ETV Bharat / bharat

ଭ୍ୟାକ୍ସିନ ପାଇଁ ଏବେ ବୟସ୍କଙ୍କ ପାଳି, 1 ମାର୍ଚ୍ଚରୁ ଦିଆଯିବ ମାଗଣା ଟିକା - ବୟସ୍କ ବ୍ୟକ୍ତି ଭ୍ୟାକ୍ସିନ

ଦେଶରେ ମାର୍ଚ୍ଚ ପହିଲାରୁ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ଭ୍ୟାକ୍ସିନ । କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଅଧିକ ପଢନ୍ତୁ...

ଭ୍ୟାକ୍ସିନ ପାଇଁ ଏବେ ବୟସ୍କଙ୍କ ପାଳି, 1 ମାର୍ଚ୍ଚରୁ ଦିଆଯିବ ମାଗଣା ଟିକା

author img

By

Published : Feb 24, 2021, 4:38 PM IST

ନୂଆଦିଲ୍ଲୀ: କୋଭିଡ ଟିକାକୁ ନେଇ ବୁଧବାର ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦେଶରେ ମାର୍ଚ୍ଚ ପହିଲାରୁ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଭ୍ୟାକ୍ସିନ । କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଅନୁଯାୟୀ, ମାର୍ଚ୍ଚ 1ରୁ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ସେହିପରି 45 ବର୍ଷରୁ ଉର୍ଦ୍ଧ୍ବ ଯେଉଁ ବ୍ୟକ୍ତିଙ୍କ ପାଖରେ ଗମ୍ଭୀର ରୋଗ ରହିଛି ସେମାନଙ୍କୁ ମଧ୍ୟ ଦିଆଯିବ ଟିକା । ଦେଶରେ ଯେଉଁ 10 ହଜାର ସରକାରୀ ସେଣ୍ଟରରେ ଲୋକେ ଭ୍ୟାକ୍ସିନ ଲଗାଇବାକୁ ଯିବେ ସେଠାରେ ସେମାନଙ୍କୁ ମାଗଣା ବ୍ୟାକ୍ସିନ ଦିଆଯିବ ।

ଜାଭଡେକର କହିଛନ୍ତି, ଯେଉଁମାନେ ବେସରକାରୀ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ଟଙ୍କା ଦେବାକୁ ପଡିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଖୁବ ଶିଘ୍ର ଭ୍ୟାକ୍ସିନ ଜୋଜର ଦାମ ଜଣାଇଦିଆଯିବ । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ଟଙ୍କା ଦେଇ କୋରୋନା ଭ୍ୟାକ୍ସିନ ଲଗାଇବେ । ଅର୍ଥାତ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମନ୍ତ୍ରୀ ମଧ୍ୟ ସରକାରୀ ସେଣ୍ଟରରେ ମାଗଣା ଟିକା ଲଗାଇବେ ନାହିଁ ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି, 16 ଜାନୁଆରୀରରୁ 24 ଫେବୃଆରୀ ପର୍ଯ୍ୟନ୍ତ ପାଖାପାଖି 1.07 କୋଟି ଜଣ କୋରୋନା ଟିକା ନେଇସାରିଛନ୍ତି । ସେହିପରି 14 ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ମଧ୍ୟ ଦିଆଯାଇସାରିଛି ।

ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନ ଆରମ୍ଭ ହୋଇସାରିଲାଣି । ଏବେ ଦ୍ବିତୀୟ ପର୍ଯ୍ୟାୟରେ 60 ଓ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ଏହା ପରେ ଅନ୍ୟମାନଙ୍କର ନମ୍ବର ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.