ETV Bharat / bharat

Chandrayaan 3 Launch: ଚନ୍ଦ୍ରଯାନର ସଫଳ ଉତକ୍ଷେପଣ, ଇସ୍ରୋକୁ ଛୁଟିଲା ଶୁଭେଚ୍ଛାର ସୁଅ

author img

By

Published : Jul 14, 2023, 5:13 PM IST

Updated : Jul 14, 2023, 6:17 PM IST

ସଫଳ ଉତକ୍ଷେପଣ ପରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-3 । ଇସ୍ରୋ ସମେତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

congratulation message to ISRO
congratulation message to ISRO

ନୂଆଦିଲ୍ଲୀ: ଚନ୍ଦ୍ର ଅଭିମୁଖେ ଐତିହାସିକ ଯାତ୍ରା ଆରମ୍ଭ କରିଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) । ବାହୁବଳୀ GSLV Mark 3 (LVM 3) ଲଞ୍ଚ ଭେଇକିଲର ସଫଳ ଉତକ୍ଷେପଣ କରି ଇତିହାସ ରଚିଛି ଭାରତ। ଏହାପରେ ଇସ୍ରୋକୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନେକ ରାଜନେତା ଇସ୍ରୋ ସମେତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • India successfully launches Chandrayaan-3 marking another significant milestone in space exploration.

    Heartiest congratulations to the @ISRO team and everyone who worked relentlessly to accomplish the feat!

    It demonstrates the nation's unwavering commitment to advancement in…

    — President of India (@rashtrapatibhvn) July 14, 2023 " class="align-text-top noRightClick twitterSection" data=" ">

ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି, "ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ମହାକାଶ ଅନୁସନ୍ଧାନରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟକୁ ଅତିକ୍ରମ କରିଛି । ଏ ନେଇ ଅନ୍ତରରୁ ଇସ୍ରୋ ଟିମକୁ ଅଭିନନ୍ଦନ । ଟିମର ଅକ୍ଳାନ୍ତ ପରିଶ୍ରମ ଆଜି ଦେଶକୁ ଗର୍ବିତ କରିଛି । ମୁନ୍‌ ମିଶନର ସଫଳତା କାମନା କରୁଛି । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୋଦି ଟ୍ବିଟ କରି କହିଛନ୍ତି, " ଚନ୍ଦ୍ରଯାନ-3 ଭାରତୀୟ ମହାକାଶ ଗବେଷଣାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଏହି ମିଶନ ସହିତ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ଓ ଉଚ୍ଚ ଅଭିଳାଷ ଜଡ଼ିତ । ଏହି ଐତିହାସିକ ମୁହୂର୍ତ୍ତ ଆମ ବୈଜ୍ଞାନିକଙ୍କ କଠିନ, ଅକ୍ଳାନ୍ତ ପରିଶ୍ରମର ଝଲକ । ସେମାନଙ୍କୁ ସଲାମ ।"

  • Chandrayaan-3 scripts a new chapter in India's space odyssey. It soars high, elevating the dreams and ambitions of every Indian. This momentous achievement is a testament to our scientists' relentless dedication. I salute their spirit and ingenuity! https://t.co/gko6fnOUaK

    — Narendra Modi (@narendramodi) July 14, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- WATCH VIDEO: ମହାକାଶରେ ଭାରତର ନୂଆ ଉଡାଣ, ଦେଖନ୍ତୁ କିପରି ‘ବାହୁବଳୀ’ ରକେଟରୁ ଅଲଗାହେଲା ଚନ୍ଦ୍ରଯାନ ସ୍ପେଶକ୍ରାଫ୍ଟ

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଚନ୍ଦ୍ରଯାନ-3ର ସଫଳ କାମନା କରିଛନ୍ତି । ସେ କହିଛନ୍ତି, " ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ସହିତ ଭାରତ ଏକ ଐତିହାସିକ ଯାତ୍ରା ଆରମ୍ଭ କରିଛି । ଏଥିଲାଗି ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛି । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା ଆଜି ପ୍ରତିଟି ଭାରତୀୟକୁ ଗର୍ବିତ କରିଛି । ଏହି ଐତିହାସିକ ମୁହୂର୍ତ୍ତ ଆଗାମୀ ପୀଢିଙ୍କୁ ମଧ୍ୟ ଗର୍ବିତ କରିବାକୁ ଯାଉଛି । "

  • India today embarked on its historic space journey with the successful launch of Chandrayaan-3.

    My heartfelt congratulations to the @ISRO scientists whose tireless pursuit has today propelled India on the path of scripting a remarkable space odyssey for generations to cherish. pic.twitter.com/YPZCHPbZoq

    — Amit Shah (@AmitShah) July 14, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Chandrayaan 3: ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ; ସେଲିବ୍ରେସନ କଲା ISRO, 40ଦିନ ପରେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ଇସ୍ରୋକୁ ଶୁଭେଚ୍ଛା ଜଣାଇବା ସହିତ କହିଛନ୍ତି, " ଆଜି କୋଟି କୋଟି ଲୋକ ଗର୍ବର ସହିତ ଆକାଶକୁ ଚାହିଁଥିବେ । 1962 ମସିହାରେ ଇସ୍ରୋ ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ କାମ କରିଥିବା ବୈଜ୍ଞାନିକ ସମୂହଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ହେଉଛି ଚନ୍ଦ୍ରଯାନ-3 । ଏହି ମିଶନ ସଫଳ ହେଲେ ଏହା ପ୍ରତିଟି ଭାରତୀୟଙ୍କ ସମେତ ଆଗାମୀ ପୀଢିଙ୍କୁ ଗର୍ବିତ କରାଇବ । ଏହି ଐତିହାସିକ କାର୍ଯ୍ୟ ଲାଗି ଇସ୍ରୋ ଟିମକୁ ଶୁଭେଚ୍ଛା। "

  • Heartiest congratulations to @isro scientists on the successful launch of #Chandrayaan3, the nation’s third mission to our celestial neighbour. The historic journey to the Moon is yet another momentous leap for the country’s space exploration and scientific advancement. #ISRO

    — Naveen Patnaik (@Naveen_Odisha) July 14, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ସେ ଟ୍ବିଟ ମାଧ୍ୟମରେ କହିଛନ୍ତି, " ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା । ଏହା ମିଶନ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଏହା ଦେଶକୁ ଗୌରବାନ୍ବିତ କରିଛି ।"

ସୂଚନା ଥାଉ କି ଅପରାହ୍ନ 2ଟା 35ରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର 3ୟ ମୁନ ମିଶନ ଚନ୍ଦ୍ରଯାନ-3 ଉତକ୍ଷେପଣ ହୋଇଛି । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-3 ସଫଳ ଉତକ୍ଷେପଣ କରି କକ୍ଷପଥରେ ପହଞ୍ଚିଛି । ବାହୁବଳୀ GSLV Mark 3 (LVM 3) ଲଞ୍ଚ ଭେଇକିଲ ଦ୍ବାରା ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ହୋଇଥିବା ବେଳେ ଏହା କକ୍ଷପଥରେ ପହଞ୍ଚିସାରିଛି । ଏହାସହିତ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 14, 2023, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.