ETV Bharat / bharat

ବିହାରରେ ୪ ଯୁବକଙ୍କ ମୃତ୍ୟୁ ନେଇ ପୋଲିସ ବିରୁଦ୍ଧରେ ହିଂସାତ୍ମକ ପ୍ରତିବାଦ - ବିହାର ଖବର

ବିହାରର ସୁପୌଲରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ୪ ଯୁବକଙ୍କ ମୃତଦେହ (Four youths found dead in Bihar)। ହତ୍ୟା ଅଭିଯୋଗରେ ପରିବାର ଲୋକେ ଓ ସମ୍ପର୍କୀୟଙ୍କ ରାସ୍ତରୋକ । ଅଧିକ ପଢନ୍ତୁ

ବିହାରରେ ୪ ଯୁବକଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣି ସମ୍ପର୍କୀୟଙ୍କ ପ୍ରତିବାଦ

author img

By

Published : Sep 18, 2022, 8:16 PM IST

ପାଟନା: ବିହାର ସୁପୌଲ ଜିଲ୍ଲାର ରାସ୍ତାକଡ଼ରୁ ସନ୍ଦେହଜନକ ଅବସ୍ଥାରେ ୪ ସ୍ଥାନୀୟ ଯୁବକଙ୍କ ମୃତଦେହ ଉଦ୍ଧାର (Four youths found dead in Bihar) ହେବା ପରେ ପ୍ରବଳ ଉତ୍ତେଜନା ସହ ପ୍ରତିବାଦ ଦେଖିବାକୁ ମିଳିଛି । ଗତାକାଲି (ଶନିବାର) ରାତିରେ ବିହାରର ଭାରତ-ନେପାଳ ଅନ୍ତର୍ଜାତୀୟ ସୀମା ସଲଗ୍ନ ଅଞ୍ଚଳରେ ଏକ ରାସ୍ତାକଡରେ ଏହି ୪ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପୋଲିସ ଜବତ କରିଥିଲା । ଏଥିସହ ଘଟଣାସ୍ଥଳରୁ ପୋଲିସ ଏକ ବାଇକ ମଧ୍ୟ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ପରିବାର ସଦସ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ତେବେ ଆଜି ଘଟଣା ସମ୍ପର୍କରେ ଜଣାପଡିବା ପରେ ପରିବାର ଓ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣି ରାସ୍ତାରୋକ କରିବା ସହ ପ୍ରତିବାଦ କରିଛନ୍ତି । ଗତ ରାତିରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପରିବାର ସଦସ୍ୟଙ୍କୁ ସୂଚନା ଦେଇନଥିବା ମଧ୍ୟ ଅଭିଯୋଗ ହୋଇଛି । ମୃତକମାନେ ହେଲେ ସ୍ଥାନୀୟ ଅଞ୍ଚଳର ରବି କାରକି (20), ହ୍ରିତିକ କୁମାର (22) ରୋହିତ ଥାପା (21) ଏବଂ ରୋହିତ ଠାକୁର (21) ବୋଲି ଜଣାପଡିଛି ।

ରାସ୍ତାରୋକ ଓ ବିକ୍ଷୋଭ ବେଳେ ସ୍ଥିତି ଅଣାୟତ ହେବା ଯୋଗୁ ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ବଳ ପ୍ରୟୋଗ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହି ଘଟଣାରେ ପୋଲିସର ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୪ ଯୁବକଙ୍କ ମୃତଦେହ ରାସ୍ତା କଡରେ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଥିବା ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହଗୁଡିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସୁପୌଲ ସଦର ଡାକ୍ତରଖାନାକୁ ପଠାଇଥିଲା । ତେବେ ମୃତ୍ୟୁର କାରଣ ସମ୍ପର୍କରେ ମଧ୍ୟ ପୋଲିସ କିଛି ସ୍ପଷ୍ଟ କରି ପାରିନାହିଁ । ଏପରି ସ୍ଥଳେ ମୃତକଙ୍କ ପରିବାର ସେମାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଓ ପରିବାର ସଦସ୍ୟଙ୍କୁ ପୋଲିସ ସୂଚନା ନଦେବା ନେଇ ରାସ୍ତାରୋକ କରିଥିଲେ ।

ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ସେମାନଙ୍କୁ ହତ୍ୟା କରାଯାଇଛି । ପୋଲିସ ପରିବାର ସଦସ୍ୟଙ୍କୁ ସୂଚନା ନଦେଇ କାହିଁକି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଲା । ରାତାରାତି ସ୍ଥାନୀୟ ଇନ୍ସପେକ୍ଟର, DSP, SDO ସମସ୍ତେ ମିଶି ଏପରି କରି ହତ୍ୟାକାରୀକୁ ବଞ୍ଚାଇବା ପାଇଁ ଚକ୍ରାନ୍ତ କରୁଛନ୍ତି । ତେଣୁ ପୋଲିସ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.