ETV Bharat / bharat

ଧନବାଦରେ ଭୁଶୁଡିଲା ନିର୍ମାଣାଧୀନ ରେଲୱେ ଅଣ୍ଡରପାସ, 4 ଶ୍ରମିକ ମୃତ

author img

By

Published : Jul 13, 2022, 12:58 PM IST

ଧନବାଦରେ ନିର୍ମାଣଧୀନ ରେଲଓ୍ବେ ଅଣ୍ଡରପାସ ଭୁଶୁଡି 4 ଶ୍ରମିକ ମୃତ । ଘଟଣାସ୍ଥଳରେ ଉତ୍ତେଜନା । ଗତକାଲି ରାତିରେ ଘଟିଛି ଅଘଟଣ । ରେଳବାଇର ଅବହେଳାକୁ ଦାୟୀ କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ଧନବାଦରେ ଭୁଶୁଡିଲା ନିର୍ମାଣାଧୀନ ରେଲଓ୍ବେ ଅଣ୍ଡରପାସ: 4 ଶ୍ରମିକ ମୃତ

ରାଞ୍ଚି: ଝାଡଖଣ୍ଡର ଧନବାଦରେ ରେଲଓ୍ବେ ନିର୍ମାଣଧୀନ ଅଣ୍ଡରପାସ ଭୁଶୁଡି ପଡିବା ଫଳରେ କାର୍ଯ୍ୟରେ ନିୟୋଜିତ 4 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ 9ଟାରେ ଏହି ଅଘଟଣ ଘଟିଥିଲା । ଆଜି (ବୁଧବାର) ମାଡି ଅତଡା ତଳେ ଫସି ରହିଥିବା ସମସ୍ତ 4 ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକମାନେ ଉକ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନାକୁ ଦେଖି ରେଳବାଇ ମଧ୍ୟ ତୁରନ୍ତ ପ୍ରତ୍ୟେକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ 20 ଲକ୍ଷ ଟଙ୍କା ଘୋଷଣା କରିଛି ।

ଗତକାଲି ରାତି ପ୍ରାୟ 9ଟାରେ ଏହି ଅଘଟଣ ସମ୍ପର୍କରେ ଜଣାପଡିବା ପରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ସେମାନେ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଉକ୍ତ ନିର୍ମାଣଧୀନ ଅଣ୍ଡରପାସ ଉପରେ ଏକ ମାଲବାହୀ ଟ୍ରେନ ଯିବା ଫଳରେ ମାଟି ଅତଡା ଧସିଥିବା ଅଭିଯୋଗ କରି ରେଳବାଇର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ଆଜି ସକାଳେ ଜେସିବି ସାହାଯ୍ୟରେ ଉକ୍ତ ସ୍ଥାନରେ ମାଟି ଅତଡା ସଫା କରିବା ସହ ଅଣ୍ଡରପାସରୁ 4 ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ଅସନ୍ତୁଷ୍ଟ ଗ୍ରାମବାସୀମାନେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରି ସହ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅଡି ବସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.