ନୂଆଦିଲ୍ଲୀ: ଜି 20 ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସମ୍ମିଳନୀ ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦେଶୀ ଲୁକ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ସୁନକ କିଛି ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହ କିଛି ଖାସ ମୂହୁର୍ତ୍ତ ଅତିବାହିତ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆ 'ଏକ୍ସ'(ପୂର୍ବର ଟ୍ୱିଟର)ରେ ସେୟାର କରିଛନ୍ତି ଖୋଦ ବ୍ରିଟେନ ପିଏମ ।
ସୂଚନା ଅନୁଯାୟୀ, ଜି 20 ବୈଠକରେ ସାମିଲ ହେବାକୁ ଭାରତ ଆସିଥିବା ବ୍ରିଟେନ ପିଏମ ସୁନକ ରାଜଧାନୀ ଦିଲ୍ଲୀ ସ୍ଥିତ ବ୍ରିଟିଶ କାଉନସିଲ ହେଡକ୍ୱାର୍ଟରରେ ରହିଛନ୍ତି । ସେଠାରେ ସେ ଏକ ସ୍ଥାନୀୟ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସେମାନଙ୍କ ସହ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିଛନ୍ତି । ଏହି ସମୟରେ ସୁନକଙ୍କ ସହ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ବି ସାମିଲ ହୋଇଥିଲେ ।
-
UK PM Rishi Sunak met students and staff at the British Council in Delhi, earlier today https://t.co/DYg4Ag58Dd pic.twitter.com/sidL3KG17e
— ANI (@ANI) September 8, 2023 " class="align-text-top noRightClick twitterSection" data="
">UK PM Rishi Sunak met students and staff at the British Council in Delhi, earlier today https://t.co/DYg4Ag58Dd pic.twitter.com/sidL3KG17e
— ANI (@ANI) September 8, 2023UK PM Rishi Sunak met students and staff at the British Council in Delhi, earlier today https://t.co/DYg4Ag58Dd pic.twitter.com/sidL3KG17e
— ANI (@ANI) September 8, 2023
ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କୁ ଭେଟିବା ବେଳେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି ବେଶ ଖୁସି ରହିଥିବା ନଜର ଆସିଥିଲେ । ସେ ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସହ ଅନେକ ପ୍ରଶ୍ନ ପଚାରିଥିବା ବି ଦେଖିବାକୁ ମିଳିଛି । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । ଓ ଲେଖିଛନ୍ତି,"ଆଜି ବିଶ୍ବନେତାମାନଙ୍କ ସହ ସାକ୍ଷାତ କରିବା ପୂର୍ବରୁ ଭବିଷ୍ୟତର ବିଶ୍ୱନେତାମାନଙ୍କୁ ଭେଟିଛି । ଭାରତରେ ବ୍ରିଟିଶ କାଉନସିଲରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ଭଲ ରହିଥିଲା ।ଏହା 2 ଦେଶ ଅର୍ଥାତ ଭାରତ ଓ ୟୁକେ ମଧ୍ୟରେ ଥିବା ଦୃଢ ସମ୍ପର୍କର ପ୍ରତିବିମ୍ୱ ସଦୃଶ୍ୟ ଅଟେ ।"
-
Before meeting the world leaders of today I’ve been meeting with the world leaders of tomorrow.
— Rishi Sunak (@RishiSunak) September 8, 2023 " class="align-text-top noRightClick twitterSection" data="
It’s been fantastic to visit students and staff here at @inBritish - a reflection of the living bridge that exists between the UK and India. pic.twitter.com/mYc2uZP7kc
">Before meeting the world leaders of today I’ve been meeting with the world leaders of tomorrow.
— Rishi Sunak (@RishiSunak) September 8, 2023
It’s been fantastic to visit students and staff here at @inBritish - a reflection of the living bridge that exists between the UK and India. pic.twitter.com/mYc2uZP7kcBefore meeting the world leaders of today I’ve been meeting with the world leaders of tomorrow.
— Rishi Sunak (@RishiSunak) September 8, 2023
It’s been fantastic to visit students and staff here at @inBritish - a reflection of the living bridge that exists between the UK and India. pic.twitter.com/mYc2uZP7kc
ଭାରତରେ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଅନ୍ୟ କିଛି ଲୋକମାନଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ବିଳମ୍ୱିତ ସନ୍ଧ୍ୟା ସମୟରେ ଦମ୍ପତି ନୂଆଦିଲ୍ଲୀର କର୍ଣ୍ଣାଟ ପ୍ଲେସର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବାର ନଜର ଆସିଥିଲେ । ଏହା ପୂର୍ବରୁ ବିମାନବନ୍ଦରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ଜୋରଦାର ସ୍ୱାଗତ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ବିମାନବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଥିଲେ । ଓ ପିଏମ ଓ ତାଙ୍କ ପତ୍ନୀଙ୍କୁ ଭାରତର ଜ୍ୱାଇଁ ଓ ଝିଅ ବୋଲି ଅବିହିତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଜୟ ସିତାରାମ କହି ତାଙ୍କର ସ୍ୱାଗତ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. G20 Summit: ଆଜିଠୁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଏକାଠି ହେବେ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ
ସୂଚନା ଯୋଗ୍ୟ, ପ୍ରଥମ ଥର ପାଇଁ ଜି 20 ଶିଖର ସମ୍ୱିଳନୀର ଆୟୋଜକ ସାଜିଛି ଭାରତ । ଏହି ସମ୍ମିଳନୀକୁ ସଫଳ କରିବା ଭାରତର ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । ମାଟିଠୁ ନେଇ ଆକାଶ ପର୍ଯ୍ୟନ୍ତ ସବୁଠୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ଦିଲ୍ଲୀରେ ମହାଶକ୍ତିମାନଙ୍କ ମହାସମ୍ମେଳନ ଦେଖିବାକୁ ମିଳିଛି । ବିଶ୍ୱର ଅର୍ଥନୈତିକ ସ୍ଥିତି, ଜଳବାୟୁ ପରିବର୍ତ୍ତନ, ଯୁଦ୍ଧ, ଖାଦ୍ୟ ସଙ୍କଟ ଭଳି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ବିଶ୍ୱନେତାମାନେ । ବିଶ୍ୱର 30ରୁ ଅଧିକ ଶକ୍ତିଶାଳୀ ଦେଶ ଗୁଡିକର ନେତା ଯୋଗ ଦେଇଛନ୍ତି ଏହି ବୈଠକରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ