ETV Bharat / bharat

Dahi Label Row: ବିବାଦ ପରେ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କଲା FSSAI - ଦହି ବିବାଦ

ଦହିକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । ବିବାଦ ପରେ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କଲା FSSAI । ରାୟକୁ ସ୍ବାଗତ କଲେ ତାମୁଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ । ଅଧିକ ପଢନ୍ତୁ

Dahi Label Row
Dahi Label Row
author img

By

Published : Mar 31, 2023, 7:27 PM IST

ଚେନ୍ନାଇ: ତାମିଲନାଡୁରେ ଦହିକୁ ନେଇ ଦେଖାଦେଇଥିବା ବିବାଦ ଏବେ ଉଗ୍ରରୂପ ନେଇଛି । ହିନ୍ଦୀ ଭାଷାକୁ ଗୁରୁତ୍ୱକୁ ନେଇ ତାମୁଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ ମଧ୍ୟ ବିରୋଧ କରିଥିଲେ । ତେବେ ଏନେଇ ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସେ ଗତକାଲି(ଗୁରୁବାର) ସ୍ବାଗତ କରିଛନ୍ତି । ସେ କହିଛନ୍ତି, "FSSAI ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ତାମିଲନାଡୁ ବିଜେପି ସ୍ବାଗତ କରୁଛି ।"

  • On behalf of @BJP4TamilNadu, we thank @fssaiindia for considering our request for a rollback of the notification released and for allowing the State-run co-operative milk societies to use their respective regional language instead of “Dhahi” on curd sachets. https://t.co/CRyxsCZNYc

    — K.Annamalai (@annamalai_k) March 30, 2023 " class="align-text-top noRightClick twitterSection" data=" ">

ସେ ଆହୁରି ମଧ୍ୟ କହିଛନ୍ତି, "ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାକୁ ପ୍ରତ୍ୟାହାର କରିବା ପାଇଁ ଆମେ ଅନୁରୋଧ କରିଥିଲୁ । ଏହାପରେ ରାଷ୍ଟ୍ରାୟତ୍ତ ସମବାୟ ଦୁଗ୍ଧ ସମିତିକୁ ଏଫଏସଏସଆଇ ପକ୍ଷରୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହାକୁ ଆମେ ସ୍ବାଗତ କରୁଛୁ । ବର୍ତ୍ତମାନ ପ୍ୟାକେଟ୍‌ ଉପରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଦହି ସହ ଆଞ୍ଚଳିକ ଭାଷାରେ ମଧ୍ୟ ଲେଖାଯିବ ।"

ଜାରି କରାଯାଇଥିବା ଆଦେଶରେ ପରିବର୍ତ୍ତନ କଲା FSSAI: ଦହିକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡୁରେ ଦେଖାଯାଇଥିବା ବିବାଦର ସମାଧାନ କରିଛନ୍ତି । ଦହିରେ ନିଜ ନିଜ ଆଞ୍ଚଳିକ ଭାଷା ଲେଖିବା ପାଇଁ ଅନୁମତି ଦେଇଛନ୍ତି । ଏନେଇ ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ପକ୍ଷରୁ କୁହାଯାଇଛି, "ଫୁଡ୍ ବିଜନେସ୍ ଅପରେଟର୍ସକୁ ଏବେ ପ୍ରଚଳିତ ଆଞ୍ଚଳିକ ନାମ ସହ ଦହି ଶବ୍ଦ ବ୍ୟବାହର କରିବାକୁ ଅନୁମତି ଦିଆଯାଇଛି । ଉଦାହରଣ ସ୍ୱରୂପ, ହିନ୍ଦୀରେ 'ଦହି' କିମ୍ବା କନ୍ନଡରେ ଦହି' (ମୋସରୁ), ତାମିଲରେ 'ଦହି' (ଥାୟିର), ତେଲୁଗୁ ଭାଷାରେ ଦହି (ପେରୁଗୁ), (ଜାମୁତଦୌଗ)ର ବ୍ୟବହାର କରାଯାଇପାରିବ ।"

ଏହା ମଧ୍ୟ ପଢନ୍ତୁ: Tripura MLA caught watching Porn: ବିଧାନସଭାରେ ଅଶ୍ଲୀଳ ଫିଲ୍ମ ଦେଖୁଥିଲେ ବିଧାୟକ, ଧରା ପକାଇଦେଲା କ୍ୟାମେରା

କର୍ଣ୍ଣାଟକ ଏବଂ ତାମିଲନାଡୁରେ କରାଯାଇଥିଲା ବିରୋଧ: କର୍ଣ୍ଣାଟକ ଏବଂ ତାମିଲନାଡୁରେ ଅବସ୍ଥିତ ଦୁଗ୍ଧ ସମବାୟ ସମିତି ଏବଂ ଘରୋଇ ଦୁଗ୍ଧମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ FSSAI ସେମାନଙ୍କୁ ଆଞ୍ଚଳିକ ନାମରେ 'ଦହି' ଶବ୍ଦ ବ୍ୟବହାର କରିବାକୁ କହିଥିଲେ । ଗତ ମାର୍ଚ୍ଚ ୧୦ ତାରିଖରେ ଏନେଇ ଅନୁମତି ଦେଇଥିଲେ । ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଥିଲା । ଏହାପରେ ବିବାଦ ଦେଖାଯାଇଥିଲା । କର୍ଣ୍ଣାଟକ ଏବଂ ତାମିଲନାଡୁରେ ଅନେକ ଦଳ ଏହାର ବିରୋଧ କରିଥିଲେ । ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI ଏହି ନିୟମରେ ପରିବର୍ତ୍ତନ କରିଥିବା ବେଳେ ଏହାକୁ ସ୍ବାଗତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.