ETV Bharat / bharat

ଖେଳୁ ଖେଳୁ ଫୁଟିଲା ଏୟାରଗନ, ଚାଲିଗଲା କଅଁଳ କଢିର ଜୀବନ - ଏୟାରଗନ୍‌ ବିସ୍ଫୋରଣରେ ନାବାଳିକାର ମୃତ୍ୟୁ

ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ଏୟାରଗନ୍‌ ବିସ୍ଫୋରଣ କାରଣରୁ ଜଣେ ୪ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ତେଲେଙ୍ଗାନା ପୋଲିସ ଦୁଇ ଜଣଙ୍କ ଅଟକ ରଖି ପଚରାଉଚାରା ସହ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ଏୟାରଗନ୍‌ ବିସ୍ଫୋରଣ: ୪ ବର୍ଷର ନାବାଳିକାର ମୃତ

author img

By

Published : Mar 18, 2022, 7:31 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ଏୟାରଗନ୍‌ ବିସ୍ଫୋରଣ ହେବା ଫଳରେ ଜଣେ ୪ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ତେଲେଙ୍ଗାନା ପୋଲିସ ଦୁଇ ଜଣଙ୍କ ଅଟକ ରଖି ପଚରାଉଚାର ସହ ତଦନ୍ତ ଜାରି ରଖିଛି । ସଙ୍ଗାରେଡ୍ଡୀ ଜିଲ୍ଲାର ଜିନ୍ନାରାମ ବ୍ଲକ୍‌ ଅନ୍ତର୍ଗତ ଭାବିଲାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ତେବେ ଭାବିଲାଲ ଗାଁରେ ଥିବା ପ୍ରସାଦ ଫାର୍ମ ହାଉସରେ ଏୟାରଗନ୍‌ ବିସ୍ଫୋରଣ ହୋଇଥିଲା । ଏଥିରେ ସାନଭି ନାମକ ଏକ ୪ ବର୍ଷୀୟ ନାବାଳିକା ଗୁରୁତର ଆହତ ହୋଇଥିଲେ ।

ଏହା ପରେ ପରିବାର ଲୋକେ ସାନଭିକୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସାନଭିକୁ ଓସମାନିଆ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଏଠାରେ ପହଞ୍ଚିବାର କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପୋଲିସ କହିଛି ।

ଏପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁୟାୟୀ, ସାନଭିର ବାପା ଏହି ଫାର୍ମ ହାଉସରେ କାମ କରୁଛନ୍ତି । ତେବେ ସାନଭି ସେଠାରେ ଯାଇ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ମାତ୍ର ଏହି ଅଘଟଣ ଆକସ୍ମିକ ଅବା କିଏ ସାନଭି ଉପରକୁ ଗୁଳି କରିଛି ତାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ ଏହି ଘଟଣାରେ ତଦନ୍ତ ଜାରି ରହିଛି ବୋଲି ଜିନ୍ନାରାମ ଥାନା ପୋଲିସ କହିଛି ।

ଏଥି ସହ ଜିନ୍ନାରାମ ଥାନାର ଏସଆଇ ସିଦ୍ଧିରାମୁଲୁ ଓ ଗୁମାଡିଦାଲା ଥାନା ଏସଆଇ ବିଜୟ କ୍ରିଷ୍ଣା ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଏକ ମକଦ୍ଦମା ରୁଜୁ କରିଛନ୍ତି । ତେବେ ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଏୟାରଗନରେ ନାବାଳିକା ଖେଳୁଥିବା ବେଳେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଏହି କାରଣରୁ ଏୟାରଗନ୍‌ ହଠାତ୍ ବିସ୍ଫୋରଣ ହୋଇଥାଇ ପାରେ ବୋଲି ପୋଲିସ ଆଶଙ୍କା କରୁଛି । ଅନ୍ୟପଟେ ଏହି ଘଟଣାକୁ ଆମେ ଗୁରୁତର ସହ ନେବା ସହ ତଦନ୍ତ ଜାରି ରଖିଛୁ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.