମି, ମେଡିକାଲ ଏବଂ ଛୋଟ ଛୋଟ ସାମରିକ ପୋଷ୍ଟ ତିଆରି କରିଛି ଚୀନ । ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ ଚୀନ ଏହି ଅଞ୍ଚଳରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିବାକୁ ଏସବୁ ବ୍ୟବସ୍ଥା କରିଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ ସେନା ରୁଡୋକ, କାଙ୍ଗଶୀବାର, ଗ୍ୟାଙ୍ଗଟସ, ଗୋଲମୁଡ ଅଞ୍ଚଳରେ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଆବାସ ନିର୍ମାଣ କରିଛି । PLAର ଫିଲ୍ଡ ହସ୍ପିଟାଲ ନିର୍ମାଣ ଏବଂ ଅତିରିକ୍ତ ସ୍ନୋ ମୋବିଲିଟି ଯାନର କ୍ରୟ ଏହା ସୂଚିତ କରୁଛି ଯେ ସେମାନେ ବହୁ ସମୟ ପାଇଁ ଏହି ଅଞ୍ଚଳରେ ନିୟୋଜିତ ରହିବାକୁ ପ୍ରସ୍ତୁତ । କୁହାଯାଉଛି କି ଭାରତ ସହ ସଂଘର୍ଷ ଘଟିଥିବା ସମସ୍ତ ସ୍ଥାନର ପଛ ଭାଗରେ ଚୀନ ବହୁସଂଖ୍ୟକ ସେନା ମୁତୟନ ରଖିଛି । ଏଥିସହ ତିବ୍ବତ ଏବଂ ଅରୁଣାଚଳ ପ୍ରଦେଶ ସୀମାନ୍ତ ଅଞ୍ଚଳରେ ଯୁଦ୍ଧଭ୍ୟାସ ମଧ୍ୟ ଜାରି ରଖିଛି । ଜୁନ ପ୍ରଥମ ସପ୍ତାହରେ PLA ତିବ୍ବତସ୍ଥିତ ଶିଗାତ୍ସରେ ଛୋଟ ଛୋଟ ହତିଆର ସହ ଯୁଦ୍ଧ ଅଭ୍ୟାସ କରିଥିଲା । ଏହି ସମୟରେ ଚୀନ ଆଣ୍ଟି ଟ୍ୟାଙ୍କ ରକେଟ ଲଞ୍ଚର, ଗ୍ରେନେଡ ଲଞ୍ଚର, ଆଣ୍ଟି ଏୟାରକ୍ରାଫ୍ଟ ମେସିନଗନ ସମେତ ଅନେକ ଛୋଟ ହତିଆରର ବ୍ୟବହାର କରିଥିଲା ।

ସେପଟେ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ସମଗ୍ର ଲଦାଖ ସେକ୍ଟରରେ ସଶସ୍ତ୍ର ସତର୍କ ରହିଛନ୍ତି । ଚୀନର ମୁକାବିଲା ପାଇଁ ଭାରତ ଭିତ୍ତିଭୂମି ମଜବୁତ କରିବା ସର ଅତିରିକ୍ତ ସେନା ନିୟୋଜିତ କରିଛି । ଭାରତୀୟ ବାୟୁସେନା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.