ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଭୁଶୁଡି ପଡିଛି ଚାରି ମହଲା ବିଶିଷ୍ଟ କୋଠା । ତୁର୍କମାନ ଗେଟ ନିକଟରେ ଥିବା ଏହି କୋଠା ରବିବାର ଅଚାନକ ଭୁଶୁଡିପଡିଥିବା ନେଇ ସୂଚନା ମିଳିଛି ।
ପୋଲିସ ସୂଚନା ଅନୁଯାୟୀ, ଘଟଣାରେ ମୃତାହତ ନେଇ ଖବର ଆସିନାହିଁ । ତେବେ ଦମକଳବାହୀନି ସହ ପୋଲିସ ଓ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଆଖପାଖ ଅଞ୍ଚଳକୁ ଖାଲି କରିଦିଆଯାଇଛି । ଭଗ୍ନାବଶେଷ ତଳେ କେହି ଚାପି ରହିଛନ୍ତି କି ନାହିଁ ଏନେଇ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏହା ପୂର୍ବରୁ ଜାନୁଆରୀ 7ରେ ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରରେ ଏକ କୋଠାର ଛାତ ଭୁଶୁଡି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ ଘଟଣାରେ 3 ଜଣ ଆହତ ହୋଇଥିଲେ ।
ଏମସିଡି ସହିତ ଅନ୍ୟାନ୍ୟ ବିଭାଗ ମଧ୍ୟ ଦୀର୍ଘ ଦିନ ଧରି ଦିଲ୍ଲୀର ପୁରୁଣା ଅଟ୍ଟାଳିକା ଚିହ୍ନଟ କାର୍ଯ୍ୟ କରୁଛନ୍ତି । ଏଭଳି ପରିସ୍ଥିତିରେ ପୁରୁଣା ଦିଲ୍ଲୀ ଅଞ୍ଚଳରେ ଅବସ୍ଥିତ ଅନେକ କୋଠାକୁ ସ୍ଥାନାନ୍ତର କରାଯାଇଛି କିମ୍ବା ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି। ଏହି କୋଠାଗୁଡିକ ମଧ୍ୟରୁ କେତେକର ଐତିହାସିକ ମହତ୍ବ ମଧ୍ୟ ଅଛି । ଏଭଳି ପରିସ୍ଥିତିରେ ଏଏସଆଇ ଏଗୁଡିକୁ ସ୍ଥାନାନ୍ତର କରାଯିବା ପରେ ସେହି କୋଠାଗୁଡ଼ିକର ରକ୍ଷଣାବେକ୍ଷଣ କରୁଛି ।