ETV Bharat / bharat

ନୀରଜ ନାଁ ଥିବା ବ୍ୟକ୍ତିଙ୍କୁ ମିଳିବ ମାଗଣା ଖାଦ୍ୟ ଓ ପେଟ୍ରାେଲ

author img

By

Published : Aug 11, 2021, 4:46 PM IST

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସମଗ୍ର ଦେଶ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ କର୍ଣ୍ଣାଟକର ଏକ ରେସ୍ତାେଁରା ନୀରଜ ନାମକ ବ୍ୟକ୍ତିଙ୍କୁ ଯୋଗାଉଛି ମାଗଣା ଭୋଜନ । ତା ସହିତ ନୀରଜଙ୍କ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଗୁଜୁରାଟର ଏକ ପେଟ୍ରୋଲ ପମ୍ପ ମାଗଣାରେ ପେଟ୍ରୋଲ ପ୍ରଦାନ କରିଛି । ଅଧିକ ପଢନ୍ତୁ...

ନୀରଜ ନାଁ ଥିବା ବ୍ୟକ୍ତିଙ୍କୁ ମିଳିବ ମାଗଣା ଖାଦ୍ୟ ଓ ପେଟ୍ରାେଲ
ନୀରଜ ନାଁ ଥିବା ବ୍ୟକ୍ତିଙ୍କୁ ମିଳିବ ମାଗଣା ଖାଦ୍ୟ ଓ ପେଟ୍ରାେଲ

ବେଙ୍ଗାଲୁରୁ: ମାଗଣାରେ ମିଳିବ ଖାଦ୍ୟ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ସମ୍ମାନିତ କରିବା ପାଇଁ କର୍ଣ୍ଣାଟକର ଭଟକଲ ଜିଲ୍ଲାରେ ନୀରଜ ନାମ ଥିବା ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଭୋଜନ ଦେବାକୁ ଘୋଷଣା କରିଛି ତାମ୍ରା ରେସ୍ତାେଁରା ।

ସୂଚନାନୁଯାୟୀ ଅଗଷ୍ଟ 15 ପର୍ଯ୍ୟନ୍ତ ଏହି ଅଫର ବୈଧ ରହିବା ନେଇ ରେସ୍ତାେଁରା ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛି । ତେବେ 'ତାମ୍ରା' ରେସ୍ତୋଁରାର ମାଲିକ ଆଶିଷ ନାୟକ କହିଛନ୍ତି କି ଯେଉଁ ବ୍ୟକ୍ତି ଏହି ଅଫରର ଲାଭ ନେବାକୁ ଚାହୁଁଛନ୍ତି ସେମାନେ ରେସ୍ତାେଁରା ପରିଦର୍ଶନ ସମୟରେ ନୀରଜ ବୋଲି ନିଜକୁ ଦାବି କରୁଛନ୍ତି, ତାଙ୍କୁ ପ୍ରମାଣ ପତ୍ର ଦେଖାଇ ନିଶ୍ଚିତ କରିବାକୁ ହେବ। ଏବଂ ସେଥିରେ ସଫଳ ହେଲେ ତାଙ୍କୁ ମାଗଣାରେ ମିଳିବ ଭୋଜନ ।

ତେବେ କିଛି ଦିନ ପୂର୍ବେ ଗୁଜୁରାଟର ଭାରୁଚରେ ଥିବା ଏକ ପେଟ୍ରୋଲ ପମ୍ପ ମାଲିକ ଆଥଲେଟ ନୀରଜ ଚୋପ୍ରାଙ୍କ ସୁବର୍ଣ୍ଣ ବିଜୟ ଉତ୍ସବ ପାଳନ କରିବାକୁ 'ନୀରଜ' ନାମକ ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଇନ୍ଧନ ଦେବାକୁ ଘୋଷଣା କରିଥିଲେ । ଆଉ ଏହି ଅଫର ଅଗଷ୍ଟ 9 ପର୍ଯ୍ୟନ୍ତ ବୈଧ ଥିବାବେଳେ ସେମାନଙ୍କୁ 501 ଟଙ୍କାର ପେଟ୍ରୋଲ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି ।

ସୂଚନାନୁସାରେ ଟୋକିଓର ଅଲିମ୍ପିକରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ 87.58 ମିଟର ମାର୍କ ପାଇବା ସହ ଭଲ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତି ସାରା ବିଶ୍ବର କ୍ରୀଡ଼ା ଇତିହାସରେ ଭାରତକୁ ଗୌରବାନ୍ବିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.