ETV Bharat / bharat

ଉଦୟପୁରରେ ହୋଇପାରେ G20 ସମ୍ମିଳନୀ, ଆଜି ରାଜସ୍ଥାନ ଆସିପାରନ୍ତି କେନ୍ଦ୍ରୀୟ ଟିମ - ଉଦୟପୁରରେ ଜି 20 ସମ୍ମିଳନୀ

ରାଜସ୍ଥାନ ଉଦୟପୁରରେ G20 ସମ୍ମିଳନୀ ଆୟୋଜନ କରିପାରନ୍ତି କେନ୍ଦ୍ର ସରକାର । ଏଥିପାଇଁ ଆଜି(ସୋମବାର) କ୍ଷେତ୍ର ପରିଦର୍ଶନରେ ରାଜସ୍ଥାନ ଆସିପାରନ୍ତି କେନ୍ଦ୍ରୀୟ ଟିମ । ଅଧିକ ପଢନ୍ତୁ

ରାଜସ୍ଥାନ ଉଦୟପୁରରେ ଚଳିତ ଡିସେମ୍ବରେ ଜି-20 ସମ୍ମିଳନୀ ! ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରିପାରେ କେନ୍ଦ୍ରୀୟ ଟିମ

author img

By

Published : Jul 25, 2022, 12:20 PM IST

ଜୟପୁର: ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା G20 ଶିଖର ସମ୍ମିଳନୀ (G 20 Summit in India) ଡିସେମ୍ବର ମାସରେ ରାଜସ୍ଥାନର ଉଦୟପୁର ସହରରେ ହୋଇପାରେ । ତେବେ ଏନେଇ ସରକାରୀ ସ୍ତରରେ ପ୍ରାରମ୍ଭିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ଜୁଲାଇ 25ରେ ଉଦୟପୁରକୁ କ୍ଷେତ୍ର ପରିଦର୍ଶନ ପାଇଁ ଆସିପାରନ୍ତି କେନ୍ଦ୍ରୀୟ ଟିମ ।

କେନ୍ଦ୍ର ସରକାରଙ୍କ 3 ସଂଯୁକ୍ତ ସଚିବଙ୍କ ସମେତ 5 ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଉଦୟପୁର ଗସ୍ତ କରି ସେଠାରେ ଭିତ୍ତିଭୂମିର ସମୀକ୍ଷା କରିପାରନ୍ତି । ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଟିମକୁ ଜିଲ୍ଲା ପ୍ରଶାସନର ଅଧିକାରୀ ସମସ୍ତ ସହଯୋଗ ଯୋଗାଇବେ । ରାଜସ୍ଥାନର ଉଦୟପୁର ସହର ବିଶ୍ବର ଶ୍ରେଷ୍ଠ ୧୦ ସୌନ୍ଦର୍ଯ୍ୟ ଭରା ସ୍ଥାନ ମଧ୍ୟରେ ଅନ୍ୟତମ ଭାବେ ଜଣାଶୁଣା । ପ୍ରତିବର୍ଷ ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ପରିଭ୍ରମଣରେ ମଧ୍ୟ ଆସିଥାନ୍ତି ।

ବିଶ୍ବର ଦଶଟି ସୁନ୍ଦର ସହର ମଧ୍ୟରେ ରହିଛି ଉଦୟପୁର:-

ପୁରାତନ ରାଜପ୍ରାସାଦ ସୌନ୍ଦର୍ଯ୍ୟ ଏବଂ ସଂସ୍କୃତିର ସହର ଭାବେ ଉଦୟପୁରର ପ୍ରତିଷ୍ଠା ମଧ୍ୟ ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ଉଦୟପୁର ମଧ୍ୟ ଅନେକ ଅନ୍ତର୍ଜାତୀୟ ପୁରସ୍କାର ପାଇଛି । ତେବେ ଚଳିତ ବର୍ଷ ଭାରତ, G20 ସମ୍ମିଳନୀର ଆୟୋଜନ ଭାର ଗ୍ରହଣ କରିଥିବାବେଳେ ଏହିଠାରେ ହିଁ ସମ୍ମିଳନୀ ଆୟୋଜନ କରିବା ପାଇଁ ଯୋଜନା ରଖାଯାଇଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.