ETV Bharat / bharat

ପୁଲୱାମା ଆକ୍ରମଣକୁ 4 ବର୍ଷ, ବୀରପୁତ୍ରଙ୍କୁ ଝୁରୁଛି ଦେଶ

author img

By

Published : Feb 14, 2023, 8:49 AM IST

ଫେବୃଆରୀ 14 2019 । ଆତଙ୍କୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଦୋହଲି ଯାଇଥିଲା ସମଗ୍ର ଦେଶ । ମାତୃପିତୃ ଓ ପ୍ରେମ ଦିବସ ପାଳୁଥିବା ହିନ୍ଦୁସ୍ଥାନ ସ୍ତବ୍ଧ ହୋଇଯାଇଥିଲା । ଦେଶ ମାତୃକା ସେବା ପାଇଁ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିଲେ 44 ବୀର ଯବାନ । ଆଜି ସେହି ପୁଲୱାମା ଆକ୍ରମଣକୁ 4 ବର୍ଷ ପୁରଣ ହୋଇଛି । ଅଧିକ ପଢନ୍ତୁ

four years to pulwama attack
ପୁଲୱାମା ଆକ୍ରମଣକୁ 4 ବର୍ଷ

ନୂଆଦିଲ୍ଲୀ: 2019 ଫେବୃଆରୀ 14 ତାରିଖ । ଦିନ ଥିଲା ଗୁରୁବାର । ନୂଆ ସମ୍ଭାବନାର ସୂର୍ଯ୍ୟ ଉଇଁ ସାରିଥିଲା । କର୍ମ ପଥରେ ଆଗେଇ ଥିଲେ ଦେଶବାସୀ । ହେଲେ ଅଚାନକ ଦେଶକୁ ହୋହଲାଇ ଦେଇଥିଲା ଜମ୍ମୁ କାଶ୍ମୀରରୁ ଆସିଥିବା ଏକ ଦୁଃଖଦ ଖବର । ଜମ୍ମୁ ପୁଲୱମାରେ ଆତଙ୍କୀ ଆକ୍ରମଣରେ 44 ବୀର ଯବାନ ଶହୀଦ ହୋଇଥିଲେ । ଏ ଖବର ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଆଜି ସେହି ଭୟଙ୍କର ପୁଲୱାମା ଆତଙ୍କୀ ଆକ୍ରମଣକୁ 4 ବର୍ଷ ପୁରଣ ହୋଇଛି । ଆଜି ବି ସେହି କଳା ଦିନ ମନେ ପଡିଲେ ଆଖି ଆଗକୁ ସେ ଚିତ୍ର ଚାଲି ଆସିଲେ ଛାତି ଥରି ଉଠୁଛି । ସେହି ବୀର ପୁତ୍ରଙ୍କୁ ଝୁରୁଛି ଦେଶ ।

ଫେବୃଆରୀ 14 2019 ସମୟ ଅପରାହ୍ନ 3ଟା 30 ପାଖାପାଖି । ଯବାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା । CRPF 180 ବାଟାଲିୟନର 800 ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନନ୍ତର ହେଉଥିଲେ । ଆଗ ପଛ ହୋଇ ଗଡୁଥିଲା ଯବାନଙ୍କ ବସ । 11 ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡି ଜମ୍ମୁ କାଶ୍ମୀର ଟ୍ରାନ୍‌ଜିଟ କ୍ୟାମ୍ପରେ ପହଞ୍ଚିଥିଲା । ପୁଲୱାମା ମାଇଲଷ୍ଟୋନ 272 ଅଞ୍ଚଳରେ ହଠାତ ଶେଷ ବସ୍‌ରେ ଏକ ଟାଟା ସୁମୋ ଗାଡି ଧକ୍କା ହୋଇଥିଲା ଆଉ ବିସ୍ଫୋରଣ ଘଟିଥିଲା । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରକ୍ତ ରଞ୍ଜିତ ହୋଇଥିଲା ରାଜରାସ୍ତା । ଏହି ଆତ୍ମଘାତୀ ବିସ୍ଫୋରଣରେ ଅଦିନରେ 44 ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ ।

ଏହି ବିସ୍ଫୋରଣ ଦେଶକୁ ଦୋହଲାଇ ଦେଇଥିଲା । ଇତିହାସରେ ସବୁଠୁ ବଡ ଏବଂ ଭୟଙ୍କର ଆତଙ୍କୀ ଆକ୍ରମଣ ଥିଲା । ନରହନ୍ତା ଆତଙ୍କୀ ଆଦିଲ୍ ଅହମ୍ମଦ ଅଦମ୍ୟ ସାହସୀ ଏବଂ ଅପୂର୍ବ ବୀରତ୍ବର ଅଧିକାରୀ ଭାରତୀୟ ଯବାନଙ୍କ ରକ୍ତରେ ହୋଲି ଖେଳିଥିଲା । 44 ବୀର ଯବାନଙ୍କୁ ହରାଇ ଦେଶ ଶୋକ ସମୁଦ୍ରରେ ବୁଡିଥିଲା । ଏହି ଆତଙ୍କୀ ଆକ୍ରମଣରେ ଦୁଇ ଓଡିଆ ପୁଅକୁ ହରାଇ ବାହୁନିବାହୁନି କାନ୍ଦୁଛି ଓଡିଶା । ଏହି ଦିନକୁ କଳାଦିବସ ଭାବେ ମନେ ରଖିଛନ୍ତି ଦେଶବାସୀ ।

ଶହୀଦ ହୋଇଥିଲେ 2 ଓଡିଆ ଯବାନ: ଦେଖୁ ଦେଖୁ ପୁଲୱାମା ଆତଙ୍କୀ ଆକ୍ରମଣକୁ 4 ବର୍ଷ ପୁରଣ ହୋଇଛି । ଏବେ ବି ଦେଶର ବୀର ଯବାନଙ୍କ ସେହି ବଳିଦାନକୁ ମନେ ପକାଉଛି ଦେଶ । ବୀର ପୁଅକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ହିନ୍ଦୁସ୍ତାନ । ଶହୀଦ 44 ଯବାନଙ୍କ ମଧ୍ୟରେ ଦୁଇ ଓଡିଆ ବୀର ପୁଅ ଥିଲେ । ଜଣେ ଜଗତସିଂହପୁର ଜିଲ୍ଲାର ପ୍ରସନ୍ନ ସାହୁ । ସେ ସିଆରପିଏଫର 61 ବାଟାଲିଅନରେ କାର୍ଯ୍ୟରତ ଥିଲେ । ଅନ୍ୟଜଣେ କଟର ନିଆଳିର ମନୋଜ କୁମାର ବେହେରା । ଆଜି ବି ବୀର ଯବାନ ପୁଅଙ୍କ ଫଟୋ ପାଖରେ ବାହୁନିବାହୁନି କାନ୍ଧୁଛନ୍ତି ପରିବାର ।

ପୁଲୱାମା ଆକ୍ରମଣ ପରେ ଦୋହଲି ଗଲା ଦେଶ । ସ୍ତବ୍ଧ ହୋଇଗଲେ ଦେଶବାସୀ । ବୀର ପୁତ୍ରଙ୍କୁ ହରାଇ ଭାରତମାତା ଆଖିରୁ ଅଶ୍ରୁଧାର ବୋହିଲା । ଆକ୍ରମଣର ପ୍ରତିଶୋଧ ନେବାକୁ ରାଜରାସ୍ତାକୁ ଓହ୍ଲାଇଲେ ଦେଶବାସୀ । 44 ଯବାନଙ୍କ ଜୀବନ ବଦଳରେ 400 ଆତଙ୍କୀଙ୍କ ମୁଣ୍ଡ ନେବାକୁ ଦାବି ହୋଇଥିଲା । ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଦିଲ୍ଲୀ ଦରବାରରେ ଘନ ଘନ ବୈଠକ ବସିଥିଲା । କିଛି ଘଣ୍ଟା ପରେ ଯବାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଫେବୃଆରୀ 27 ତାରିଖରେ ମିଶନରେ ବାହାରିଥିଲେ ଭାରତୀୟ ଯବାନ । ଶତ୍ରୁ ସୀମାରେ ପଶି 300ରୁ ଅଧିକ ଆତଙ୍କୀକୁ ନିପାତ କରି ପ୍ରତିଶୋଧ ନେଇଥିଲା ଭାରତୀୟ ସେନାବାହିନୀ । ଆଜି ସେହି ଫେବୃଆରୀ 14 ତାରିଖ । ସେହି ଅଘଟଣକୁ 4 ବର୍ଷ ପୁରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.