ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲଜ୍ଜା ଜନକ ଘଟଣା । ପାର୍କରୁ ଉଠାଇ ନେଇ କାର ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଚଳନ୍ତାକାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ 4ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ବେଙ୍ଗାଲୁରୁର କୋରମାଙ୍ଗାଲା ଥାନା ଅଞ୍ଚଳରେ ଗତ 25 ତାରିଖ ଦିନ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଗିରଫ 4 ଅଭିଯୁକ୍ତ ହେଉଛନ୍ତି ସତୀଶ, ବିଜୟ, ଶ୍ରୀଧର ଏବଂ କିରନ ।
ମାର୍ଚ୍ଚ 25 ତାରିଖ ରାତି 10ଟା ସମୟରେ କୋରାମଙ୍ଗାଲାର ନ୍ୟାସନାଲ ଗେମ୍ସ ପାର୍କରେ ଯୁବତୀ ଏବଂ ତାଙ୍କ ସାଙ୍ଗ ବସିଥିଲେ। ଏହା ସମୟରେ ଚାରି ଅଭିଯୁକ୍ତ ଯୁବତୀଙ୍କ ନିକତଟକୁ ଆସି ତାଙ୍କୁ ଧମକ ଦେଇଥିଲେ। ଭୟରେ ସେଠାରୁ ତାଙ୍କ ସାଙ୍ଗ ଦୌଡି ପଳାଇବା ପରେ ଅଭିଯୁକ୍l ମାନେ ଯୁବତୀଙ୍କୁ କାର ମଧ୍ୟକୁ ଟେକିନେଇଥିଲେ। ଏହାପରେ ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଡୋମାଲୁର, ଇନ୍ଦିରା ନଗର, ଅନେକାଲ, ନାଇସ ରୋଡ ସମେତ ଅନେକ ସ୍ଥାନରେ ଚଳନ୍ତା କାରରେ ଏପରି କାଣ୍ଡ ଘଟାଇଥିଲେ ଅଭିଯୁକ୍ତ । ଏହାପରେ ଭୋର୍ 4ଟା ବେଳେ ପୀଡିତାଙ୍କୁ ତାଙ୍କ ଘର ସମ୍ମୁଖରେ ଫୋପାଡି ଦେଇ ଚାଲିଯାଇଥିଲେ ।
ଏହାପରେ ପୀଡିତା ଜଣଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ହସ୍ପିଚାଲରେ ଭର୍ତ୍ତି କରିଥିଲେ। ଘଟଣାର ଗୋଟିଏ ଦିନ ପରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି 4ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-ମଶାଧୂପରୁ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର 6 ମୃତ
ଗତ ମାର୍ଚ୍ଚ ମାସରେ କର୍ଣ୍ଣାଟକର ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । କାଲାବୁରାଗିରେ ଥିବା ସରକାରୀ ମେଡିକାଲ ସାଇନ୍ସ ସଂସ୍ଥାନରେ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଚିତ୍ର ପଦାରେ ପଡିଥିଲା । ମହିଳା ଓ୍ବାର୍ଡରେ ପଶି ଜଣେ ଚିକିତ୍ସାଧୀନ ମହିଳାଙ୍କ ସହ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ହେଲେ ନିକଟରେ ଥିବା ଲୋକେ ଅଭିଯୁକ୍ତକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ସ୍ଥାନୀୟ ପୋଲିସ ଜିମାରେ ଦେଇଥିଲେ । ଏହା ଦେଖିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିଥିଲା । ଆଇଟି ସହରରେ ମହିଳା ସୁରକ୍ଷିତ ନଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।