ETV Bharat / bharat

ସେନାକୁ ସଫଳତା, କାଶ୍ମୀରରେ ତିନି ଦିନରେ ଟଳିଲେଣି ୧୦ ଆତଙ୍କୀ

author img

By

Published : May 27, 2022, 12:14 PM IST

ସେନାକୁ ମିଳିଛି ବଡ ସଫଳତା । କାଶ୍ମୀରରେ ଗତ ତିନି ଦିନ ମଧ୍ୟରେ ସେନାର ଗୁଳିରେ ଟଳିଛନ୍ତି ୧୦ ଆତଙ୍କବାଦୀ । ଅଧିକ ପଢନ୍ତୁ

ସେନାକୁ ସଫଳତା;ତିନି ଦିନରେ ଟଳିଲେ ୧୦ ଆତଙ୍କୀ
ସେନାକୁ ସଫଳତା;ତିନି ଦିନରେ ଟଳିଲେ ୧୦ ଆତଙ୍କୀ

ଶ୍ରୀନଗର: ସେନାକୁ ମିଳିଛି ବଡ ସଫଳତା । କାଶ୍ମୀରରେ ଗତ ତିନି ଦିନ ମଧ୍ୟରେ ସେନାର ଗୁଳିରେ ଟଳିଛନ୍ତି ୧୦ ଆତଙ୍କବାଦୀ । ଗତ ୧୦ ଘଣ୍ଟା ମଧ୍ୟରେ ଜମ୍ମୁକାଶ୍ମୀର ୨ଟି ଏନକାଣ୍ଟରରେ ଦୁଇ ଆତଙ୍କୀ ସଫା ହୋଇଛନ୍ତି । ତେବେ ନିପାତ ହୋଇଥିବା ୧୦ ଆତଙ୍କୀଙ୍କ ମଧ୍ୟରୁ ୩ ଜଣ ଜୈଶ-ଏ-ମହମ୍ମଦର ସଦସ୍ୟ ଥିବାବେଳେ ଅନ୍ୟ ୭ ଜଣ ଲସ୍କର-ଏ-ତୋଏବାର ସଦସ୍ୟ ଥିବା ସୂଚନା ମିଳିଛି । ଆଜି ଅବନ୍ତିପୁରା ଏନକାଣ୍ଟରରେ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର ହୋଇଛି ।

ଅବନ୍ତିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଅପରେସନରେ ଲସ୍କର-ଏ-ତୋଇବାର ୨ ସଦସ୍ୟ ନିହତ ହୋଇଛନ୍ତି । ତେବେ ନିହତ ଦୁଇ ଆତଙ୍କୀ ହେଲେ ହାଫ୍ରୋ ଚାଡୋରା ବୁଡଗାମର ବାସିନ୍ଦା ସାହି ମୁସ୍ତାକ ଭଟ୍ଟ(Shahid Mushtaq Bhat) ଏବଂ ହାକ୍ରିପୋରା ପୁଲଓ୍ବାମାର ଫରହାନ ହବିବ୍(Farhan Habib) । ନିହତ ଦୁଇ ଆତଙ୍କୀ ଅମରିନ ଭଟଙ୍କ ହତ୍ୟାକାରୀ ଥିଲେ ।

ସେମାନଙ୍କ ନିକଟରୁ ଏକେ ୫୬ ରାଇଫଲ(One AK 56 rifle), ଚାରୋଟି ମାଗାଜିନ ଓ ଗୋଟିଏ ପିସ୍ତଲ ଜବତ ହୋଇଛି । ତେବେ, ବୁଧବାର ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ସେହିପରି ଦ୍ବିତୀୟ ଏନକାଉଣ୍ଟରଟି ଶ୍ରୀନଗର ସୌରା(Soura area of Srinagar) ଅଞ୍ଚଳରେ ହୋଇଛି । ଏଥିରେ ସେନାର ଗୁଳିରେ ଦୁଇ ଆତଙ୍କୀ ଟଳି ପଡିଛନ୍ତି । ତେବେ ନିହତ ହୋଇଥିବା ୨ ଆତଙ୍କବାଦୀ ଲସ୍କର-ଇ-ତୋଇବାର(LeT)ର ବୋଲି ଜଣାପଡିଛି । ସେମାନେ ହେଲେ ଶାକିର ଅହମ୍ମଦ ୱାଜା ( Shakir Ahmad Waza) ଏବଂ ଆଫ୍ରିନ୍ ଅବତାବ ମଲିକ(Afreen Aftab Malik) । ଚଳିତ ବର୍ଷ କାଶ୍ମୀରରେ ୫୨ଟି ଏନକାଉଣ୍ଟରରେ ୮୭ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.