ETV Bharat / bharat

ରାଜନୀତିରୁ ପ୍ରଶାସନିକ ଯାଏଁ ମୋଦିଙ୍କ ସରପ୍ରାଇଜ ଜାରି...

ଯାହା ଆଶା କରାଯାଉଥିଲା ସେୟା ହିଁ ହେଲା। ଗଣମାଧ୍ୟମର ସବୁ ଆକଳନ ଫେଲ ମାରିଲା । ରାଜନୀତି ପଣ୍ଡିତଙ୍କ ଭବିଷ୍ୟତବାଣୀ ଭୁଲ ହେଲା । ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଲା। ନିଜ ନିଷ୍ପତ୍ତି ଦ୍ବାରା ସମସ୍ତଙ୍କୁ ପୁଣି ଥରେ ଚମକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପ୍ରଚଣ୍ଡ ବିଜୟ ପାଇବା ପରେ ବିଜେପି କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସାରା ଦେଶରେ ଚାଲିଥିଲା ଚର୍ଚ୍ଚା ।

ରାଜନୀତିରୁ ପ୍ରଶାସନିକ ଯାଏଁ ମୋଦିଙ୍କ ସରପ୍ରାଇଜ ଜାରି...
ରାଜନୀତିରୁ ପ୍ରଶାସନିକ ଯାଏଁ ମୋଦିଙ୍କ ସରପ୍ରାଇଜ ଜାରି...
author img

By ETV Bharat Odisha Team

Published : Dec 12, 2023, 11:00 PM IST

ହାଇଦ୍ରାବାଦ: ଯାହା ଆଶା କରାଯାଉଥିଲା ସେୟା ହିଁ ହେଲା। ଗଣମାଧ୍ୟମର ସବୁ ଆକଳନ ଫେଲ ମାରିଲା । ରାଜନୀତି ପଣ୍ଡିତଙ୍କ ଭବିଷ୍ୟତବାଣୀ ଭୁଲ ହେଲା । ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଲା। ନିଜ ନିଷ୍ପତ୍ତି ଦ୍ବାରା ସମସ୍ତଙ୍କୁ ପୁଣି ଥରେ ଚମକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପ୍ରଚଣ୍ଡ ବିଜୟ ପାଇବା ପରେ ବିଜେପି କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସାରା ଦେଶରେ ଚାଲିଥିଲା ଚର୍ଚ୍ଚା । ଛତିଶଗଡରେ ଭେଟେରାନ ରମଣ ସିଂ, ରାଜସ୍ଥାନରେ ମହାରାଣୀ ବସୁନ୍ଧରା ରାଜେ, ମଧ୍ୟ ପ୍ରଦେଶରେ ଅନୁଭବୀ ଶିବରାଜ ସିଂ ହେବେ ନା ତାଙ୍କ ଉତ୍ତରାଧିକାରୀ ଦଳ ଖୋଜିବ ତାହାର ଉତ୍ତର ଖୋଜୁଥିଲେ ଦେଶବାସୀ । କିଏ କହୁଥିଲା ନୂଆ ମୁହଁ ଆସିବେ, କିଏ କହୁଥିଲା ଶିବରାଜ ଓ ମହାରାଣୀଙ୍କୁ ହଟାଇବା ସହଜ ନୁହେଁ। କିଏ କହୁଥିଲା କେନ୍ଦ୍ରୀୟ ନେତାଙ୍କୁ ରାଜ୍ୟ ଦାୟିତ୍ବ ମିଳିବ । ହେଲେ ନିଷ୍ପତ୍ତି ନେବାରେ ସଠିକ ନୀତି ପ୍ରୟୋଗ କରୁଥିବା ମୋଦି ପୁଣି ଥରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଦଳର ଭବିଷ୍ୟତ ପୀଢି ନିର୍ମାଣ ପାଇଁ ନେଇଛନ୍ତି କଠିନ ନିଷ୍ପତ୍ତି । ତିନି ରାଜ୍ୟରେ ଆଦୌ ଚର୍ଚ୍ଚାରେ ନଥିବା ତିନି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ସମସ୍ତ ତିନି ଜଣ ନେତା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ପୃଷ୍ଠଭୂମିରୁ ଆସିଛନ୍ତି । ତେଣୁ ଚର୍ଚ୍ଚା ଏହା ବି ହେଉଛି ବିଜେପିର ନିଷ୍ପତ୍ତି ଉପରେ ସଂଘର ସକରାତ୍ମକ ପ୍ରଭାବ ରହୁଛି । କାରଣ ଗତ ସାଢେ 9 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ନେଇଥିବା ଏକାଧିକ ଚର୍ଚ୍ଚିତ ନିଷ୍ପତ୍ତିର କେହି ଆକଳନ କରିପାରିନାହାଁନ୍ତି । ଦେଖନ୍ତୁ ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତୃତ୍ବର କିଛି ଚର୍ଚ୍ଚିତ ନିଷ୍ପତ୍ତି ।

ଅଧିକ ପଢନ୍ତୁ- ସରପ୍ରାଇଜ୍ ! ପ୍ରଥମ ଥର ବିଧାୟକରୁ ବନିଲେ ମୁଖ୍ୟମନ୍ତ୍ରୀ, ଭଜନଲାଲଙ୍କ ମଥାରେ ରାଜସ୍ଥାନ ରାଜତିଳକ

ତିନି ରାଜ୍ୟରେ ତିନି ନୂଆ ଚେହେରା:- ହୀନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ଚର୍ଚ୍ଚା ଲାଗି ରହିଥିଲା । ଡିସେମ୍ବର 3ରୁ ଫଳାଫଳ ଆସିଥିଲେ ବି ବିଜେପି ଚେହେରା ତୁରନ୍ତ ସ୍ପଷ୍ଟ କରିନଥିଲା । ତିନି ରାଜ୍ୟର ଦଳ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେବ ବୋଲି ଆକଳନ ଚାଲିଥିଲା । ପୁଣି କେହି କେହି ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦେଖି ସରପ୍ରାଇଜ ଆସିପାରେ ବୋଲି ଭବିଷ୍ୟତବାଣୀ କରୁଥିଲେ । ହେଲେ ବିଜେପି ସବୁ ଆକଳନ ଚର୍ଚ୍ଚା ଆଲୋଚନା ସମୀକ୍ଷାକୁ ଭୁଲ ପ୍ରମାଣିତ କରି ଛତିଶଗଡରେ ରମଣ ସିଂଙ୍କ ବଦଳରେ ବିଷ୍ଣୁ ଦେବ ସାୟ, ମଧ୍ୟ ପ୍ରଦେଶରେ ଶିବରାଜ ସିଂ ଚୌହ୍ବାନଙ୍କ ବଦଳରେ ମୋହନ ଯାଦବ, ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ବଦଳରେ ଭୋଜନ ଲାଲ ଶର୍ମାଙ୍କୁ ଦଳ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଶପଥ ନେବାକୁ ଯାଉଥିବା ତିନି ମୁଖ୍ୟମନ୍ତ୍ରୀ ସଂଘ ପୃଷ୍ଠଭୂମିରୁ ବିଜେପି ରାଜନୀତିକୁ ଆସିଛନ୍ତି । ଦଳର ସଂଗଠନ ପାଇଁ ବେଶ ଶକ୍ତି ଖଟାଇଛନ୍ତି । କିଏ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ତି କିଏ ସାଂସଦ, କିଏ ଦଳୀୟ ସଂଗଠନ ପାଇଁ କାମ କରିଛନ୍ତି । ତିନି ଜଣଯାକ ନେତା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଁ ପୁରା ଯୋଗ୍ୟ । ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଅନେକ ବରିଷ୍ଠ ଓ ଚର୍ଚ୍ଚିତ ନେତାଙ୍କ ନା ଗଣମାଧ୍ୟମରେ ପ୍ରକାଶ ପାଉଥିଲା । ରାଜନୀତି ପଣ୍ଡିତ ମଧ୍ୟ ଭିନ୍ନ ଭିନ୍ନ ଆକଳନ କରୁଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ପୁଣି ଥରେ ଚକିତ କରି ଚର୍ଚ୍ଚାରେ ନଥିବା ନେତାଙ୍କୁ ବାଛିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହୋଇଥିବା

ଭୋଜନ ଲାଲ ଶର୍ମା କୌଣସି ଚର୍ଚାରେ ନଥିଲେ । ସେହିପରି ବିଷ୍ଣୁ ଦେବ ସାୟ ଓ ମୋହନ ଯାଦବଙ୍କୁ ଦଳ ସୁଯୋଗ ଦେବେ ବୋଲି କେହି କଳ୍ପନା କରିନଥିଲେ । କିନ୍ତୁ ଆଗାମୀ 2024 ନିର୍ବାଚନ, ଭବିଷ୍ୟତ ପିଢୀର ନିର୍ମାଣ, ରାଜନୈତିକ ପରିସ୍ଥିତି ଓ ଏକାଧିକ ସମୀକରଣ ଓ ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେପି ନେତୃତ୍ବ ତଥା ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ଚାଣକ୍ୟ ଅମିତ ଶାହ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ବଡ ନିଷ୍ପତି ନେଇଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ବଡ କମ୍ପନ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ- ବୈଠକ ପୂର୍ବରୁ ପଛଧାଡ଼ିରେ ବସିଥିଲେ, ଭେଟେରାନଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେଲେ ନବାଗତ ବିଧାୟକ

ଚଉଦରୁ ଆରମ୍ଭ ହୋଇଛି ପ୍ରୟୋଗର ରାଜନୀତି:- ପ୍ରଧାନମନ୍ତ୍ରୀ ମୋଦି 2014ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପର ଠାରୁ ବିଜେପି ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଚାଲିଛି । ମୋଦି ଶାହ ଯୋଡି ବିଜେପିକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସଂଗଠନ ଓ ସରକାରରେ ବ୍ୟାପକ ପରୀକ୍ଷା ନିରୀକ୍ଷା କରିବାରେ ଲାଗିଛନ୍ତି । କେତେବେଳେ ସଂଗଠନର ଶକ୍ତିଶାଳୀ ନେତାଙ୍କୁ ଶକ୍ତିହୀନ କରୁଛନ୍ତି ତ କେତେବେଳେ ସରକାରର ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ବାହାର ରାସ୍ତା ଦେଖାଉଛନ୍ତି । ପୁଣି କେତେବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନରେ ଦେଇଛନ୍ତି ବଡ ଝଟକା। ପୁଣି ଶାସନତନ୍ତ୍ରରେ ମଧ୍ୟ ନେଇଛନ୍ତି ଏକାଧିକ ପ୍ରଭାବଶାଳୀ ନିଷ୍ପତି।

ମୁଖ୍ୟମନ୍ତ୍ରୀକୁ ନେଇ ସରପ୍ରାଇଜ:- ମୋଦି ଶାହ ଯୋଡି ବିଜେପି କମାଣ ସମ୍ଭାଳିବା ପରଠାରୁ ଜାରି ରହିଛି ସରପ୍ରାଇଜ । ମୋଦି ଶାହଙ୍କ ରଣନୀତି ଆଉ ନିଷ୍ପତିର ଅନୁମାନ ଲଗାଇବା କାଠିକର ପାଠ ହୋଇଛି ଗଣମାଧ୍ୟମ ପାଇଁ । 2014 ହରିୟାଣ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଏକାଧିକ ନା ଉପରେ ଚାଲିଥିଲା ଚର୍ଚ୍ଚା । ଶେଷରେ ପ୍ରଥମ ଥର ବିଧାୟକ ମନହର ଲାଲ ଖଟ୍ଟରଙ୍କୁ ବାଛିଥିଲେ ପ୍ରଧାନମନ୍ତ୍ରୀ ମୋଦି । 2014 ଶେଷ ଆଡକୁ ହୋଇଥିଲା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ବିଜେପି ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଭିନ୍ନ ଭିନ୍ନ ନା ଗଣମାଧ୍ୟମରେ ଚାଲିଲା । ଅନେକ ନୀତିନ ଗଡକରୀଙ୍କ ନାକୁ ନେଇ ନିଶ୍ଚିତ ଥିଲେ । ହେଲେ ମୋଦି ନୀତିନଙ୍କ ଅନୁଗତ ଯୁବନେତା ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଦେବେନ୍ଦ୍ର ମଧ୍ୟ ପ୍ରଥମ ଥର ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । 2017 ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ମୁଖ୍ୟମନ୍ତ୍ରୀକୁ ନେଇ ବଢିଲା ଚର୍ଚ୍ଚା ଆଲୋଚନା । ରାଜନାଥ ସିଂ, ମନୋଜ ସିହ୍ନା, କେଶବ ପ୍ରସାଦଙ୍କ ଠାରୁ ଆହୁରି ଏକାଧିକ ନା ଉପରେ ଗଣମାଧ୍ୟମ ଖବର କଲା । ହେଲେ ଶେଷରେ ୟୁପି ଭଳି ବଡ ରାଜ୍ୟକୁ ମୋଦି ଶାହ ଗୋରଖନାଥ ମଠର ମଠାଧୀଶ ଥିବା ତଥା ସେତେବେଳର ସାଂସଦ ଯୋଗୀ ଆଦିତ୍ୟନାଥଙ୍କ ଉପରେ ସୁନା କଳସ ଢାଳିଥିଲେ । ଯାହାକୁ ନେଇ ଦେଶବ୍ୟାପୀ ବେଶ କିଛି ଦିନ ଚର୍ଚ୍ଚା ଲାଗିଥିଲା । ସେହିପରି ଝାଡଖଣ୍ଡରେ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆଉ ଏକ ବଡ ବାଜି ଖେଳିଥିଲା । ଏହାବାଦ 2014 ରେ ମୋଦି କେନ୍ଦ୍ରକୁ ଆସିବା ପରେ ତାଙ୍କ ଉତ୍ତରାଧିକାରୀ ଆନନ୍ଦିବେନ ପଟେଲଙ୍କୁ ପରିବର୍ତ୍ତନ କରି ଅଭିଜ୍ଞ ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ପରେ 2022 ବିଧାନସଭା ନିର୍ବାଚନ ପୂର୍ବରୁ ବିଜୟଙ୍କ ହଟାଇ ପ୍ରଥମ ଥର ବିଧାୟକ ଭୂପେନ୍ଦ୍ର ପଟେଲଙ୍କୁ ଆଣିଥିଲେ ମୋଦି ଶାହ। ଯାହା ବେଶ ଘଟଣାବହୁଳ ଥିଲା । 2017 ରେ ହିମାଚଳ ପ୍ରଦେଶରେ ମଧ୍ୟ ସମାନ ନୀତି ଆପଣାଇଥିଲେ ବିଜେପିର ବିଗ ବସ । ଜେପି ନଡ୍ଡା, ପ୍ରେମ କୁମାର ଧୂମଲ, ଅନୁରାଗ ଠାକୁରଙ୍କ ଭଳି ନେତାଙ୍କୁ ଛାଡି ସାଧାରଣ କାର୍ଯ୍ୟକର୍ତ୍ତା ଥିବା ଜୟରାମ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଏହାବାଦ 2017 ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଦଳର ବହୁମତ ପରେ ଅନେକ ବରିଷ୍ଠ ନେତାଙ୍କୁ ବାଦ ଦେଇ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଦେବଭୂମିର କମାଣ ଦେଇଥିଲେ। ପରେ ତାଙ୍କୁ ପରିବର୍ତ୍ତନ କରି ତୀରଥ ସିଂ ରାୱତ ପୁଣି ପୁଷ୍କର ସିଂ ଧାମୀ ଆସିଥିଲେ। ଯାହା ସବୁ ଥିଲା ଗୋଟିଏ ଗୋଟିଏ ଚର୍ଚ୍ଚିତ ନିଷ୍ପତ୍ତି ।

କେନ୍ଦ୍ର କ୍ୟାବିନେଟରୁ ମହାରଥୀଙ୍କ ଛୁଟି:- ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ନିଜ କ୍ୟାବିନେଟକୁ ନେଇ ସବୁବେଳେ ବଡ ନିଷ୍ପତ୍ତି ନେଇଥାନ୍ତି । କିଏ ରହିବେ କିଏ ବାହାରିବେ ତାହା କେବଳ ମୋଦି ଶାହଙ୍କୁ ଜଣା । ମୋଦି ପ୍ରଥମ ଓ ଦ୍ବିତୀୟ ପାଳିରେ ଅନେକ ଦିଗଜ୍ଜ ନେତାଙ୍କୁ ଛୁଟି ଦେଇଛନ୍ତି । ହର୍ଷବର୍ଦ୍ଧନ, କଳରାଜ ମିଶ୍ର, ପ୍ରକାଶ ଜାଭେଦକର, ରବି ଶଙ୍କର ପ୍ରସାଦ, ରାଜ୍ୟ ବର୍ଦ୍ଧନ ସିଂ ରାଠୋରଙ୍କ ଭଳି ନେତାଙ୍କୁ କ୍ୟାବିନେଟରୁ ବାହାର କରିଥିଲେ । ସେହିପରି ସମାନ ଢଙ୍ଗରେ ଚର୍ଚ୍ଚାରେ ନଥିବା ବୈଦେଶିକ ମନ୍ତ୍ରୀ ଏସ ଜଯଶଙ୍କର, ଅଶ୍ବିନୀ ବୈଷ୍ଣବଙ୍କ ଭଳି ନେତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ । ଖାଲି ଏତିକି ନୁହେଁ ବିଜେପିର ଅନ୍ୟତମ ଶକ୍ତିଶାଳୀ ନେତା ରାଜନାଥ ସିଂ ଠାରୁ ଗୃହମନ୍ତ୍ରଣାଳୟ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିଲେ ।

ରାଜ୍ୟପାଳ ଚୟନରେ ସରପ୍ରାଇଜ:- ମୋଦି ଖାଲି ମନ୍ତ୍ରୀ ମଣ୍ଡଳ କି ମୁଖ୍ୟମନ୍ତ୍ରୀ ଚଯନରେ ବଡ ନିଷ୍ପତି ନେଇନାହାଁନ୍ତି । ବଂର ରାଜ୍ୟପାଳ ଚୟନ କରିବାରେ ବି ଚକମା ଦେଇଛନ୍ତି । ୟୁପିର ବରିଷ୍ଠ ନେତା ଶିବ ପ୍ରତାପ ଶୁକ୍ଲା, କେନ୍ଦ୍ରମନ୍ତ୍ରୀ ଥାୱର ଚନ୍ଦ୍ର ଗେହେଲଟ, କଲରାଜ ମିଶ୍ର, ଆରିଫ ମହମ୍ମଦ, ବିଶ୍ବଭୂଷଣ ହରିଚନ୍ଦନଙ୍କ ଭଳି ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇ ନୂଆ ରାଜନୀତି ସୃଷ୍ଟି କରିଛନ୍ତି।

ଚର୍ଚ୍ଚାରେ ନଥିବା ନେତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ: ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ କାର୍ଯ୍ୟକାଳରେ ଦେଶରେ ଦୁଇଥର ରାଷ୍ଟ୍ରପତି ନିର୍ବାଚନ ହୋଇଛି । 2017ରେ ପ୍ରଣବ ମୁଖାର୍ଜୀଙ୍କ ଉତ୍ତରାଧିକାରୀ ପାଇଁ ଯେତେବେଳେ ବିଜ୍ଞପ୍ତି ପ୍ରକାଶ ପାଇଲା ପୂର୍ଣ୍ଣ ବହୁମତରେ କେନ୍ଦ୍ରରେ ଶାସନ କରୁଥିବା ମୋଦି ସରକାର କାହାକୁ ରାଷ୍ଟ୍ରପତି କରିବେ ତାହାକୁ ନେଇ ସାରା ଦେଶରେ ବଡ ଆଲୋଚନା ଚାଲିଥିଲା । ଅନେକ ଭାବୁଥିଲେ କେହି ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ହେବେ। ପୁଣି ଚର୍ଚ୍ଚା ହେଲା ସଂଘ ପରିବାରରୁ କେହି ଅଧିଷ୍ଠିତ ହେବେ । ସର୍ବାଧିକଙ୍କ ଧାରଣା ଥିଲା ବିଜେପିର ପିତାମହ ଭିଷ୍ମ ଲାଲ କୃଷ୍ଣ ଆଡଭାଣୀଙ୍କୁ ରାଷ୍ଟ୍ରପତି କରି ଦଳ ଋଣ ସୁଝିବ । ହେଲେ ସବୁ ଚର୍ଚ୍ଚା ହେଲା ନାକଚ । ସେତେବେଳର ବିହାର ରାଜ୍ୟପାଳ ଥିବା ଦଳିତ ନେତା ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ ମୋଦି ଶାହ । ସେହିପରି 2022 ରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ସମାନ ଚର୍ଚ୍ଚା ହେଲା । 10 ରୁ ଅଧିକ ନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାକୁ ନେଇ ଆକଳନ କରାଗଲା । ହେଲେ ମାଷ୍ଟରଷ୍ଟ୍ରୋକ ମାରିଥିଲେ ମୋଦି ଶାହ । ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ।

ପ୍ରଶାସନିକ ନିଷ୍ପତ୍ତି:- ଦେଶରୁ କଳାଧନ ନିପାତ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶାସନିକ ସ୍ତରରେ ନେଇଥିଲେ ବଡ ନିଷ୍ପତ୍ତି । 8 ନଭେମ୍ବର 2016 ରାତି 8 ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି 500 ଶହ ଓ 1000 ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ପ୍ରତ୍ୟାହାର ଘୋଷଣା କରିଥିଲେ । ଯାହାକୁ ନେଇ ସାରା ବିଶ୍ବରେ ତର୍ତବିତର୍କ ହେଲା । ଏହା ପରେ ବଜାରକୁ ଆସିଲା ନୂଆ 500 ଓ 2000 ଟଙ୍କିଆ ନୋଟ । 14 ଫେବୃୟାରୀ 2019 ପୁଲୱାମା ଆକ୍ରମଣର ଜବାବ ଦେବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକର ସାହସିକ ନିଷ୍ପତି ନେଇ ସମସ୍ତଙ୍କୁ ଦୋହଲାଇ ଦେଇଥିଲେ । ପୁଣି ବାଲାକୋଟର ପ୍ରତିଶୋଧ ପାଇଁ ଏୟାର ଷ୍ଟ୍ରାଇକର ନିର୍ଦ୍ଦେଶ ଦେଇ ଶୃତ୍ରୁ ରାଷ୍ଟ୍ରଙ୍କୁ କଡା ସନ୍ଦେଶ ଦେଇଥିଲେ । 2019ରେ ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଇ ସାରା ଦେଶରେ ଚହଳ ପକାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏତତ ବ୍ୟତୀତ ଦେଶର ଭିତ୍ତିଭୂମି, ସୀମାକୁ ସଡକ, ପରିବହନ କ୍ଷେତ୍ରରେ ବିସ୍ତାର, ସେନାର ଆଧୁନୀକିକରଣ, ଯୋଗଯୋଗ, ବିକାଶ, କ୍ଷେତ୍ରରେ ନେଇଛନ୍ତି ବଡ ନିଷ୍ପତ୍ତି । ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଦେଶର ସମ୍ମାନକୁ ମଧ୍ୟ ବଢାଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.