ETV Bharat / bharat

ବିହାର ଗୁଳିମାଡ ଘଟଣା: ପୋଲିସ କବ୍‌ଜାରେ ୪ ସାଇକୋ କିଲର

ବିହାର ବେଗୁସରାଇ ଗୁଳିମାଡ ଘଟଣା । ପୋଲିସ ହାତରେ ଧରାପଡିଲେ ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତ । ଅଧିକ ପଢନ୍ତୁ

author img

By

Published : Sep 16, 2022, 1:00 PM IST

ବିହାର ଗୁଳିମାଡ ଘଟଣା: ପୋଲିସ କବ୍‌ଜାରେ ୪ ସାଇକୋ କିଲର
ବିହାର ଗୁଳିମାଡ ଘଟଣା: ପୋଲିସ କବ୍‌ଜାରେ ୪ ସାଇକୋ କିଲର

ପାଟନା: ପୋଲିସ କବ୍‌ଜାରେ ବିହାର ସାଇକୋ କିଲର୍(Psycho killer) । ତିନି ଦିନ ତଳେ ବିହାର ବେଗୁସରାଇରେ ଘଟିଥିବା ଗୁଳିକାଣ୍ଡ(Begusarai mass shooting) ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗୁଳିମାଡର ମାଷ୍ଟରମାଇଣ୍ଡ କେଶବ ଓରଫ ନାଗା ଝାଝା ରେଳ ଷ୍ଟେସନରୁ ଧରା ପଡିଛି । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତମାନେ ହେଲେ କେଶବ, ଯୁବରାଜ, ଅର୍ଜୁନ ଏବଂ ସୁମିତ୍ ।

ପୋଲିସ କହିବା ମୁତାବକ, କେଶବ ବେଗୁସରାଇ ବିହଟ ନିବାସୀ ଅଟେ । ଗୁଳିକାଣ୍ଡ ପରେ ସେ ଝାଝା ଷ୍ଟେସନରୁ ମୋର୍ଯ୍ୟ ଏକ୍ସପ୍ରେସରେ ରାଞ୍ଚି ପଳାଇବାକୁ ଚେଷ୍ଟା କରୁଥିଲା । ହେଲେ ପୋଲିସ୍ ଠିକ୍ ସମୟରେ ସେଠାରେ ଚଢାଉ କରି ତାକୁ ଗିରଫ କରିଛି । ଅଭିଯୁକ୍ତ ଗୁଳିମାଡ କରିଥିବା ଘଟଣା ମଧ୍ୟ ନିଜେ ସ୍ବୀକାର କରିଛି । ଏହାପରେ ତା'ର ସୂଚନା ଆଧାରରେ ପୋଲିସ ଅନ୍ୟ ତିନି ଅଭିଯୁକ୍ତ ସୁମିତ, ଯୁବରାଜ, ଓ ଅର୍ଜୁନକୁ ଗିରଫ କରିଛି । ବର୍ତ୍ତମାନ ସମସ୍ତଙ୍କୁ ପଚରାଉଚରା କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍

ସୂଚନାଯୋଗ୍ୟ, ଗତ ୧୩ ତାରିଖ ସନ୍ଧ୍ୟାରେ ବେଗୁସରାଇ ଅଞ୍ଚଳରେ ଦୁଇ ଜଣ ବାଇକ୍ ଆରୋହୀ ଆତଙ୍କ ଖେଳାଇଥିଲେ । ସେମାନେ ବାଇକ୍‌ ଯୋଗେ ଆସି ୫ଟି ଅଲଗା ଅଲଗା ସ୍ଥାନରେ ଲୋକଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ବୁଲି ବୁଲି ଗୁଳିମାଡ କରିବା ପରେ ସାଇକୋ କିଲ୍‌ରମାନେ ଫେରାର ହୋଇଯାଇଥିଲେ । ଏଥିରେ ୧୧ ଜଣଙ୍କ ଦେହରେ ଗୁଳି ବାଜିଥିଲା । ଯାହାମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିଲା । ସର୍ବସାଧାରଣ ସ୍ଥାନରେ ଏପରି ଗୁଳିକାଣ୍ଡ ଘଟିବା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଏହାପରେ ଦୁଇ କିଲର୍‌ଙ୍କୁ ଧରିବାକୁ ପୋଲିସ ଜୋରଦାର ତଦନ୍ତ କରିବା ସହ ଆଖପାଖ ଅଞ୍ଚଳର CCTV ଫୁଟେଜ ଯାଞ୍ଚ କରିଥିଲା । ଯେଉଁଥିରୁ ଏହି ଅପରାଧୀମାନେ ସମସ୍ତିପୁରର ବେଗୁସରାଇ ଆସିଥିବା ଏବଂ ଗୁଳିମାଡ କରି ପାଟନା ପଳାୟନ କରିଥିବା ସନ୍ଦେହ କରାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.