ETV Bharat / bharat

Suffocation Death: ସିତାପୁରରେ ଅଘଟଣ, ଶ୍ବାସରୁଦ୍ଧ ହୋଇ ପରିବାରର ୪ ସଦସ୍ୟ ମୃତ

author img

By

Published : Jan 8, 2023, 10:59 PM IST

ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳରେ ଅଘଟଣ । ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର ୪ ସଦସ୍ୟ ମୃତ (Four people of a family died due to suffocation) । ଅଧିକ ପଢନ୍ତୁ

Suffocation Death
Suffocation Death

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳରେ ଶ୍ବାସୁରଦ୍ଧ ହୋଇ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଦୁଃଖର କଥା ହେଉଛି ଏହି ୪ ଜଣ ମୃତକ ଗୋଟିଏ ପରିବାରର (Four people died due to suffocation) । ସୀତାପୁର ମୋହଲ୍ଲା ଅଞ୍ଚଳରେ ସ୍ବାମୀ, ସ୍ତ୍ରୀଙ୍କ ସମେତ ୨ ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଛି । ରାତିରେ ଗ୍ୟାସ ହିଟର ଲଗାଇଥିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ ସବ ଇନିସପେକ୍ଟର ଅଭିଷେକ ପ୍ରତାପ କହିଛନ୍ତି ।

ମୃତ ବ୍ୟକ୍ତିଙ୍କ ନାମ ମହମ୍ମଦ ଅସିଫ ବୋଲି ଜଣାପଡ଼ିଛି, ଯିଏକି ଜଣେ ଉର୍ଦ୍ଦୁ ଶିକ୍ଷକ ଥିଲେ । ସେ ସଦରପୁରସ୍ଥିତ ମଦରସାରେ ପାଠ ପଢାଉଥିଲେ । ଶନିବାର ରାତିରେ ନିଜ ପରିବାର ସହିତ ଥିଲେ । ମାତ୍ର ରବିବାର ସକାଳେ ସେମାନଙ୍କ ଘରୁ କେହି ବାହାରକୁ ବାହାରିନଥିଲେ । ଏ ନେଇ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ପଡୋଶୀ ମଧ୍ୟ ସକାଳେ ସେମାନଙ୍କୁ ଡାକିଥିଲେ । ହେଲେ କୌଣସି ପ୍ରତିକ୍ରିୟା ନମିଳିବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ଏହା ବି ପଢନ୍ତୁ- Delhi car horror: ସ୍ବୀକାର କଲେ ଅଭିଯୁକ୍ତ, କାର ତଳେ ଯୁବତୀ ଲାଖିଥିବା ଜାଣି ସୁଦ୍ଧା ଅଟକି ନଥିଲେ

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ କସବା ଇନଚାର୍ଜ କୃଷ୍ଣ କୁମାର (Town Incharge Krishna Kumar) ନିଜ ଟିମ ସହିତ ସେଠାରେ ପହଞ୍ଚିଥିଲେ । ଏହାପରେ ସେମାନେ କବାଟ ଭାଙ୍ଗି ଗୃହ ମଧ୍ୟକୁ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ । ମାତ୍ର ଅସଫଳ ହେବାରୁ ଛାତ ଉପରେ ଏକ ରାସ୍ତା ଦେଇ ଘର ମଧ୍ୟକୁ ପ୍ରବେଶ କରିଥିଲେ । ଗୃହ ମଧ୍ୟରେ ମହମ୍ମଦ ଅସିଫଙ୍କ ସମେତ ପତ୍ନୀ ଶଗୁଫ୍ତା ଓ ୨ ଶିଶୁ ଅଚେତ ଅବସ୍ଥାରେ ପଡ଼ିଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ପରିବାରର ସମସ୍ତ ୪ ସଦସ୍ୟଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ପୋଲିସ ସବ ଇନିସପେକ୍ଟର ଅଭିଷେକ ପ୍ରତାପ କହିଛନ୍ତି ଯେ, ଘର ଭିତରେ ଗ୍ୟାସର ଗନ୍ଧ ଆସୁଥିଲା । ହୁଏତ ସେମାନେ ଥଣ୍ଡାରୁ ରକ୍ଷା ପାଇବା ଲାଗି ନିଆଁ ଜଳାଉଥିବା ସମୟରେ ଧୂଆଁ ବାହାରିବାରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଏବେ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରାଯାଉଛି । ରିପୋର୍ଟ ଆସିବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମ୍ପର୍କୀୟଙ୍କ ଅବସ୍ଥା ଶୋଚନୀୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.