ETV Bharat / bharat

ଚାଞ୍ଚଲ୍ୟ ! ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା - ପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ବଡୋଖର ଗ୍ରାମରେ ଗୋଟିଏ ପରିବାରର ଚାରି ଜଣଙ୍କୁ ନିର୍ମମ ହତ୍ୟା । ଅଧିକ ପଢ଼ନ୍ତୁ

Four people killed in Banda
ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା
author img

By

Published : Apr 16, 2023, 6:16 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ବଡୋଖର ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ଚାରି ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୮ ବର୍ଷର ଜଣେ ନାବାଳକ, ଜଣେ ବୃଦ୍ଧ ଓ ଦୁଇ ଜଣ ମହିଳା ରହିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ଏହି ଘଟଣାରେ ମୃତ ବୃଦ୍ଧଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁଯାୟୀ, ବାରଦାତ ଗିରଖା ଅନ୍ତର୍ଗତ ବଡ଼ଖୋର ବୁଜୁର୍ଗ ଗ୍ରାମରେ ଏହି ଘଟଣା ଘଟିଛି । ଚୁନ୍ନୁ କୁଶବାହ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ଏଠାରେ ରହୁଥିଲେ । ପରିବାରରେ ତାଙ୍କ ପତ୍ନୀ, ପୁଅ, ବୋହୂ ଏବଂ ନାତି ଥିଲେ । ରବିବାର ସକାଳେ ହଠାତ ପରିବାରର ଚାରିଜଣଙ୍କ ମୃତଦେହ ପଡ଼ିଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ । ପ୍ରଥମେ ଘରର ଛାତ ଉପରେ ୮ ବର୍ଷ ନାବାଳକ ପୁଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଘର ଅଗଣାରେ ଚୁନ୍ନୁଙ୍କ ମୃତଦେହ ପଡ଼ିଥିଲା । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଘର ଭିତରେ ପ୍ରବେଶ କରିବା ପରେ ଅନ୍ୟ ଦୁଇ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲା ।

ଏହା ମଧ୍ୟ ପଢ଼ନ୍ତୁ : Stray Fog Attack: AMU ପରିସରରେ ବୁଲା କୁକୁରଙ୍କ ରାଜ, ଆକ୍ରମଣରେ ଜଣେ ମୃତ

ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ଫରେନ୍ସିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣାର ସନ୍ଦେହ ଆଧାରରେ ଚୁନ୍ନୁଙ୍କ ପୁଅକୁ ଥାନାରେ ଅଟକ ରଖିଛି ପୋଲିସ । ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି । ଏହି ଘଟଣା ନେଇ ଏସପି କହିଛନ୍ତି, "କୌଣସି କାରଣକୁ ନେଇ ଚୁନ୍ନୁଙ୍କ ପରିବାରରେ ବିବାଦ ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡର ତିନି ଦିନ ପୂର୍ବରୁ ତାଙ୍କ ପୁଅ ବୋହୂ ସହ ଶ୍ବଶୁର ଘରକୁ ଚାଲିଯାଇଥିଲେ । ବୋହୂ ପ୍ରାୟତଃ ଶାଶୁଘରେ ରୁହୁଥିଲେ । ତେଣୁ ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।" ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଯାହା ତଥ୍ୟ ଆସିବ, ସେହି ଅନୁସାରେ ଦୋଷୀ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.