ଜୟପୁର: ଦେଶରେ ଜାରି ରହିଛି ଥଣ୍ଡାର ପ୍ରକୋପ । କେଉଁ କେଉଁ ସ୍ଥାନରେ ହାଡ ଭଙ୍ଗା ଶୀତରେ ଜୀବନ ଅତିବାହିତ କରିବାରେ ସମସ୍ୟା ଉପୁଜୁଥିବାବେଳେ ଆଉ କେଉଁଠି ଆଂଶିକ ଭାବେ ଅନୁଭବ ହେଉଛି ଥଣ୍ଡା। ବର୍ତ୍ତମାନ ଡିସେମ୍ବର ମାସରେ ଉତ୍ତର ଭାରତରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି। ସେଥିମଧ୍ୟରୁ ରାଜସ୍ଥାନ ଗୋଟିଏ ।
![କମୁଛି ପାରଦ, ମାଉଣ୍ଟ ଆବୁରେ ପ୍ରଥମ ତୁଷାର ପାତ](https://etvbharatimages.akamaized.net/etvbharat/prod-images/9944275_474_9944275_1608454929168.png)
ତେବେ ଚଳିତବର୍ଷ ଡିସେମ୍ବରରେ ଅତ୍ୟଧିକ ଶୀତ ଅନୁଭବ ହେବା ଗତ ସମସ୍ତ ବର୍ଷର ରେକର୍ଡ ଭାଙ୍ଗିଛି । ଏବେ ଠାରୁ ମାଉଣ୍ଟ ଆବୁରେ ଗତ 2 ଦିନ ଧରି ତାପମାତ୍ରା 1 ଡିଗ୍ରୀ ତଳକୁ ରହିଛି। ଯେଉଁଥିପାଇଁ ଅତ୍ୟଧିକ ମାତ୍ରାରେ ଶୀତଲହରୀ ବହିବା ସହ ଚଳିତ ଶୀତ ଋତୁରେ ବରଫ ପାତ ହୋଇଛି । ତେବେ ହିମପାତକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଆଉ ଏପରି ସମୟରେ ମାଉଣ୍ଡ ଆବୁର ପରିସର ଆହୁରି ସୌନ୍ଦର୍ଯ୍ୟରେ ଭରିଯାଉଥିବା ଦେଖିବାକୁ ମିଳିଛି ।
![କମୁଛି ପାରଦ, ମାଉଣ୍ଟ ଆବୁରେ ପ୍ରଥମ ତୁଷାର ପାତ](https://etvbharatimages.akamaized.net/etvbharat/prod-images/9944275_596_9944275_1608454899630.png)
ଅନ୍ୟପଟେ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେଉଥିବାବେଳେ ଏହି ସ୍ଥାନ ମନାଲି ପରି ପ୍ରତୀତ ହେଉଥିବା କହିଛନ୍ତି। ଏହାସହ ତଳେ ପଡିଥିବା ବରଫକୁ ଅତି ଖୁସିର ସହ ହାତରେ ଉଠାଉଥିବା ଦେଖିବାକୁ ମିଳିଛି।