ଚଣ୍ଡିଗଡ: ପଞ୍ଜାବରେ ଘଟିଛି ଏକ ଦୁଃଖଦ ଘଟଣା । ବିବାହ ଉତ୍ସବରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି । ଫାଜିଲିକା ଜିଲ୍ଲାର ଜଲାଲବାଦର ବିକ୍ରମପୁରରେ ଏହି ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା । ମୃତକଙ୍କ ମଧ୍ୟରେ ୩ ଜଣେ ମହିଳା ରହିଥିବା ବେଳେ ଜଣେ ନାବାଳିକା ରହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିକ୍ରମ ଜିଲ୍ଲାରେ ଏକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିପାଇଁ ଭୋଜି ପ୍ରସ୍ତୁତ ହେଉଥିବା ବେଳେ ହଠାତ ସିଲିଣ୍ଡର ରେଗୁଲେଟରରୁ ଗ୍ୟାସ ଲିକ ହେବାରୁ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ଥିବା ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଗ୍ୟାସ ଲିକ ହେବାରୁ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ପୋଲିସ ତରଫରୁ କୁହାଯାଇଛି ।