ETV Bharat / bharat

Encounter: ସର୍ଚ୍ଚ ଅପରେସନରେ ସୁରକ୍ଷାବଳକୁ ସଫଳତା, ଟଳିଲେ 4 ଆତଙ୍କୀ

author img

By

Published : Jul 18, 2023, 9:41 AM IST

ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁ-କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ 4 ଆତଙ୍କୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ

terrorists killed by security forces
ସର୍ଚ୍ଚ ଅପରେସନରେ ସୁରକ୍ଷାବଳକୁ ସଫଳତା

ଶ୍ରୀନଗର: ସୀମାରେ ଆତଙ୍କୀ ଦମନରେ ସେନାକୁ ସଫଳତା ମିଳିଛି । ଜମ୍ମୁ କାଶ୍ମୀର ସୀମାବର୍ତ୍ତୀ ପୁଞ୍ଚ୍‌ର ସିନ୍ଧାରା ଅଞ୍ଚଳରେ କରାଯାଇଥିବା ସର୍ଚ୍ଚ ଅପରେସନରେ 4 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 4 ସେନା ଗୁଳିରେ 4 ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି ।

  • J&K | Four terrorists have been killed by the security forces in a joint operation in the Sindhara area of Poonch. The first engagement between security forces took place at around 11:30 pm yesterday after which drones were deployed along with other night surveillance equipment.…

    — ANI (@ANI) July 18, 2023 " class="align-text-top noRightClick twitterSection" data=" ">

ଭାରତୀୟ ସେନାର ସ୍ବତନ୍ତ୍ର ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ, ଜାମ୍ମୁ କାଶ୍ମୀର ପୋଲିସ ସମେତ ଅନ୍ୟ ଫୋର୍ସକୁ ନେଇ ମିଳିତ ସର୍ଚ୍ଚ ଅପରେସନ ହୋଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ 4 ଆତଙ୍କୀ ବିଦେଶୀ । ସେମାନଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ପୋଲିସ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏବେ ବି ଘଟଣାସ୍ଥଳରେ ଅପରେସନ ଜୋରଦାର ଚାଲିଥିବା ସେନା ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷା ବାହିନୀ । ଆଉ କିଛି ଆତଙ୍କୀ ଲୁଚିଥିବା ସନ୍ଦେହ କରାଯାଉଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି ।

  • J&K | An encounter is underway between security forces and terrorists in Surankote of Poonch district. Details awaited.

    Visuals deferred by unspecified time. pic.twitter.com/KPc9qLjoSP

ଏହା ବି ପଢନ୍ତୁ...Encounter: କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା

କୃଷ୍ଣାଘାଟି ସେକ୍ଟରେ ପଶିବା ଉଦ୍ୟମ ହୋଇଥିଲା ପଣ୍ଡ: ଏହା ପୂର୍ବରୁ ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ ଗତ ଜୁଲାଇ 16 ଓ 17ରେ କୃଷ୍ଣାଘାଟି ସେକ୍ଟରେ ଆତଙ୍କବାଦୀ ପଶିବା ଉଦ୍ୟମକୁ ପଣ୍ଡ କରିଥିଲେ । ଦୁଇ ଆତଙ୍କୀ ନିପାତ ହୋଇଥିଲେ । ସେମାନଙ୍କ ପାଖରୁ ଗୋଟିଏ ଏକେ-74 ରାଇଫଲ, 11 ରାଉଣ୍ଡ ଅଫୁଟା ଗୁଳି ଓ ଅନ୍ଯାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ଏହା ବି ପଢନ୍ତୁ...ଘାଟିରେ ଏନକାଉଣ୍ଟର ଜାରି, 2 ଆତଙ୍କୀ ନିପାତ

ଗତ କିଛି ଦିନ ହେବ ଘାଟିରେ ଆତଙ୍କୀଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ୍‌ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ଜୁନ ମାସରେ 5ଥର ଏନକାଉଣ୍ଟର ହୋଇଛି । ଏଥିରେ ମୋଟ 13 ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.