ETV Bharat / bharat

ବିଶ୍ବାସ ଜମାଇ ବୃଦ୍ଧାଙ୍କଠୁ 500 କୋଟିର ସମ୍ପତ୍ତି ଓ୍ବିଲ୍‌ କରିନେଲେ 2 ଫଳ ଦୋକାନୀ ! - ଜବଲପୁର ଖବର

ମଧ୍ୟ ପ୍ରଦେଶ ଜବଲପରୁରେ ସାଙ୍ଘାତିକ ଷଡଯନ୍ତ୍ର । ବିଶ୍ବାସ ଜମାଇ ଅସହାୟ ବୃଦ୍ଧାଙ୍କଠୁ 500 କୋଟିର ସମ୍ପତ୍ତି ଓ୍ବିଲ କରିନେଲେ 2 ଫଳ ଦୋକାନୀ । ସମ୍ପତ୍ତି ଦାବି କରିବା ପାଇଁ କୋର୍ଟରେ ପହଞ୍ଚିବା ପରେ ଜଣାପଡିଲା ମାମଲା । ପଢନ୍ତୁ ପୁରା ଘଟଣା

ବିଶ୍ବାସ ଜମାଇ ବୃଦ୍ଧାଙ୍କଠୁ 500 କୋଟିର ସମ୍ପତ୍ତି ଓ୍ବିଲ୍‌ କରିନେଲେ 2 ଫଳ ଦୋକାନୀ !

author img

By ETV Bharat Odisha Team

Published : Sep 11, 2023, 10:08 PM IST

ଭୋପାଲ: ଘର ଭଡାରେ ନେଇ ବ୍ୟବସାୟ ଆଳରେ ବୃଦ୍ଧାଙ୍କଠାରୁ ଫେକ ଓ୍ବିଲ କରି ପ୍ରାୟ 500 ଟଙ୍କାର ସମ୍ପତ୍ତି ଠକିି ନେଲେ ଦୁଇ ଫଳ ବ୍ୟବସାୟୀ । ବୃଦ୍ଧାଙ୍କ ମୃତ୍ୟୁ ପରେ ଏହି ସମ୍ପତ୍ତିର ମାଲିକ ଭାବେ ଦାବି କରିବା ପାଇଁ କୋର୍ଟରେ ମଧ୍ଯ ହାଜର ହୋଇଥିଲ ଏହି ଦୁଇ ଫଳ ବ୍ୟବସାୟୀ । ତେବେ ଏ ସମ୍ପର୍କରେ ଜଣାପଡିବା ପରେ ମୃତ ମହିଳାଙ୍କର ଜଣେ ସମ୍ପର୍କୀୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ଦୁଇ ଫଳ ବ୍ଯବସାୟୀ ମଧ୍ୟ ତଳକୋର୍ଟରୁ ଗ୍ରୀନ ଅର୍ଡର ପାଇ କିଛି ସମ୍ପତ୍ତି ହାସଲ କରିସାରିଛନ୍ତି । ମାମଲା ଏବେ ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ଏହି ପ୍ରକ୍ରିୟାରେ ସ୍ଥଗିତାଦେଶ ଜାରି କରିବା ସହ ଏହି ସମ୍ପତ୍ତି ଦାବି କରୁଥିବା ଦୁଇ ଯୁବକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପରି ଏକ ଘଟଣା ମଧ୍ୟ ପ୍ରଦେଶର ଜବଲପୁରରେ ଦେଖିବାକୁ ମିଳିଛି ।

ସୂଚନା ଅନୁସୀରେ, ଜବଲପୁର ହୋଶଙ୍ଗାବାଦର ବାସିନ୍ଦା ଆନନ୍ଦ ଚୌଧୁରୀ ହାଇକୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ମାଉସୀ ପ୍ରଭା ମୁଖାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ ତାଙ୍କ ନାମରେ ଥିବା ସମ୍ପତ୍ତିକୁ ମିଛ ଓ୍ବିଲ ମାଧ୍ୟମରେ ଦୁଇ ଜଣ ଫଳ ବ୍ୟବସାୟ କରୁଥିବା ମୁସଲମାନ ଯୁବକ ଆଶ୍ରଫ ଗୁଡଡୁ, ଆଶ୍ରଫ ଜିଲାନି ନିଜର ଦାବି କରୁଥିବା ଅଭିଯୋଗ କରିଛନ୍ତି । ଆବେଦନକାରୀଙ୍କ ଓକିଲଙ୍କ ଅନୁସାରେ, ମୃତ ବୃଦ୍ଧା ପ୍ରଭା ମୁଖାର୍ଜୀଙ୍କ ସହରରେ ଏକ 25,000 ବର୍ଗଫୁଟର ଘର ଥିଲା । ଏଥିରୁ ଜବଲପୁରରେ ଏବଂ ହୋଶଙ୍ଗାବାଦରେ 400 ଏକର ଜମି ଓ ଘର ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ମଧ୍ୟ ଥିଲା ।

ତେବେ 2008 ରେ ଦୁଇଜଣ ମୁସଲିମ ଯୁବକ ପ୍ରଭା ମୁଖାର୍ଜୀଙ୍କ ଘର ସମ୍ମୁଖ ଛକରେ ଏକ ଫଳ ଦୋକାନ ଖୋଲିଥିଲେ । ଫଳ ରଖିବା ପାଇଁ ସେମାନେ ପ୍ରଭାଙ୍କ ସହ କଥାବାର୍ତ୍ତା କରି ଏକ ରୁମ ଭଡା ସୂତ୍ରରେ ନେଇଥିଲେ । ହେଲେ 2010 ରୁ 2015 ମଧ୍ୟରେ ବୃଦ୍ଧା ପ୍ରଭା ମୁଖାର୍ଜୀଙ୍କ ଦୁଇ ଯବାନ ପୁଅଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହା ପରେ ବୃଦ୍ଧା ପ୍ରଭା ଏକା ହୋଇପଡିଥିଲେ । ଏହାର ସୁଯୋଗ ନେଇ ଦୁଇ ଯୁବକ ଏକ ମିଛ ଓ୍ବିଲ ମାଧ୍ୟମରେ ଏହାକୁ ହାତେଇବା ପାଇଁ ପ୍ରୟାସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ସମ୍ପତ୍ତି ବିବାଦରୁ ଆଇନଜୀବୀ ପତ୍ନୀଙ୍କୁ ହତ୍ୟା, ସ୍ବାମୀ ଗିରଫ

24 ଏପ୍ରିଲ 2015 ରେ ପ୍ରଭାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପ୍ରମାଣପତ୍ର ରେକର୍ଡ ଅନୁସାରେ ପ୍ରଭାଙ୍କର ଶେଷକୃତ୍ୟ 29 ତାରିଖରେ ହୋଇଛି । ଏହି ଦୁଇଯୁବକଙ୍କ ସମେତ ଅନ୍ୟ ଜଣେ ଜମି ଦଲାଲ ବୃଦ୍ଧା ଶେଷକୃତ୍ୟ କରିଥିଲେ । ପରିବାରର ଅନ୍ୟ କୈଣସି ସଦସ୍ୟ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ପରେ ଜାଣିବାକୁ ପାଇଥିଲେ । ଏହା ପରେ ଉଭୟ ଯୁବକ ବିଧିବଦ୍ଧ ଭାବେ ସମ୍ପତ୍ତି ହାତେଇବା ପାଇଁ ତହସିଲ ଓ କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ । ମିଛ ଓ୍ବିଲ ମାଧ୍ୟମରେ କିଛି ସମ୍ପତ୍ତି ହାତେଇବା ସହ କିଛି ଜମି ବିକ୍ରି ମଧ୍ଯ କରିଥିଲେ । ଏବେ ମୃତ ମହିଳାଙ୍କ ସମ୍ପର୍କୀୟ ମଧ୍ୟ ପ୍ରଦେଶ ହାଇକୋର୍ଟରେ ଆବେଦନ କରିବା ପରେ କୋର୍ଟ ଏହି ମାମଲାକୁ ଅତି ଗମ୍ଭୀର ଭାବେ ନେଇଛନ୍ତି । ଦୁଇ ଯୁବକ, ସେମାନଙ୍କର ବୃଦ୍ଧା ପ୍ରଭାଙ୍କ ସହ ସମ୍ପର୍କ ଓ ସେମାନେ ଦାବି କରୁଥିବା ଓ୍ବିଲ ସମ୍ପର୍କରେ ତଦନ୍ତ କରିବାକୁ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.