ETV Bharat / bharat

G20 summit: ଆଜି ପହଞ୍ଚିବେ ବାଇଡେନ-ସୁନକ, ସ୍ବାଗତ ପାଇଁ ସଜେଇ ହୋଇଛି ଦିଲ୍ଲୀ - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଆସନ୍ତକାଲି ଜି-୨୦ ଶିଖର ସମ୍ମିଳନୀ । ସାମିଲ ହେବାକୁ ଆଜି ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ବାଇଡେନ, ଋଷି ସୁନକଙ୍କ ସମେତ ଅନ୍ୟାନ୍ୟ ବିଶ୍ବନେତା । ଅଧିକ ପଢନ୍ତୁ

G20 summit
G20 summit
author img

By ETV Bharat Odisha Team

Published : Sep 8, 2023, 8:15 AM IST

ନୂଆଦିଲ୍ଲୀ: ଦିନକ ପରେ ଜି-୨୦ ଶିଖର ସମ୍ମିଳନୀ । ବିଦେଶୀ ଅତିଥିମାନଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । କଡା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ବିଶ୍ବନେତାମାନେ ମଧ୍ୟ ଭାରତ ପହଞ୍ଚିବା ଆରମ୍ଭ କରିଛନ୍ତି । କାଲିଠୁ ମରିସସ୍ ପ୍ରଧାନମନ୍ତ୍ରୀ, ଆଇଏମଫ୍ ମ୍ୟାନେଜିଂ ଡାଇରେକ୍ଟରେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଜି ଆସୁଛନ୍ତି ଅନ୍ୟାନ୍ୟ ପାୱାରଫୁଲ ରାଷ୍ଟ୍ରମୁଖ୍ୟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ଏକାଧିକ ବିଶ୍ବନେତାମାନେ ଜି-୨୦ ପାଇଁ ଆଜି ଭାରତରେ ଆସିବେ ।

ସନ୍ଧ୍ୟାରେ ପହଞ୍ଚିବେ ବାଇଡେନ: ଆମେରିକା ରାଷ୍ଟ୍ରପତି ବାଇଡେନ ଦିଲ୍ଲୀ ଅଭିମୁଖେ ବାହାରି ସାରିଲେଣି । ସନ୍ଧ୍ୟା ସୁଦ୍ଧା ସେ ପହଞ୍ଚିବା ନେଇ ସୂଚନା ରହିଛି । ରାଷ୍ଟ୍ରପତିଙ୍କ ପୂର୍ବରୁ ତାଙ୍କର ସ୍ବତନ୍ତ୍ର ସରକାରୀ କାର୍ 'ଦ ବିଷ୍ଟ' ଦିଲ୍ଲୀରେ ପହଞ୍ଚିଛି । ବାଇଡେନଙ୍କ ପାଇଁ ସ୍ବତନ୍ତ୍ର କାରକେଡ୍ ବ୍ୟବସ୍ଥା କରାଯାଇଛି । ଏହି କାରକେଡରେ ମୋଟ ୬୦ଟି ଗାଡି ରହିବ । ରାଷ୍ଟ୍ରପତିଙ୍କ ବିମାନ ଏୟାରଫୋର୍ସ ୱାନ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ଅବତରଣ କରିବା ପରେ ଦ ବିଷ୍ଟରେ ସେ ଆଇଟିସି ମୌର୍ଯ୍ୟ ଶେରଟନ ହୋଟେଲ ଅଭିମୁଖେ ଯିବେ । ତାଙ୍କର ଗାଡି ଆଗରେ ଯିବ ଏବଂ ପଛରେ ଆମେରିକାର ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ଗାଡି ରହିବ । କାରକେଡରେ ଭାରତର ଟପ୍ କମାଣ୍ଡୋ ଓ ପୋଲିସ ଗାଡି ସାମିଲ ହେବ । ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଦିଲ୍ଲୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିର ଅର୍ଦ୍ଧସାମରିକ ବାହିନୀ, ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର କମାଣ୍ଡୋ ଏବଂ ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ସାମିଲ ରହିବେ ।

ଏହା ମଧ୍ୟ ପଢନ୍ତୁ: G-20: ଭାରତୀୟ ବାଦ୍ୟଯନ୍ତ୍ର ସହ ପରିଚିତ ହେବ ବିଶ୍ୱ, ରାଜଧାନୀର ଶୋଭା ବଢାଇଲା ଆକର୍ଷଣୀୟ ପ୍ରତିମୂର୍ତ୍ତି

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପୂର୍ବାହ୍ନ ୧ଟା ୪୦ ମିନିଟ୍‌ରେ ଦିଲ୍ଲୀରେ ଅବତରଣ କରିବେ । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ବିନୀ ଚୌବେ ସୁନକଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବେ । ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ବି ଆଜି ଅପରାହ୍ନ ୨ଟା ୧୫ ମିନିଟରେ ଦିଲ୍ଲୀରେ ପହଞ୍ଚିବେ । ତାଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଚୌବେ ସ୍ବାଗତ କରିବାର ସୂଚନା ରହିଛି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସାଢେ ୧୨ଟାରେ ପହଞ୍ଚିବେ । ତାଙ୍କୁ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜୋରଦୋଶ ସ୍ବାଗତ କରିବେ । ସେହିପରି ଇଟାଲି ପ୍ରଧାନମନ୍ତ୍ରୀ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଚୀନ ପ୍ରଧାନମନ୍ତ୍ରୀ ଲି କ୍ୟୁଆଙ୍ଗ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ, ଜର୍ମାନୀ ରାଷ୍ଟ୍ରମୁଖ୍ୟ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ସୁକ୍ ୟିଓଲ ୟୁନଙ୍କୁ, ଇଜିପ୍ଟ ରାଷ୍ଟ୍ରପତି ଆବଦେନ ଫଦାହ ଏଲସିସି, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ ପ୍ରମୁଖ ଶକ୍ତିଶାଳୀ ବିଶ୍ବନେତା ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ ।

ବିଦେଶୀ ଅତିଥିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା: ଜି-୨୦ରେ ସାମିଲ ହେବାକୁ ଆସୁଥିବା ବିଦେଶୀ ଅତିଥିମାନଙ୍କ ସୁଗମ ଯାତାୟତ ପାଇଁ କାଲି ରାତି ୯ଟାରୁ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦିଲ୍ଲୀରେ ଭାରି, ମଧ୍ୟମ ଓ ହାଲୁକା ପରିବହନକାରୀ ଯାନଗୁଡିକ ପ୍ରବେଶ ବାରଣ କରାଯାଇଛି । ଶନିବାର ସକାଳୁ ସହରରେ ଟ୍ୟାକ୍ସି ଓ ଅଟୋ ଚାଳଚଳ ମଧ୍ୟ ବନ୍ଦ କରାଯିବ । ବିଶ୍ବନେତାମାନଙ୍କ ପାଇଁ ଦିଲ୍ଲୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ମିଳନୀ ସମୟରେ ପ୍ରଗତ ମୈଦାନକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯିବ । ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ଦିଲ୍ଲୀ ସୀମାରେ ପଇଁତରା ମାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.