ETV Bharat / bharat

G20 New Delhi Leaders' Declaration: 200 ଘଣ୍ଟାର ଆଲୋଚନା, 300 ମାରାଥନ ବୈଠକ ପଛରେ କୂଟନୈତିକ ହିରୋ ଅମିତାଭକାନ୍ତ - ଶେଷ ହେଲା ଜି20

ନୂଆଦିଲ୍ଲୀ ଡିକ୍ଲାରେସନ ପଛର ହିରୋ ଅଭୟକାନ୍ତ । 200 ଘଣ୍ଟାର ଆଲୋଚନା, 300 ମାରାଥନ ବୈଠକ ଓ 15ଟି ଡ୍ରାଫ୍ଟ ପରେ ପ୍ରସ୍ତୁତ ହୋଇଥିଲା ନୂଆଦିଲ୍ଲୀ ଘୋଷଣାପତ୍ର । ପୂର୍ଣ୍ଣ ସମ୍ମତିରେ ଗ୍ରହଣ କରିଥିଲା ସମଗ୍ର ଜି20 । ଅଧିକ ପଢନ୍ତୁ...

ଜି20 ସମ୍ମିଳନୀ 2023
ଜି20 ସମ୍ମିଳନୀ 2023
author img

By ETV Bharat Odisha Team

Published : Sep 10, 2023, 10:57 PM IST

ହାଇଦ୍ରାବାଦ: ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ଶିଖର ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ତେବେ ବିଭିନ୍ନ ପ୍ରସଙ୍ଗରେ ଏହି ଆୟୋଜନ ସଫଳ ହୋଇଥିବା ବେଳେ ସର୍ବାଧିକ ଚର୍ଚ୍ଚାରେ ଥିବା ନୂଆଦିଲ୍ଲୀ ଡିକ୍ଲାରେସନକୁ ପୂର୍ଣ୍ଣ ସର୍ବସମ୍ମିତିରେ ଗ୍ରହଣ କରାଯିବା ଭାରତର ସର୍ବାଧିକ ସଫଳ କୂଟନୀତି ଓ ଉପଲବ୍ଧି ବୋଲି କୁହାଯାଉଛି । ତେବେ ଏହା ପଛରେ ଥିଲା କଠିନ ପରିଶ୍ରମ । ଏହି ଐତିହାସିକ ଘୋଷଣାପତ୍ର ପ୍ରସ୍ତୁତି କରିବା ପାଇଁ ପ୍ରାୟ 200 ଘଣ୍ଟାର କଥାବାର୍ତ୍ତା, 300 ଦ୍ୱିପାକ୍ଷିକ ବୈଠକ ଏବଂ 15ଟି ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ପଡିଥିଲା । ଏହା ପରେ ଚୂଡାନ୍ତ ରୂପ ପାଇଥିଲା ଆୟୋଜକ ଭାରତର ଘୋଷଣାପତ୍ର ବା ସଙ୍କଳ୍ପ । ଯାହାର ନାମ ଥିଲା ‘ନୂଆଦିଲ୍ଲୀ ଡିକ୍ଲାରେସନ’ ।

  • The most complex part of the entire #G20 was to bring consensus on the geopolitical paras (Russia-Ukraine). This was done over 200 hours of non -stop negotiations, 300 bilateral meetings, 15 drafts. In this, I was greatly assisted by two brilliant officers - @NagNaidu08 & @eenamg pic.twitter.com/l8bOEFPP37

    — Amitabh Kant (@amitabhk87) September 10, 2023 " class="align-text-top noRightClick twitterSection" data=" ">

ଭାରତର ଏହି କୂଟନୈତିକ ପ୍ରସ୍ତୁତି ପଛରେ ରହିଥିଲେ ଜି20 ସମ୍ମିଳନୀର ଶେରପା ଅମିତାଭକାନ୍ତ । ଏହି ସମସ୍ତ କୂଟନୈତିକ ପ୍ରସ୍ତୁତି ପଛରେ ରହିଥିଲା ଅମିତାଭଙ୍କ ଟିମର କଠୋର ପରିଶ୍ରମ । ଯାହା ଭାରତକୁ ବିଶ୍ବ ଦରବାରରେ ସଫଳ ପରିଚୟ ଦେଇଛି । G20 ଶେରପା ଅମିତାଭକାନ୍ତ ସୋସିଆଲ ମିଡିଆରେ G20 ଦେଶ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଅସାଧାରଣ ପ୍ରୟାସର ଅନୁଭୂତି ମଧ୍ୟ ସେୟାର କରିଥିଲେ । ସେ ଦର୍ଶାଇଛନ୍ତି ଯେ ସମଗ୍ର ଜି20 ଶିଖର ସମ୍ମିଳନୀର ସବୁଠାରୁ ଜଟିଳ ତଥା ଆହ୍ବାନପୂର୍ଣ୍ଣ ପ୍ରସଙ୍ଗ ଥିଲା ଭୌଗୋଳିକ-ରାଜନୈତିକ ପ୍ରସଙ୍ଗରେ ବିଶ୍ବ ସମୁଦାୟ ତଥା ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଙ୍କ ସହମତି ହାସଲ କରିବା ।

  • Well done ⁦@amitabhk87⁩! Looks lile the IFS lost an ace diplomat when you opted for the IAS! "Negotiated with Russia, China, only last night got final draft," says India's G20 Sherpa on 'Delhi Declaration' consensus.
    A proud moment for India at G20! https://t.co/9M0ki7appY

    — Shashi Tharoor (@ShashiTharoor) September 9, 2023 " class="align-text-top noRightClick twitterSection" data=" ">

ଏହି ପ୍ରସଙ୍ଗ ମଧ୍ୟରେ ବିଶେଷ କରି ଋଷ-ୟୁକ୍ରେନ ବିବାଦ ଉପରେ ସହମତି ହାସଲ କରିବା ଥିଲା । ଏହି ସଫଳତା ପାଇଁ 300 ଦ୍ୱିପାକ୍ଷିକ ବୈଠକ ଏବଂ 15ଟି ଡ୍ରାଫ୍ଟ ସଂଶୋଧନ ସହିତ 200 ଘଣ୍ଟାର କଥାବାର୍ତ୍ତା କରିବାକୁ ପଡିଥିଲା ଅଭୟକାନ୍ତ କୁହନ୍ତି । ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭୟକାନ୍ତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଏହା ମଧ୍ୟ ପଢନ୍ତୁ :-G20 Summit: ଭାରତର ବଡ ଉପଲବ୍ଧି, ‘Delhi Declaration’ ଘୋଷଣାପତ୍ରକୁ 100% ସହମତି

ଗତକାଲି ସମ୍ମିଳନୀର ଉଦଘାଟନୀ ଦିବସ ତଥା ପ୍ରଥମ ଅଧିବେଶନରେ ଭାରତ ପ୍ରସ୍ତୁତ ଘୋଷଣାନାମା (ସଙ୍କଳ୍ପ)ରେ ସମସ୍ତ ଜି20 ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ । ଏହାର କିଛି ସମୟ ମଧ୍ୟରେ ଏହି ସଙ୍କଳ୍ପକୁ (New Delhi Declaration) ସମ୍ମିଳନୀ ଦ୍ବାରା ଗ୍ରହଣ ମଧ୍ୟ କରାଯାଇଥିଲା । ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଅତିଥି ରାଷ୍ଟ୍ରମୁଖ୍ୟମାନଙ୍କୁ ସମ୍ବୋଧିତ କରିବା ବେଳେ କହିଛନ୍ତି,ସମ୍ମଳନୀରେ ନୂଆଦିଲ୍ଲୀ ପ୍ରସ୍ତୁତ ଜି20 ଘୋଷଣାନାମାରେ ସହମତି ପ୍ରକାଶ ପାଇଛି ।

ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଙ୍କଳ୍ପ ବା ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆଗତ କରିଥିଲେ । ଏହି ଘୋଷଣାନାମକୁ ସମ୍ମିଳନୀ ଦ୍ବାରା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ସଫଳତା ସହ ପ୍ରଧାନମନ୍ତ୍ରୀ ଏହି ସଙ୍କଳ୍ପ ପ୍ରସ୍ତୁତ କରିଥିବା କେନ୍ଦ୍ର ମନ୍ତ୍ରୀ ଓ ଅଧିକାରୀଙ୍କ ଟିମକୁ ମଧ୍ଯ ଶୁଭେଚ୍ଛା ଜଣାଇଥିଲେ । ଏହି ଟିମ ପଛର ନାୟକ ଥିଲେ ଜି20 ଶେରପା ଅଭୟକାନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.