ETV Bharat / bharat

ଏଲଗାର ପରିଷଦ ମାମଲାରେ ଗିରଫ ଫାଦର ଷ୍ଟେନ ସ୍ବାମୀଙ୍କ ପରଲୋକ - ଫାଦର ଷ୍ଟେନ ସ୍ବାମୀ

ଏଲଗାର ପରିଷଦ ମାମଲାରେ ଗିରଫ ଆଦିବାସୀ ଅଧିକାର କାର୍ଯ୍ୟକର୍ତ୍ତା ଫାଦର ଷ୍ଟେନ ସ୍ବାମୀଙ୍କ ନିଧନ । ଅଧିକ ପଢନ୍ତୁ...

ଏଲଗାର ପରିଷଦ ମାମଲାରେ ଗିରଫ ଫାଦର ଷ୍ଟେନ ସ୍ବାମୀଙ୍କ ପରଲୋକ

author img

By

Published : Jul 5, 2021, 4:06 PM IST

ମୁମ୍ବାଇ: ଏଲଗାର ପରିଷଦ ମାମଲାରେ ଗିରଫ ଆଦିବାସୀ ଅଧିକାର କାର୍ଯ୍ୟକର୍ତ୍ତା ଫାଦର ଷ୍ଟେନ ସ୍ବାମୀଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ହୋଇଥିଲା । ପାନକ୍ରିୟାଜ ସମେତ ଅନେକ ରୋଗରେ ପୀଡିତ ଥିଲେ ଷ୍ଟେନ ସ୍ବାମୀ ।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହସ୍ପିଟାଲରେ ଚାଲିଥିଲା ସ୍ବାମୀଙ୍କ ଚିକିତ୍ସା । ସୋମବାର ସ୍ବାମୀଙ୍କ ଜାମିନ ଆବେଦନ ଉପରେ ବମ୍ବେ ହାଇକୋର୍ଟରେ ଶୁଣାଣି ଚାଲିଥିଲା ।

ଗତମାସ ହାଇକୋର୍ଟରେ ଦସ୍ତାବିଜ ଦାଖଲ କରି ସ୍ବାମୀଙ୍କ ଜାମିନକୁ ବିରୋଧ କରିଥିଲା ଏନଆଇଏ । ରୋଗର କୌଣସି ଠୋସ ପ୍ରମାଣ ନଥିବା ଏନଆଇଏ ପକ୍ଷରୁ କୁହାଯାଇଥିଲା । ସ୍ବାମୀ ମାଓବାଦୀ ବୋଲି ଅଭିଯୋଗ ରହିଥିଲା ।

ଏଲଗାର ପରିଷଦ ମାମଲାରେ 31 ଡିସେମ୍ବର 2017ରେ ପୁଣେରେ ହୋଇଥିବା ଏକ ସମ୍ମିଳନୀରେ ଉସକାଇବା ଭଳି ଭାଷଣ ଦେଇଥିଲେ ଷ୍ଟେନ ସ୍ବାମୀ । ଆଉ ଏହି ଭାଷଣକୁ ନେଇ କୋରେଗାଁ-ଭୀମା ଯୁଦ୍ଧ ସ୍ମାରକ ନିକଟରେ ହୋଇଥିଲା ବ୍ୟାପକ ହିଂସା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.