ETV Bharat / bharat

ବୁଡି ଯାଉଥିଲେ ଯୁବକ, ଉଦ୍ଧାରକାରୀ ଟିମ ସହ ସମୁଦ୍ରକୁ ଡେଇଁଲେ ବିଧାୟକ

author img

By

Published : Jun 1, 2023, 9:02 PM IST

ଉଦ୍ଧାରକାରୀ ଟିମ୍‌ ସହ ସମୁଦ୍ରକୁ ଡେଇଁ ଯୁବକଙ୍କୁ ଉଦ୍ଧାର କଲେ ବିଧାୟକ । 3 ଉଦ୍ଧାର, ଜଣେ ମୃତ । ଅଧିକ ପଢନ୍ତୁ

ବୁଡି ଯାଉଥିଲେ ଯୁବକ, ଉଦ୍ଧାରକାରୀ ଟିମ ସହ ସମୁଦ୍ରକୁ ଡେଇଁଲେ ବିଧାୟକ
ବୁଡି ଯାଉଥିଲେ ଯୁବକ, ଉଦ୍ଧାରକାରୀ ଟିମ ସହ ସମୁଦ୍ରକୁ ଡେଇଁଲେ ବିଧାୟକ

ଗାନ୍ଧୀନଗର: ସମୁଦ୍ରରେ ବୁଡିଯାଉଥିଲେ 4 ଯୁବକ । ଖବର ପାଇ ପହଞ୍ଚିଲେ ସ୍ଥାନୀୟ ବିଧାୟକ । କେବଳ ଜନପ୍ରତିନିଧି ଭାବେ ଘଟଣାସ୍ଥଳରେ ପହଞ୍ଚିଲେ ନାହିଁ ବରଂ ଉଦ୍ଧାରକାରୀ ଟିମ୍‌ ସହ ସାମିଲ ହେଲେ । ରେସକ୍ୟୁ ଟିମ୍‌ ସଦସ୍ୟଙ୍କ ସହ ସମୁଦ୍ରକୁ ଡେଇଁ ଯୁବକଙ୍କୁ ଉଦ୍ଧାର କଲେ । ଏପରି ଘଟଣା ଗୁଜୁରାଟ ଆମରେଲୀରେ ଦେଖିବାକୁ ମିଳିଛି । ଆମରେଲୀର ରାଜୁଲା ଉପକୂଳର ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ବିଧାୟକ ହୀରା ସୋଲାଙ୍କି ଏପରି ସାହାସିକତା ଓ ପ୍ରଶଂସନୀୟ କର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ।

ସୂଚନା ଅନୁସାରେ, ଆମରେଲିର ରାଜୁଲା ବେଳାଭୂମିରେ ଗାଧାଉଥିବା ବେଳେ 4 ଯୁବକ ଗଭୀର ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । ଖବର ମିଳିବା ପରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର ମିଶନ ଆରମ୍ଭ କରିବା ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ସଂସ୍ଥା ସହ ମେଡିକାଲ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟପଟେ ଖବର ପାଇ ସ୍ଥାନୀୟ ବିଧାୟକ ହୀରା ସାଲୋଙ୍କୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେସ୍କ୍ୟୁ ଟିମ୍‌ ସହ ବିଧାୟକ ସାଲୋଙ୍କୀ ସମୁଦ୍ର ମଧ୍ୟକୁ ଯିବା ସହ ଗଭୀର ଜଳରାଶିକୁ ଉଦ୍ଧାରକାରୀ ଟିମ୍‌ ସଦସ୍ୟଙ୍କ ସହ ଲମ୍ଫ ଦେଇଥିଲେ । ଏହି ଅପରେସନରେ 3 ଯୁବକଙ୍କୁ ଉଦ୍ଧାର କରାଯିବାରେ ସଫଳତା ମିଳିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ଉଦ୍ଧାର ହୋଇଥିବା 3 ଯୁବକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପ୍ରାୟ 2 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜ ଯୁବକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ସ୍ଥାନୀୟ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ଅନ୍ୟପଟେ ବିଧାୟକଙ୍କ ପରି ଜଣେ ଜନ ପ୍ରତିନିଧି ଏପରି ସମୟରେ ଏପରି ସାହସିକତା ପ୍ରଦର୍ଶନ କରି ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ଘଟଣାକୁ ବିଭିନ୍ନ ସ୍ଥାନରେ ପ୍ରଶଂସା କରାଯାଉଛି ।

ପୋଲିସ ବେଳାଭୂମିରେ ପହଞ୍ଚି ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ସତର୍କ କରିଛି । ସେଠାରେ ଅସୁରକ୍ଷିତ ଭାବେ ନଗାଧୋଇବା ପାଇଁ ଲୋକଙ୍କୁ ସଚେତନା ମଧ୍ୟ କରାଯାଉଛି । ସମ୍ପୃକ୍ତ ସ୍ଥାନରେ ସମୁଦ୍ର ଲହରି ଅଧିକ ଥିବା କାରଣରୁ ଲାଇଫ୍‌ଗାର୍ଡ ମଧ୍ୟ ମୁତୟନ କରାଯାଇଛି । ବର୍ତ୍ତମାନ ଉକ୍ତ ସ୍ଥାନକୁ ଯିବା ପାଇଁ ସାଧାରଣ ଲୋକଙ୍କୁ ପୋଲିସ ବାରଣ କରିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.